ଦୀର୍ଘ ୩୦ ବର୍ଷ ପରେ ୨୪ ଜାନୁୟାରୀ ରୁ ଶନିଗ୍ରହ ନିଜ ସ୍ଵରାଶି ମକରକୁ ଚଳିବେ, ଏଇ ୭ ଟି ରାଶି ଉପରେ ପଡିବେ ଭାରି

ନ୍ୟାୟ ଦେବତା ଶନି ୨୪ ଜାନୁୟାରୀ ଠାରୁ ଧନୁ ରାଶି ରୁ ନିଜ ରାଶି ମକର କୁ ଚଳିବେ । ୧୧ ମେ ୨୦୨୦ ରୁ ୧୯ ଡିସେମ୍ବର ୨୦୨୦ ଯାଏ ମକର ରାଶିରେ ଶନି ବକ୍ର ଅବସ୍ଥା ରେ ଚଳନ କରିବେ । ଏହି ବର୍ଷ ରେ ୨୭ ଡିସେମ୍ବର ରେ ଶନି ଙ୍କ ପ୍ରଭାବ ଟିକେ କମ୍ ରହିବ । ଧନୁ ଓ ମକର ରାଶିରେ ପ୍ରଥମ ରୁ ହି ଶନି ଙ୍କ ସାଢ଼େ ସାତ ର ପ୍ରଭାବ ପଡିଛି । ଏବେ କୁମ୍ଭ ରାଶି ଉପରେ ବି ଶନି ଙ୍କ ସାଢ଼େ ସାତ ର ପ୍ରଭାବ ଆରମ୍ଭ ହେଇ ଗଲାଣି ।

ଶନିଦେବ ମକର ଓ କୁମ୍ଭ ଦୁଇ ଟି ରାଶି ର ଅଧିପତି । ଏ ଦୁଇ ରାଶି ମଧ୍ୟରୁ ମକର ରାଶି ରେ ଶନି ଙ୍କ ଚଳନ ହେବ । ତେବେ ଏହି 7ଟି ରାଶି ଉପରେ ପଡିବ ଖରାପ ପ୍ରଭାବ । ଅନ୍ୟ 5ଟି ରାଶି କୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବେ ।

ଏହି ସବୁ ରାଶି ରୁହନ୍ତୁ ସାବଧାନ

ବୃଷ-

ବୃଷ ରାଶିରେ ଶନି ନବମ ଓ ଦଶମ ଘର ର ଅଧିପତି ହୋଇ, ଏଇ ରାଶି ରୁ ନବମ ଘର କୁ ଚଳନ କରିବେ । ଭାଗ୍ୟ ସ୍ଥାନ ରେ ଶନି ଚଳନ ହେତୁ ବାପା ଙ୍କ ସହ ମତଭେଦ ହୋଇପାରେ । ଶରୀର ର ଯତ୍ନ ପ୍ରତି ଧ୍ୟାନ ଦେବେ । କାର୍ଯ୍ୟ କ୍ଷେତ୍ର ରେ ଅଧିକ ପରିଶ୍ରମ ପରେ ବି ଲାଭ କମ୍ ହେବ । ଧର୍ଯ୍ୟ ରଖି କାମ କଲେ ଭଲ ହେବ । ଚାକିରି ରେ ପଦୋନ୍ନତି ଚାହୁଁଥିଲେ ଶନି ଚଳନ ଆପଣଙ୍କୁ ଅପେକ୍ଷା କରେଇବ । ଆଳସ୍ୟ ଠାରୁ ଦୂରରେ ରହିବେ । ରାହୁ, ବାଣୀ ଘରେ ଚଳନ ହେବା ହେତୁ ଆପଣଙ୍କୁ ଭାବି ଚିନ୍ତି କଥା କହିବା କୁ ହେବ ।

ଉପାୟ– ଆପଣ ନିଲମ୍ ରତ୍ନ ଶନିବାର ଦିନ ମଧ୍ୟମା ଆଙ୍ଗୁଠି ରେ ପଞ୍ଚଧାତୁ ବା ଅଷ୍ଟ‌ଧାତୁ ରେ ମୁଦି ତିଆରି କରି ପିନ୍ଧନ୍ତୁ ଓ ଶନି ଙ୍କ ମନ୍ତ୍ର ଜପ କରନ୍ତୁ ।

ମିଥୁନ-

ଏ ରାଶିରେ ଅଷ୍ଟମ ଓ ନବମ ଘରେ ଶନି ରହି ମିଥୁନ ରାଶି ରୁ ଅଷ୍ଟମ ଘର କୁ ଚଳିବେ । ଏ ବର୍ଷ ଶନି ର ପ୍ରଭାବ କର୍ମ ଉପରେ ପଡ଼ିବ ଯାହା କାରଣ ରୁ କାର୍ଯ୍ୟ କ୍ଷେତ୍ର ରେ ଡେରି ହେବ, ହଟାତ୍ ସମସ୍ୟା ର ସାମ୍ନା କରିବା କୁ ପଡ଼ିବ । ଆର୍ଥିକ ସ୍ଥିତି ରେ ଅସୁବିଧା ଦେଖାଦେବ । ବିଦେଶ ଯାତ୍ରା ପାଇଁ ଶୁଭ ହେବ । ଜମି ରେ ଥିବା ବାଦବିବାଦ ତୁଟି ଯିବ । ଶନି ଅଷ୍ଟମ ରେ ରହିବାରୁ ନିଜେ ଭ୍ରମ ରେ ପଡ଼ିବେ, ନିଷ୍ପତି ନେଇପାରିବେନି ।

ଉପାୟ- ଶନିବାର ବ୍ରତ କରିବେ ବା ଶନି ପ୍ରଦୋଷ ବ୍ରତ ମଧ୍ୟ କରିପାରିବେ । ଏହା ବ୍ୟତୀତ ମଧ୍ୟ ଶନିବାର ଦିନ କଳା କପଡା ପିନ୍ଧିବେ ।

କର୍କଟ-

ଏ ରାଶି ର ସପ୍ତମ ଓ ଅଷ୍ଟମ ଘର ଅଧିପତି ଶନି , ଏ ରାଶି ରୁ ସପ୍ତମ ଘରକୁ ଚଳନ କରିବେ । ଆଳସ୍ୟ ରୁ ଦୂରେଇ ରୁହନ୍ତୁ, ନହେଲେ ଶନି ଅଶୁଭ ଫଳ ଦେବେ । ବର୍ଷ ଆରମ୍ଭ ରୁ ବ୍ୟବସାୟ ସମ୍ବନ୍ଧିତ କିଛି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ । ବିଦେଶ ପ୍ରକଳ୍ପ କାର୍ଯ୍ୟ ପାଇଁ ଲାଭ ମିଳିବ । ସନ୍ତାନ ଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଓ ଯାନବାହାନ ଚଳାଚଳରେ ନିୟନ୍ତ୍ରଣ ରଖନ୍ତୁ । ଧନ ବ୍ୟୟ ହେବ ଯେଉଁଥିରେ ପରିବାର ଲୋକେ ସହଯୋଗ କରିବେ । ବର୍ଷ ମଝିରେ ପୁରୁଣା ରୋଗ ରେ ପୀଡ଼ିତ ହେବେ ।

ଉପାୟ- ପ୍ରତ୍ୟେକ ଶନିବାର ସୋରିଷ ତେଲ କୁ ଲୁହା ବା ମାଟି ପାତ୍ର ରେ ଭରି ସେଥିରେ ନିଜ ମୁହଁ ଦେଖି ଛାୟା ପାତ୍ର ଦାନ କରି ଗରିବ କୁ ଯାହା ସମ୍ଭବ ସାହାର୍ଯ୍ୟ କରିବା ଉଚିତ ।

ତୁଳା-

ଏ ରାଶି ର ଚତୁର୍ଥ ଓ ପଞ୍ଚମ ଘର ଅଧିପତି ଶନି ଏ ରାଶି ରୁ ଚତୁର୍ଥ ଘର କୁ ଚଳନ କରିବେ । ଏ ବର୍ଷ ବ୍ୟବସାୟ ରେ ନୂଆ ଅବସର ମିଳିବ କିନ୍ତୁ କିଛି ଗର୍ବ ଆପଣ ଙ୍କ ପାଇଁ ବିପଦ ସୃଷ୍ଟି କରିପାରେ । ଯଦି ବିଦେଶ ପ୍ରକଳ୍ପ ର ଅପେକ୍ଷା ରେ ଅଛନ୍ତି ତ ସେଥିରେ ଲାଭବାନ ହେବେ । ଶନି ଙ୍କ ବକ୍ର ଦୃଷ୍ଟି ପାଇ ନିଜ ମାତା ଙ୍କ ସହ ମତଭେଦ ଦେଖାଦେବ । ଆପଣଙ୍କୁ ମାନସିକ ଚାପ ପଡ଼ିପାରେ । ଛୋଟ ଛୋଟ ଜାଗାକୁ ଯାତ୍ରା ଯୋଗ ଅଛି ଓ ସେପ୍ଟେମ୍ବର କୁ ବିଦେଶ ଯାତ୍ରା ଯୋଗ ରହିଛି।

ଉପାୟ- ଆପଣ ଙ୍କୁ ଭଲ ଗୁଣ ଥିବା ନିଲମ୍ ରତ୍ନ ମଧ୍ୟମା ଆଙ୍ଗୁଠି ରେ ପଞ୍ଚଧାତୁ ବା ଅଷ୍ଟ‌ଧାତୁ ରେ ମୁଦି ତିଆରି କରି ଧାରଣ କରନ୍ତୁ ।

ଧନୁ-

ଏ ରାଶି ରେ ଦ୍ଵିତୀୟ ଓ ତୃତୀୟ ସ୍ଥାନର ଅଧିପତି ଶନି, ଏ ରାଶି ରୁ ଦ୍ଵିତୀୟ ଘର କୁ ଚଳନ କରିବେ । ଯେ କୌଣସି କାମ ମନ ଧ୍ୟାନ ଦେଇ କଲେ ସଫଳତା ମିଳିବ । ଶନି ଙ୍କ ସାଢ଼େ ସାତ ର ପ୍ରଭାବ ର ଶେଷ ପାଦ ହୋଇଥିବାରୁ ଶନି ଯିବା ଆଗରୁ ଆପଣ ଙ୍କୁ ସୁନା ପରି ଚକ୍ ଚକ୍ କରିଦେବେ । ବ୍ୟବସାୟ ପାଇଁ ଏ ବର୍ଷ ପରିଶ୍ରମ ଓ ସଂଘର୍ଷ ଭିତରେ ରହିବ ହେଲେ ଫଳାଫଳ ଭଲ ମିଳିବ । ଆର୍ଥିକ ସ୍ଥିତି ଖରାପ ରହିବ । କିନ୍ତୁ ଧନ ସମସ୍ୟା ପାଇଁ କିଛି କାମ ଅଟକିବନି । ବାପାଙ୍କ ଠାରୁ ଆର୍ଥିକ ସାହାଯ୍ୟ ମିଳିବ ଓ ମା ଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।

ଉପାୟ- ଶନିବାର ଦିନ କଳା କପଡା ବା କଲା ସୂତା ରେ ଧତୁରା ଗଛ ର ଚେର କୁ ବାନ୍ଧି ବେକ କିମ୍ବା ବାହୁ ରେ ଧାରଣ କରିବ ଓ ହନୁମାନ ଙ୍କୁ ଉପାସନା କରିବ ।

ମକର-

ମକର ରାଶି ଓ ଦ୍ଵିତୀୟ ଘର ର ଅଧିପତି ଶନି ଏ ରାଶି କୁ ଚଳନ କରିବେ । ଶନି ଙ୍କ ସାଢ଼େ ସାତ ର ଦ୍ଵିତୀୟ ପାଦ ଚଳନ ଆରମ୍ଭ ହେବ । ମାନସିକ ଚାପ ବଢିବ । ନିଜ ରାଶି ଚଳନ ଯୋଗୁଁ ମାନସିକ ଚାପ ର ପ୍ରତିକାର ବି ଶନି କରିବେ । ବ୍ୟବସାୟ ପାଇଁ ନୂଆ ଅବସର ମିଳିବ ଓ ଆର୍ଥିକ ସ୍ଥିତି ରେ ଲାଭବାନ ହେବେ । ବିଦେଶ ଯାତ୍ରା ର ସ୍ୱପ୍ନ ପୂରଣ ହେବ । ଜୀବନସାଥି ସହ ମତଭେଦ ଦେଖା ଦେବ । ବର୍ଷ ଶେଷ କୁ ଶରୀର ର ଧ୍ୟାନ ରଖିବେ, ଦୁର୍ଘଟଣା ଯୋଗ ରହିଛି । ଯାନବାହାନ ନିୟନ୍ତ୍ରଣ ରେ ଚଳେଇବେ ।

ଉପାୟ- ଶନିବାର ଦିନ ବିଛୁଆତି ଗଛ ର ଚେର କୁ କଳା କପଡା ରେ ବାନ୍ଧି ବେକ ବା ହାତ ରେ ଧାରଣ କରି ଶନି ଙ୍କୁ ଆରଧନା କରିବେ ।

କୁମ୍ଭ-

ଏ ରାଶି ର ୧୨ ଓ ପ୍ରଥମ ଘର ର ଅଧିପତି ଶନି କୁମ୍ଭ ରାଶି ରୁ ଦ୍ଵାଦଶ ଘର କୁ ଚଳନ କରିବେ । ଏ ରାଶି ରେ ଶନି ଙ୍କ ସାଢ଼େ ସାତି ର ପ୍ରଥମ ପାଦ ର ପ୍ରଭାବ ପଡିବ । ଯାହା ଦ୍ଵାରା ଏ ରାଶି ରେ ସଙ୍ଘର୍ଷ ଓ ପରିଶ୍ରମ ବଢିଯିବ । ନିଜ ଜୀବନ ର ସତ୍ୟତା ଜାଣିବେ । ନିଜ ଲୋକ ଦୂର କୁ ପଳେଇବେ । ନିଜ ସାଥୀ ଙ୍କ ସହ କିଛି କଥା ରେ ଝଗଡ଼ା ହେବ । ନୂଆ କାମ କରିବା ଆଗରୁ ବଡ଼ ଲୋକ ଙ୍କ ନିଷ୍ପତ୍ତି ନେବେ । । ବ୍ୟବସାୟ ରେ ଭାବିଚିନ୍ତି ଆଗକୁ ବଢ଼ିବେ । ଘର ସାଜସଜ୍ଜା ରେ ଓ ନୂଆ ଯାନବାହାନ କିଣିବା ରେ ଧନ ଖର୍ଚ୍ଚ ହେବ ।

ଉପାୟ- ଶନିବାର ଠୁ ଆରମ୍ଭ କରି ନିୟମିତ ଶନିଦେବ ଙ୍କ ବୀଜ ମନ୍ତ୍ର ଓଁ ପ୍ରାଂ ପ୍ରୀଂ ପ୍ରୈଂ ସଃ ଶନିଶ୍ଚରାୟ ନମଃ ଜପ କରିବେ । ଓ ଶନିବାର ଦିନ ଦିବ୍ୟାଙ୍ଗ ଲୋକ ଙ୍କୁ ଖାଇବାକୁ ଦେବେ ।

Leave a Reply

Your email address will not be published. Required fields are marked *