High Courtର ବଡ ନିଷ୍ପତ୍ତି, ବାର୍ଦ୍ଧକ୍ୟ ଭତ୍ତା ମିଳିବା କଥା କେତେ ଟଙ୍କା ? ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ, ହାଇ କୋର୍ଟ ରେ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ମାମଲା । ଉଚିତ ପଦକ୍ଷେପ ନେବାକୁ ସରକାର ଙ୍କୁ ନିର୍ଦ୍ଦେଶ ଦେଲେ ହାଇ କୋର୍ଟ । ବାର୍ଦ୍ଧକ୍ୟ ସମୟରେ ଆର୍ଥିକ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ମଧୁ ବାବୁ ପେନସନ ଯୋଜନା ଚଲାଇଛନ୍ତି । ହେଲେ ଏଥିରୁ ମିଳିଥିବା ଆର୍ଥିକ ସହାୟତା ଲୋକଙ୍କ ର ସର୍ବ ନିମ୍ନ ଆବଶ୍ୟକତା ମେଣ୍ଟାଇ ପାରୁ ନାହି ।

ତେଣୁ ବାର୍ଦ୍ଧକ୍ଯ ଅର୍ଥ ବୃଦ୍ଧି କରିବା ପାଇଁ ହାଇ କୋର୍ଟ ରେ ଏକ ମାମଲା ହୋଇଥିଲା । ଏହି ଜନ ସ୍ଵାର୍ଥ ମାମଲାର ଶୁଣାଣୀ କରି ହାଇ କୋର୍ଟ ଭଟ୍ଟା ର ପରିମାଣ ବଢାଇବାକୁ କହିଛନ୍ତି । ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ସଚିବ ଙ୍କୁ ହାଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । 2008 ରେ ରାଜ୍ୟ ସରକାର ବୟସ୍କ, ଦିବ୍ୟାଙ୍କ, ବିଧବାଙ୍କ ପାଇଁ ମଧୁ ବାବୁ ପେନସନ ଯୋଜନା ଆରମ୍ଭ କରିଥିଲେ ।

ଏଥିରେ ମାସିକ 500 ଟଙ୍କା 60ରୁ ଅଧିକ ଓ 80 ବର୍ଷରୁ କମ ବୟସ୍କ ପାଉଛନ୍ତି । ମାସିକ 700 ଟଙ୍କା 80 ବର୍ଷ ବୟସ୍କ ବ୍ୟକ୍ତି ପାଉଛନ୍ତି । ମାସିକ 900 ଟଙ୍କା 80 ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍କ ପାଉଛନ୍ତି । ହାଇ କୋର୍ଟ ରେ ବାର୍ଦ୍ଧକ୍ୟ ଭତ୍ତା ର ପରିମାଣ ବୃଦ୍ଧି ପାଇଁ ହୋଇଥିବା ଆବେଦନ ରେ ଦର୍ଶା ଯାଇଥିଲା ଯେ ରାଜ୍ୟ ସରକାର ଦେଉଥିବା ଆର୍ଥିକ ସହାୟତା ନିଅଣ୍ଟ ପଡୁଛି । ଏହା ସମାନତା ଅଧିକାର କୁ ଉଲଂଘନ କରୁଛି ।

ମାସକୁ 500 ଟଙ୍କାର ଆର୍ଥିକ ସହାୟତା ଗରିବ ଙ୍କୁ ଉପହାସ ହେଉଛି ବୋଲି ଆବେଦନ ରେ ଉଲେଖ ରହିଥିଲା । କେନ୍ଦ୍ର ସରକାର ଦୈନିକ ମଜୁରି 178 ଟଙ୍କା ଧାର୍ଯ୍ୟ କରିଛନ୍ତି । ବାର୍ଦ୍ଧକ୍ୟ ଭତ୍ତା ମିଳୁଛି ମାସିକ 500 ଟଙ୍କା । ହିସାବ କରିଲେ ଦିନକୁ 16 ଟଙ୍କା 67 ପଇସା ହେଉଛି । ହାଇ କୋର୍ଟ ଜନ ସ୍ଵାର୍ଥ ମାମଲାର ଶୁଣାଣୀ କରି ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିବା ଉପରେ ଉଚିତ ପଦକ୍ଷେପ ନେବାକୁ ସରକାର କହିଛନ୍ତି ।

ଆସନ୍ତା ଏପ୍ରିଲ 17 ତାରିଖ ସୁଧା ଏ ଉପରେ ବିଧି ବଧ ନିସ୍ପତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏପ୍ରିଲ ମାସ ରେ ବାର୍ଦ୍ଧକ୍ୟ ଭତ୍ତା କୁ ନେଇ କେଉଁ ଭଳି ନିସ୍ପତି ଶୁଣାଯିବ ତାହା ଦେଖିବାକୁ ବାକି ରହିଲା । ଆଉ ମୂଲ୍ୟ ବୃଦ୍ଧି କରାଯାଇ କେତେ ରଖା ଯାଇଛି ତାହା ନେଇ କିଛି ସ୍ପଷ୍ଟ ସୂଚନା ମିଳି ନାହି ।

ତେବେ ସେ ଯାହା ବି ହେଉ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ହେଲେ ବୟସ୍କ, ଦିବ୍ୟାଙ୍କ ଓ ବିଧବା ମହିଳା ନିଶ୍ଚୟ ଉପକୃତ ହେବେ ବୋଲି ଆଶା କରା ଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କାମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *