Famous Comedian ହରି ଭାଇଙ୍କ ଜୀବନୀ ଶୁଣିଲେ ଆପଣ ମଧ୍ୟ କାନ୍ଦି ପକେଇବେ  

ଆପଣ ମାନେ ଜାଣିଥିବେ ଓଡିଶାର ସବୁଠୁ ଲୋକପ୍ରିୟ କମେଡିଆନ ହରିଭାଇଙ୍କୁ । କଣ ଆପଣ ଜାଣିଛନ୍ତି ତାଙ୍କ ଜୀବନ ଶୈଳୀ ଓ ତାଙ୍କ ଧର୍ମ ପତ୍ନୀ ବିଷୟରେ ଓ ତାଙ୍କ ଘର ପରିବାର ସମ୍ପତି କେତେ ଅଛି । ଯଦି ଜାଣି ନାହାନ୍ତି ସେହି ଅଜାଣ କଥା ବିଷୟରେ ଆଜି ଆମେ ଆପଣଙ୍କ ସହିତ ଆମେ ଆଲୋଚନା କରିବା । ଆପଣ ଯାହାକୁ ସ୍ନେହରେ ହରି ଭାଇ ବୋଲି ଡାକନ୍ତି ତାଙ୍କର ରିଅଲ ନାମ ହେଉଛି ହରିହର ମହାପାତ୍ର । ଆଉ ସେ ଜନ୍ମ ଗ୍ରହ କରିଥିଲେ ୨୩ ଡିସେମ୍ବର ୧୯୭୫ରେ ଭଣ୍ଡାରି ପୋଖରୀରେ । କିନ୍ତୁ ଏବେ ସେ କଟକରେ ରହୁଛନ୍ତି ।


ଏବେ ତାଙ୍କର ବର୍ତମାନ ବୟସ ହେଉଛି ପାଖା ପାଖି ୪୫ ବର୍ଷ । ଆପଣଙ୍କ ଭିତରୁ ବହୁତ କମ ଲୋକ ଏହି କଥା ଜାଣିଥିବେକୀ ସେ ତାଙ୍କର ଅଭିନୟ ଶିକ୍ଷା କରିଥିଲେ ଉତ୍କଳ ସଂଗୀତା ମହାବିଦ୍ୟାଳୟରେ । ସେ ହେଉଛନ୍ତି ଅଭିନେତା, କମେଡିଆନ ଓ ବିଜେପି ଦଳର ଏମପି ମଧ୍ୟ । ସେ ଓଡିଶାରେ କମେଡିଆନ ଭାବରେ ସବୁ ଫିଲ୍ମରେ ଦେଖିବାକୁ ମିଳନ୍ତି । ତାଙ୍କ କାମେଡି ଦ୍ଵାରା ଆମେ ବହୁତ ଖୁସି ହୋଇଥାଉ । ଆଉ ଯଦି ଆମେ ତାଙ୍କର ବଡି ସାଇଜ ଉପରେ ନଜର ପକାଇବା ତାଙ୍କ ହାଇଟ ପାଖାପାଖି ୫ ଫୁଟ ୨ ଇଞ୍ଚ । ତାଙ୍କ ଓଜନ ୫୮ କେଜି ।


ତାଙ୍କ ବାପା ହେଉଛନ୍ତି ଭଗବାନ ମହାପାତ୍ର ଓ ତାଙ୍କ ମା ହେଉଛନ୍ତି ପାର୍ବତୀ ମହାପାତ୍ର । ସେ ଅଭିନୟ କରିବା ଓ କାମେଡି ସହିତ ବହୁତ ଜାଗା ବୁଲିବାକୁ ପସନ୍ଦ କରନ୍ତି । ତାଙ୍କର ହବି ହେଉଛି ଟ୍ରାଭେଲିଙ୍ଗ କରିବା । ଓଡିଆ ଚଳଚିତ୍ର ଜଗତରେ ତାଙ୍କର ପ୍ରଥମ ଫିଲ୍ମ ଆସିଥିଲା ୨୦୦୨ ମସିହାରେ ”ସିନ୍ଦୁର ନୁହେଁ ଖେଳ ଘର ” । ଏହି ଫିଲ୍ମରେ ଅର୍ଚନାଙ୍କ ସହ ସିଦ୍ଧାନ୍ତ ଲିଡରେ ଥିଲେ ମଧ୍ୟ ଲୋକ ଆମ ହରି ଭାଇଙ୍କୁ ବହୁତ ପସନ୍ଦ କରିଥିଲେ । କାରଣ ତାଙ୍କ କମେଡି ବହୁତ ଦମଦାର ଥିଲା ।


ଏହି ଫିଲ୍ମଟି ହରି ଭାଇଙ୍କ ଲାଗି ସୁପରହିଟ ହୋଇଥିଲା ।ଆଉ ସେ ଅନେକ ଫିଲ୍ମ ମଧ୍ୟ କରିଛନ୍ତି ସେଗୁଡିକ ହେଲା ଲଭ ଡଟ କମ, ସମଥିଙ୍ଗ ସମଥିଙ୍ଗ, ହତଧରି ଚାଲୁଥିବୀ ଭଳି ଫିଲ୍ମ ସୁପରହିଟ ହୋଇଥିଲା । ସେ ଓଡିଶାର ଅମିତି ଗୋଟେ କଳାକାର ଅଟନ୍ତି ସେ ସବୁ ହିରୋଙ୍କ ସହିତ ଫିଲ୍ମ କରିସାରିଛନ୍ତି । ସେଥିପାଇଁ ଓଡିଶାରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି । ଆଉ ସେ ଓଡିଶାରେ ସ୍ଟେଟ ଫିଲ୍ମ ମଧ୍ୟ ହାସିଲ କରିଛନ୍ତି ଏହା ସହିତ ତରଂଗ ସିନେ ଆୱାର୍ଡ ମଧ୍ୟ ହାସିଲ କରିଛନ୍ତି । ମୋନାଲିସା ମହାପାତ୍ର ହେଉଛନ୍ତି ହରି ଭାଇଙ୍କ ସ୍ତ୍ରୀ ଓ ତାଙ୍କର ଗୋଟିଏ ଝିଅ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *