ଟିକେ ହଳଦୀରେ ଲକ୍ଷ୍ମୀପତି ନାରାୟଣଙ୍କୁ ଏମିତି କରନ୍ତୁ ପ୍ରସନ୍ନ, ବଦଳିଯିବ ଭାଗ୍ୟ

ଗୁରୁବାରଦିନ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ । ଏମିତି କୁହାଯାଏ ଯଦି ଆପଣଙ୍କ ଜୀବନରେ କିଛି ଚିନ୍ତା ରହୁଛି, ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କୁ ପୂଜାକାରୀ ତାଙ୍କ କୃପା ଲାଭ କରିପାରିବେ । ଆପଣ ଏହିଦିନ ବିଶେଷ ପୂଜାକରି ଭଗବାନ ବିଷ୍ଣୁ ଓ ମାତ ଲକ୍ଷ୍ମୀଙ୍କୁ ପୂଜା କରି ତାଙ୍କ କୃପା ଲାଭ କରି ପାରିବେ । ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ସବୁବେଳେ ଘରେ ରହିବା ପାଇଁ ଓ ଘରେ ସୁଖ ସମୃଦ୍ଧି ଆଣିବା ପାଇଁ ଗୁରୁବାର ଦିନ ସକାଳୁ ଉଠି  ସ୍ନାନ ସାରି ଭଗବାନ ବିଷ୍ନୁଙ୍କ ସହିତ ଭଗବାନ ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ । ଓ ନାଲିରଙ୍ଗର ଫୁଲ ଅର୍ପିତ କରନ୍ତୁ । ଯାହା ଘରେ ଲକ୍ଷ୍ମୀ ନାରାୟଣ ଦୁଇଜଣଙ୍କ ପୂଜା ହୁଏ ସେଠି ଦାମ୍ପତ୍ୟ ଜୀବନରେ କେବେ ଅଶାନ୍ତି  କି କଳହ ଆସେ ନାହିଁ ।

Image Courtesy: Google

ଘରେ ଧନର ଅଭାବ ରହେ ନାହିଁ , ଜୀବନ ଆନନ୍ଦରେ କଟିଥାଏ । ଆଜି ଆମେ କହିବୁ ହଲଦିର ଉପାୟ, ଗୁରୁବାରଦିନ କିଛି ଜିନିଷ ଅଛି କିଣିବା ଠିକ ନୁହେଁ । କାରଣ ଏହା ଭଗବାନ ବୃହସ୍ପତି ଯିଏ ଜୀବନରେ ଜ୍ଞାନର କାରକ, ସନ୍ତାନର କାରକ, ବିବାହର କାରକ, ସୁଖ ଧନ ସମ୍ପତିର କାରକ ଅଟନ୍ତି । ସେଥିପାଇଁ ତାଙ୍କୁ ପୂଜା କରି ତାଙ୍କ ଆଶୀର୍ବାଦ ପାଇବା ନିହାତି ଆବଶ୍ୟକ ।

ଆଜି ଆମେ ଜାଣିବା ଟିକେ ହଲଦିରେ କେମିତି ଭାଗ୍ୟ ବଦଳି ପାରିବେ । କେମିତି ଆପଣଙ୍କ ଜୀବନରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବା ।  ହଳଦୀର ପଞ୍ଚୋଟି ଉପାୟ ବତେଇବୁ, ଧନ ସହିତ ସମ୍ବଧିତ, ସନ୍ତାନ ସହିତ ସମ୍ବଧିତ, ବିଦ୍ୟା ଓ ବିବାହ ସହିତ ସମ୍ବଧିତ । ଝିଅ ହେଉ କି ପୁଅ ହେଉ ଯଦି ବିବାହ ଠିକ ହେଇପାରୁନି ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ଯଦି ଆପଣଙ୍କୁ ଲାଗୁଛି ନକରାତ୍ମକ ଊର୍ଜା ଆପଣଙ୍କ ଉପରେ ରହୁଛି, ବହୁତ ଚିନ୍ତିତ ରହୁଛନ୍ତି ।

Image Courtesy: Google

ଯାହା ଘରେ ଛୋଟ ଛୁଆ ରହୁଛି ନଜର ଲାଗିଯାଇଥାଏ ତ କଣ କରିବେ ଗାଧୋଇବା ସମୟରେ ସେହି ପାଣିରେ ଟିକେ ଲୁଣ ପକେଇ ଗାଧୋଇ ଦିଅନ୍ତୁ । ଜେତେବେଳେ ଗାଧୋଇକି ରେଡି କରୁଛନ୍ତି ତାକୁ ଟିକେ ହଲଦିର ତିଳକ ଲଗାନ୍ତୁ । ହଳଦୀରେ ଦିବ୍ୟ ଗୁଣ ରହିଥାଏ ସେଥିଲାଗି ବାର ବଧୂକୁ ବିବାହ ସମୟରେ ଲଗାଯାଇଥାଏ କାରଣ କିଛି ନଜର ଦୋଷ କାଟିବା ପାଇଁ ଓ ସୁନ୍ଦର ଓ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ । ଯଦି ଆପଣଙ୍କୁ ଲାଗୁଛି ଘରେ କିଛି ଝଗଡା ବା ଆସନ୍ତି ଲାଗି ରହୁଛି କି ଲାଗୁଛି କିଏ ତନ୍ତ୍ର ବା ଗୁଣି କରିଛି ତ ଆପଣ ଘରର ଦ୍ଵାରରେ ଏରୁଣ୍ଡି ବନ୍ଧରେ କିଛି ହଲଦିର ଲେପ ଲଗାନ୍ତୁ ନହେଲେ କବାଟରେ କିଛି ରେଖା ଟାଣି ଦିଅନ୍ତୁ ।

ଗୁରୁବାର ଦିନ ଧନ ଆସିବାର ବିଶେଷ ଉପାୟ । ଯଦି ଜୀବନରେ ଧନର କମି ଅଛି ଏହି ଉପାୟ ନିଶ୍ଚିତ ରୂପେ କରନ୍ତୁ ।   ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ଫୋଟ ରଖନ୍ତୁ, ଓ କାଗଜରେ ଟିକେ ହଳଦୀ ନେଇ ମା ଲକ୍ଷ୍ମୀ ଓ ବିଷ୍ନୁଙ୍କ ପ୍ରତିମା ପଛରେ ଲୁଚେଇକି ରଖିଦିଅନ୍ତୁ । ଏମିତି କରିବା ଦ୍ଵାରା ଶୀଘ୍ର ଧନ ଲାଭର ଯୋଗ ବନିଥାଏ । ଜୀବନରେ ସମ୍ପୁର୍ଣତା ଆସିଥାଏ, ଯଦି ଗୁରୁବାର ଦିନ ଭଗବାନ ଗଣେଶଙ୍କୁ ହଳଦୀ ଚଢେଇବେ ବିବାହା ସମ୍ବଧିତ ସମସ୍ୟା ଦୂର ହୁଏ ।

ଯଦି ବିବାହ ଠିକ ହେଇପାରୁନି ଓ ସେଥିଲାଗି ବହୁତ ସମସ୍ୟା ଉପୁଜୁଛି ତ କଣ କରିବେ ଗୋଟେ ଲୋଟା ପାଣିରେ ଟିକେ ହଳଦୀ ପକାଇ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରନ୍ତୁ ସବୁ ଠିକ ହୋଇଯିବ ଓ ଆପଣଙ୍କୁ ମନ ହିସାବରେ ବର ମିଳିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *