ହଠାତ୍ ଆକାଶରେ ମାଡି ଆସିଲା କଳା ହାଣ୍ଡିଆ ମେଘ, ଆଉ ତାପରେ… ଯାହା ହେଲା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସାରା ରାଜ୍ୟ ରେ ଲାଗି ରହିଛି ପଶ୍ଚିମା ଝଡ ର ପ୍ରଭାବ । ଯାହାର ପ୍ରଭାବ ଅପରାହ୍ନ ସରିବା ମାତ୍ରେ ମାଡି ଆସୁଛି କଳା ହାଣ୍ଡିଆ ମେଘ । ଦିନ ବେଳା ପାଗ ଶୁଖିଲା ରହୁଥିବା ବେଳେ ଟିକେ ଅପରାହ୍ନ ବେଳେ ମାଡି ଆସୁଛି କାଳ ବୈଶାଖୀ ଜନିତ ବର୍ଷା । ପ୍ରବଳ ବର୍ଷା, ବିଜୁଳି, ଘଡଘଡି ସାଙ୍ଗ କୁ କୁଆ ପଥର ମାଡରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ଯାଉଛନ୍ତି ।

ଏଭଳି ସମାନ ଘଟଣା ଢେଙ୍କାନାଳ ଜିଲ୍ଲା ରେ ଦେଖିବାକୁ ମିଳିଛି । କିଛି କୁଆଡେ ନ ଥିବା ବେଳେ ଠିକ ଅପରାହ୍ନ 2ଟା ବେଳେ ଆକାଶରେ ମାଡି ଆସିଲା କଳା ବାଦଲ ଆଉ ମେଘ । ଆଉ ତା ପରେ ପ୍ରବଳ ବର୍ଷା, ଘଡଘଡି ବିଜୁଳି ସହ କୁଆ ପଥର ବର୍ଷା କୁ ଲୋକେ ଭୟରେ ଆତଙ୍କିତ ହୋଇ ଯାଇଛନ୍ତି ।

ଲଗାତାର କୁଆ ପଥର ମାଡ ହେବା କାରଣରୁ ଘରର ଆଜବେଷ୍ଟିସ ଭାଙ୍ଗି ଘର ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଠିଆ ହୋଇ ଥିବାର ଦେଖିବାକୁ ମିଳିଛି । ମୁଷଳ ଧାରା ରେ ବର୍ଷା ସାଙ୍ଗ କୁ କୁଆ ପଥର ମାଡ ସାଙ୍ଗକୁ ଖାଲି ଯେ ମଣିଷ ମାନେ ଅସହାୟ ହୋଇ ପଡ଼ୁଛନ୍ତି ତାହା ନୁହେଁ ବରଂ ଗୃହ ପାଳିତ ପଶୁ ପକ୍ଷୀ ଙ୍କ ଠାରୁ ଆରମ୍ଭ କରି ବୁଲା ପଶୁ ପକ୍ଷୀ ମାନେ ମଧ୍ୟ ଏହାର ଶିକାର ହୋଇଛନ୍ତି ।

ଏମିତିକି ଯାତାୟାତ ରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ତେବେ ବର୍ଷା ଏରତେ ଜୋର ରେ ହେଉଛି ଯାହାର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖା ଯାଉଛି । ଆଉ ଏହି ପଶ୍ଚିମ ଝଡ କାରଣରୁ ଜନ ଜୀବନ ବ୍ୟସ୍ତ ହୋଇ ପଡିଲାଣି । ତେବେ କୁଆ ପଥର ମାଡ ହେବା କାରଣରୁ ଲୋକ ମାନଙ୍କର ଘର ଭାଙ୍ଗି ଯାଉଛି ଆଉ ସେମାନେ ନାହି ନ ଥିବା ହାଇରାଣ ର ସମୁଖିନ୍ନ ହେଉଛନ୍ତି ।

ତେବେ କୁଆ ପଥର ବର୍ଷା ହେବା କାରଣରୁ ଲୋକ ମାନେ ନିଜର ବାସ ସ୍ଥାନ ହରାଉଛନ୍ତି । ଏମିତିକି ବାହାରେ ବୁଲୁଥିବା ପଶୁ ପକ୍ଷୀ ଏମାନେ ବର୍ଷା କାରଣରୁ ନିଜର ବାସ ସ୍ଥାନ ହରାଇ ଏଣେତେଣେ ଦେଖିବାକୁ ମିଳୁଛନ୍ତି । ପଛିମ ଝଡ ପ୍ରଭାବରୁ ରାଜ୍ୟରେ ନାହି ନ ଥିବା ସମସ୍ଯା ଦେଖା ଗଲାଣି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *