ଆଜି ବି ଛେଚିବ ଝଡ ବର୍ଷା, 17ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ନମସ୍କାର ବନ୍ଧୁଗଣ । ପଛିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନ ରେ ବିଜୁଳି ଘଡଘଡି ସହ ବର୍ଷା ଦେଖା ଯାଉଛି । ରାଜଧାନୀ ଭୁବନେଶ୍ଵର ରେ ଆଜି ସକାଳୁ ସକାଳୁ ବର୍ଷା ହୋଇଛି । ଏମିତିକି କଟକ ରେ ମଧ୍ୟ ଆଜି ପଶ୍ଚିମା ଝଡ ପ୍ରଭାବରୁ ସକାଳୁ ଲଗାଣ ବର୍ଷା ଜାରି ରହିଛି । ଯାହାର ପ୍ରଭାବରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଲାଣି । ମେଘ ସାଙ୍ଗକୁ ଘଡଘଡି, ବିଜୁଳି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନ ରେ ଦେଖା ଯାଇଛି ।

ବର୍ଷା କାରଣରୁ ନାହି ନ ଥିବା ଅସୁବିଧାର ସମୁଖିନ୍ନ ହେଉଛନ୍ତି ଲୋକ ମାନେ । ଏମିତିକି ପଶୁ ପକ୍ଷୀ ମଧ୍ୟ ଅସୁବିଧାର ସମୁଖିନ୍ନ ହେଉଛନ୍ତି । ଏହା ସହ ଯାତାୟତ ରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ଏମିତିକି ଅନ୍ଧାର ଘରୋଇ ପବନ ସାଙ୍ଗ କୁ ବର୍ଷା ହୋଇଛି । ଟ୍ଵିନ ସିଟି ରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି । ଗତ କାଲି ରାତି ରେ ମଧ୍ୟ ବର୍ଷା କାରଣରୁ ଜନ ଜୀବନ ପ୍ରଭାବିତ ହୋଇଥିଲା ।

ପଶ୍ଚିମା ଝଡ ପ୍ରଭାବରେ ଢେଙ୍କାନାଳ ରେ ଘଡଘଡି ବର୍ଷ ସହ କୁଆ ପଥର ମାଡ ହୋଇଛି । ଘଣ୍ଟା ପ୍ରତି 20ରୁ 50 କିମି ବେଗରେ ପବନ ହୋଇଛି । ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଯାଜପୁର, କଟକ, ଢେଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଏ ସବୁ ଜିଲ୍ଲାରେ 7 ସେମି ରୁ 11 ସେମି ବର୍ଷା ସମ୍ଭାବନା ରହିଛି ।

ସେହିପରି ଆଜି ପାଇଁ 17 ଟି ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି । 5 ତାରିଖ ସକାଳ ଯାଏଁ ରାଜ୍ୟର ବିଭିନ୍ନ ସ୍ଥଳରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା କାଲି ପୁଣି ଏକ ପଶ୍ଚିମା ଝଡ ର ସମ୍ଭାବନା ରହିଛି । ବର୍ଷା 60 ମିଲି ମିଟର ଯାଏଁ ରହୁଛି ।

ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ ଆଦି ଜିଲ୍ଲା ରେ ଆଜି ପ୍ରବଳ ଘଡଘଡି ସହ ବିଜୁଳି ହେବାର ସମ୍ଭାବନା ରହିଛି । ତେବେ ଏହି ସବୁ ଜିଲ୍ଲା ଗୁଡକି ଭାରତୀୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *