ନମସ୍କାର ବନ୍ଧୁଗଣ ହୋଲି ପର୍ବ ଏକ ବହୁତ ଶୁଭ ଏବଂ ଖୁସି ର ପର୍ବ । ହୋଲି ଖେଳିବା ପୂର୍ବରୁ ହୋଲିକା ଦହନ କରା ଯାଇଥାଏ । ହୋଲିକା ଦହନ ରେ ନିଜ ଭିତରେ ଥିବା ସମସ୍ତ କଳହ, ଏବଂ କୁଚିନ୍ତା ଆଦି ସବୁ କୁ ଆମେ ସେହି ପଵିତ୍ର ଅଗ୍ନି ରେ ଦାହ କରି ଦେଇଥାଉ । କିମ୍ବଦନ୍ତୀ ଅନୁସାରେ ଭକ୍ତ ପ୍ରହଲ୍ଲାଦ ଙ୍କ ହରି ଭକ୍ତି ଯୋଗୁଁ ହିରଣକଶ୍ୟପ ନିଜ ଭଉଣୀ ହୋଲିକା କୁ ଡାକିଥିଲେ ପ୍ରହ୍ଲାଦକୁ ମାରିବା ପାଇଁ । ହୋଲିକାକୁ ଏକ ବରଦାନ ମିଳିଥିଲା କି ସେ ନିଆଁ ରେ ଜଳିବ ନାହିଁ ।
ସେଥିପାଇଁ ହୋଲିକା ଭକ୍ତ ପ୍ରହ୍ଲାଦ କୁ ନେଇ ଅଗ୍ନି ଜଳାଇ ବସିଲେ । କିନ୍ତୁ ଈଶ୍ଵରଙ୍କ କରାମତି ଯୋଗୁଁ ବର ପ୍ରାପ୍ତ ସତ୍ତ୍ୱେ ହୋଲିକା ସେହି ନିଆଁ ରେ ଜଳିଗଲା କିନ୍ତୁ ଭକ୍ତ ପ୍ରହ୍ଲାଦ ଙ୍କ ର କିଛି ଭି ହେଲା ନାହିଁ । ସେଥି ପାଇଁ ସବୁ ବର୍ଷ ସତ୍ୟ ର ଜିତ କୁ ଏବଂ ନକରାତ୍ମକ ଉର୍ଜା କୁ ନଷ୍ଟ କରିବା ପାଇଁ ଏହି ହୋଲିକା ଦହନ ବହୁତ ଧୁମଧାମ ରେ ପାଳନ କରାଯାଏ । ସେହି ଦିନ ସମସ୍ତେ ସ୍ନାନ କାର୍ଯ୍ୟ ସାରି ହୋଲିକା ଦହନ ସ୍ଥାନକୁ ଭଲ ଭାବରେ ପରିଷ୍କାର କରି ଧୋଇ ଦିଅନ୍ତି । ଏବଂ ତାକୁ ସଜେଇ ସନ୍ଧ୍ୟା ରେ ଏହାର ପୂଜା ଅର୍ଚ୍ଚନା କରା ଯାଇଥାଏ । ଏବଂ ନିଜ ରାଶି ଅନୁସାରେ ନଡ଼ିଆ ମଧ୍ୟ ଚଢା ଯାଇଥାଏ ।
ଏବଂ ସେଥିରେ କର୍ପୂର ମଧ୍ୟ ପକାଯାଏ ଏବଂ କର୍ପୂର ଧୂଆଁ ରେ ବାତାବରଣ ଶୁଦ୍ଧ ହୋଇ ଯାଏ । ହୋଲିକା ଦହନ ସମୟରେ ସମସ୍ତ ପରିବାର ସଦସ୍ୟ ଯିବା ଉଚିତ ଏବଂ ତାର ପରିକ୍ରମା କରିବା ଆବଶ୍ୟକ । ଏବଂ ତା ପର ଦିନ ହୋଲିକା ଦହନ ର ଭସ୍ମ ମଧ୍ୟ ଆଣି ନିଜ ଘରେ ରଖିବା ଆବଶ୍ୟକ ।
ଆଜି ଆମେ ହୋଲିକା ଏବଂ ହୋଲି ସହ ଲୁଣ ର କିଛି ଉପାୟ କହିବୁ । ଯାହାଦ୍ୱାରା ଆପଣଙ୍କ ଘରେ ସୁଖ ଶାନ୍ତି ର ବାତାବରଣ ରହିବ । ଏବଂ ଜୀଵନ ସୁଖମୟ ହେବ । ତେବେ ଚାଲନ୍ତୁ ଜାଣିନେବା ସେହି ଉପାୟ ଗୁଡିକ କଣ କଣ ।
୧- ପ୍ରଥମ ଉପାୟ ଟି ହେଉଛି ଲୁଣ କୁ ଚନ୍ଦ୍ର ଏବଂ ଶୁକ୍ର ମାନି ନିଆ ଯାଏ । ସେଥିପାଇଁ କେବେବି ଲୁଣ କୁ ଷ୍ଟିଲ ପାତ୍ରରେ ରଖିବା ଉଚିତ ନୁହେଁ । ସର୍ଵଦା କାଚର ପାତ୍ର ରେ ଲୁଣ କୁ ରଖିବା ଉଚିତ ।
୨- ଦ୍ୱିତୀୟରେ ହୋଲିକା ଦହନ ର ଭସ୍ମ କୁ ବହୁତ ପବିତ୍ର ବୋଲି ମାନ୍ୟତା ଅଛି । ସେହି ଭସ୍ମ ରେ ଲୁଣ ଏବଂ କଳା ସୋରିଷ କୁ ମିଶେଇ ପୁରା ଘରେ ବୁଲାଇ ଦେବା ଏହା ଦ୍ୱାରା ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଏବଂ ଉର୍ଜା ନଷ୍ଟ ହୋଇ ଯାଇଥାଏ ।
୩-ତୃତୀୟ ରେ ହେଉଛି ହୋଲିକା ଦହନ ର ଭସ୍ମ କୁ ନିଜ ଦେହରେ ଲଗେଇ ଲୁଣ ମିଶ୍ରଣ ଜଳ ରେ ସ୍ନାନ କଲେ ସମସ୍ତ ରୋଗ ଦୁର ହୁଏ ଏବଂ କେହି ଗୁଣି କରିଥିଲେ ତାହା ମଧ୍ୟ ଭଙ୍ଗ ହୋଇ ଯାଏ ।
୪- ଚତୁର୍ଥ ରେ ହେଉଛି ଯଦି ଆପଣଙ୍କ ଘରେ ସମସ୍ୟା ରହୁଛି ଯେତେ ଚେଷ୍ଟା କଲେ ମଧ୍ୟ ଦୁର ହେଉ ନାହିଁ ତେବେ ଆପଣ ଏକ ମୁଠା ଲୁଣ କୁ ସନ୍ଧ୍ୟା ରେ ନିଜ ମୁଣ୍ଡ ଉପରେ ଓଲଟା ଦିଗରେ ବୁଲାଇ ଘର ବାହାରେ ଫିଙ୍ଗି ଦେବା ଉଚିତ । ଏହା ହୋଲିକା ଦହନ ର ତିନି ଦିନ ପର୍ଯ୍ୟନ୍ତ କରିବା ଆବଶ୍ୟକ ।
୫- ପଞ୍ଚମ ରେ ହେଉଛି ଯଦି ଆପଣଙ୍କ ଘରେ କାହାର ଦେହ ସର୍ଵଦା ଅସୁସ୍ଥ ରହୁଛି । ଯେତେ ଚେଷ୍ଟା କଲେ ମଧ୍ୟ ରୋଗ ଭଲ ହେଉ ନାହିଁ କିମ୍ବା କାହାର ନଜର ରହୁଛି ତେବେ ଆପଣ ଏକ ବଡ଼ ଲେମ୍ବୁ କୁ କାଟି ତାର ଦୁଇ ଭାଗରେ ଭରପୁର ଲୁଣ କୁ ପକେଇ । ସେହି ବ୍ୟକ୍ତି ର ଗୋଡ଼ ଠୁ ମୁଣ୍ଡ ପର୍ଯ୍ୟନ୍ତ ଓଲଟା ବୁଲାଇବେ ଚାରି ଥର । ଏବଂ ଘର ର ଦୁଇ ଦିଶା ରେ ଫୋପାଡ଼ି ଦେବେ ।
୬- ଷଷ୍ଠ ରେ ହେଉଛି ହୋଲିକା ଦହନ ଦିନ ଘରେ ପୋଛା ଲଗାଉଥିଲେ ସେଥିରେ ଲୁଣ ମିଶେଇ ପୋଛିଲେ ଘରେ ଥିବା ସମସ୍ତ ନକରାତ୍ମକ ଉର୍ଜା ପଳେଇବ ଏବଂ ଘର ଶୁଦ୍ଧ ଏବଂ ସୁଖ ମୟ ହେବ ।
ଏହି ସବୁ ଉପାୟ ଦ୍ୱାରା ଘରକୁ ଆପଣ ଖରାପ ଦୃଷ୍ଟି ଏବଂ ନକରାତ୍ମକ ଉର୍ଜା ରୁ ବଞ୍ଚି ପାରିବେ ।