ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ହେତୁବାଦୀଙ୍କ ବିରିୟାନୀ ଷ୍ଟଲ ଓ ବାଇକ୍ ରେ ନିଆଁ ଲଗେଇଲେ ଦୁର୍ବୁତ୍ତ

ଗୋଟିଏ ଛୋଟିଆ ପୋଷ୍ଟକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ ପରମ୍ପରାବାଦୀ । ହେତୁବାଦୀଙ୍କର ଯେଉଁ ବିରିଆନୀ ଷ୍ଟଲ ରହିଛି ସେଠାରେ ନିଆଁ ଲାଗିଛି ଆଉ କ୍ଷୟକ୍ଷତି ମଧ୍ୟ ହୋଇଛି । ଲିଙ୍ଗିପୁରରେ ଥିବା ବିରିୟାନ ଡଟ କମ ଷ୍ଟଲରେ ଗତ କାଲି ଦୁର୍ବୁତ୍ତ ମାନେ ନିଆଁ ଲାଗିଦେଇଛନ୍ତି । ସୂଚନା ଅନୁଯାୟୀ ଗୋଟିଏ ଛୋଟିଆ ପୋଷ୍ଟ ପାଇଁ ଅର୍ଥାତ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ହେତୁବାଦୀ  ମାନେ ଖଦାୟ ବିରିଆନୀ ପାର୍ଟି କରିଥିଲେ ଯାହାକୁ ନେଇ ବିବାଦ ଉପୁଜିଥିଲା ।

ସୋସିଆଲ ମିଡିଆରେ ଷ୍ଟଲର ମାଲିକ କିଛି ପୋଷ୍ଟ କରିଥିଲେ ଯାହାକୁ ନେଇ ଘଟଣା ଘଟିଛି ବୋଲି ଚର୍ଚ୍ଚା ହେଉଛି । ଘଟଣା ସ୍ଥଳରେ କାଚ ଗୁଡାକ ଭାଙ୍ଗି ଯାଇଛି । ନିଆଁ ଲାଗିବା ସମୟରେ ସେଠାରେ ଥିବା ପିଲାମାନେ ତୁରନ୍ତ ଖବର ଦେଇଥିଲେ । ଷ୍ଟଲରେ ନିଆଁ ଲଗାଇବା ସହ ଗୋଟେ ଗାଡିରେ ମଧ୍ୟ ନିଆଁ ଲଗାଇଛନ୍ତି ଦୁର୍ବୁତ୍ତ ମାନେ । ଘଟଣା ସମୟର ଯାହା ବି ହୋଇଥିଲା କ୍ୟାମେରାରେ କଏଡ ହୋଇଛି ଆଉ ଦୋକାନ ମାଲିକ ଥାନାରେ ଏତାଲା ମଧ୍ୟ ଦେଇଛନ୍ତି ।

ଏ ନେଇ ଜେଣ ବ୍ୟକ୍ତି କହିଛନ୍ତି “ବ୍ଯବସାୟିକ ରାଇଭାଲ ଦୃଷ୍ଟିରୁ ବର୍ତ୍ତମାନ ବିଲେଇ ଭାଗ୍ୟକୁ ସିକା ଛିଣ୍ଡିବାକୁ ଏଭଳି ଗୋଟେ ଘଟଣା ଘଟିଛି । ମୁଁ ଏହାକୁ ଧାର୍ମିକ କୁ ନେଇ କରାଯାଇ ପାରେ ମାନୁ ନାହି । ଆମେ କିଛି ସମସ୍ଯା ଦେଖୁ ନାହି । ଯେଉଁ ମାନେ ଧର୍ମ ବାଦୀ ମାନେ ଯେଉଁ ମାନେ ବିଭିନ୍ନ ରୂପରେ ଲଦି ଦିଆଯାଉଛନ୍ତି ଯେଉଁ ମାନେ ଅନ୍ଧବିଶ୍ଵାସ ପ୍ରଥା ବିରୁଦ୍ଧରେ ଆନ୍ଦୋଳନ କରିଛନ୍ତି ସେମାନେ ମଧ୍ୟ ରୋଷର ଶିକାର ହୋଇଛନ୍ତି ମାଡ ଖାଇଛନ୍ତି ମୃତ୍ୟୁବରଣ ମଧ୍ୟ କରିଛନ୍ତି ।

ଗାଲିଲିଓ ଙ୍କ ଠାରୁ ଆରମ୍ଭ କରି ଲାଲା ଲାଜପତରାଏ ଙ୍କ ଯାଏଁ ବିଭିନ୍ନ ପ୍ରକାରର ଆନ୍ଦୋଳନ କରି ରୋଷର ଶିକାର ହୋଇଥିଲେ । ଚନ୍ଦ୍ରଗ୍ରହଣ ପରେ ପରେ ଆମ ପିଲା ମାନଙ୍କର ଛୁଟି ଥିଲା ସେଥିପାଇଁ ସେମାନେ ସ୍କୁଲ ଯାଉ  ନ ଥିଲେ । ଆମେ ରାଜ ରାସ୍ତାରେ ଚାଳୁଛୁ କିଛି ବି ଭୟ ନାହି । ଅକ୍ଷୁର୍ଣ୍ଣ ରହୁ ପୂଣ୍ୟ ଜଗତେ ଧର୍ମର ହେବ ଜୟ ଏଠି ଧର୍ମ ହେଉଛି ବିଜ୍ଞାନ ତା ଠାରୁ ବଡ ଧର୍ମ ଆଉ କିଛି ନାହି । ଆମେ ବର୍ତ୍ତମାନ ୨୩୦୦ ସେଞ୍ଚୁରୀରେ ପହଞ୍ଚିଲୁଣିଣୁ ।

ବାନର ଅବସ୍ଥାରୁ ଆସି ମଣିଷ ଆଜି ଯେଉଁ ଭଳି ଭାବେ ଲୋକେ ଚନ୍ଦ୍ରକୁ ଯାଇ ସେଠାରେ ବୁଲିକି ଆସି ସାରିଲେଣି । ତା ପରେ ବି ଯଦି ଲୋକେ ଅନ୍ଧବିଶ୍ବାସକୁ ବିଶ୍ଵାସ କରୁଛନ୍ତି ସେଟା ତାଙ୍କ ପାଇଁ ବଡ । ଆମେ ଅବିଶ୍ବାସବାସୀ ଆମ ପାଇଁ ଆମ ଧର୍ମ ବଡ । ଆମ ପାଇଁ ଆମ ବିଜ୍ଞାନ ଜୟ ସବୁବେଳେ । ଦୋକାନ ପିଲା ମାନେ ସୋଇଥିବା ସମୟରେ ଷ୍ଟଲ ରେ ନିଆଁ ଲଗା ଯାଇଥିଲା ।

ଏହି ଘଟଣା ପଛରେ ସଚେତନତା ଦିଆଯାଇଛି କି ପରମ୍ପରା ପ୍ରତି ଅସମ୍ମାନ କରୁଥିଲେ ସେଥିପାଇଁ ଏଥିରୁ ନିବୃତ୍ତ ରୁହନ୍ତୁ ନଚେତ ତାଙ୍କୁ ବିଚ ରାସ୍ତାରେ ଦୃଢ ବିରୋଧ କରାଯିବ ।  ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *