ହସ୍ପିଟାଲ ନାଁରେ ସାଂଘାତିକ ଅଭିଯୋଗ, ସିଲ କଲା ପ୍ରଶାସନ ! ଦେଖନ୍ତୁ video

ଦର୍ଶକ ବନ୍ଧୁ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ମାଲେମାଲ ଘରୋଇ ମେଡିକାଲ । ଘରୋଇ ମେଡିକାଲରେ ନାଁ ରେ ମୃ-ତ ରୋଗୀ ଙ୍କ ପରିବାର ଆଣିଲେ ସାଂ-ଘା-ତି-କ ଅ-ଭି-ଯୋ-ଗ । ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ରୋଗୀଙ୍କୁ ମାଗଣା ଚିକିତ୍ସା ମିଳୁଥୁବା କହୁଛନ୍ତି ସରକାର । ଏପଟେ କିନ୍ତୁ ଏହି ଯୋଜନାର ଫାଇଦା ଉଠାଇ ମାଲେମାଲ ଘରୋଇ ମେଡିକାଲ । ବାରମ୍ବାର ଅଭିଯୋଗ ପରେ ଢେଙ୍କାନାଳ ପ୍ରଶାସନର ନିଦ ଭାଙ୍ଗିଛି ।

ଦୀର୍ଘ ଦିନର ଅଭିଯୋଗ ପରେ ଢେଙ୍କାନାଳର କିଛି ଘରୋଇ ମେଡିକାଲରେ ହଠାତ ଚଢାଉ କରିଛି ଜିଲ୍ଲା ପ୍ରଶାନ । BSKY ଯୋଜନାରେ ହେରଫେର ହୋଇଥିବା ପ୍ରମାଣ ପାଇବା ପରେ ଏକ ଘରୋଇ ନରସିଂହହୋମ କୁ ସିଲ ମଧ୍ୟ କରା ଯାଇଛି । ପ୍ରଥମେ ରୋଗୀଙ୍କ ଠାରୁ ଚିକିତ୍ସା ବାବଦକୁ ଟଙ୍କା ନେବା ପରେ ପୁଣି BSKY କାର୍ଡ ରେ ସମାନ ରୋଗୀଙ୍କ ଚିକିତ୍ସା ପାଇଁ ସମାନ ଟଙ୍କା ଉଠାଇବା ଭଳି ସ-ଙ୍ଗି-ନ ଅ-ଭି-ଯୋ-ଗ ଆସିଛି ଘରୋଇ ହସ୍ପିଟାଲ ନାଁ ରେ ।

ଖାଲି ସେତିକି ନୁହେଁ ବରଂ ଡାକ୍ତର ଙ୍କ ଜାଲ ଦସ୍ତଖତ କରାଇ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ବ୍ୟାକ ହେରଫେର ହେବାର ପ୍ରମାଣ ମିଳିଛି । ବିଭିନ୍ନ ଘରୋଇ ମେଡିକାଲ ରେ ତଦାରଖ କରିବା ପରେ ହେରଫେର ହେବା କଥା ମାନିଛନ୍ତି ଖୋଦ ଜିଲ୍ଲାପାଳ ଓ CDMO । ସୂଚନା ଅନୁଯାୟୀ ହିତାଧିକାରୀ ଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଢେଙ୍କାନାକ ଜିଲ୍ଲା ରେ ମୋଟ 20ଟି ଘରୋଇ ମେଡିକାଲ କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଅନୁବନ୍ଧିତ କରା ଯାଇଛି ।

ପଣ୍ଡା ନରସିଂହହୋମ ନାମକ ଘରୋଇ ହସ୍ପିଟାଲ ରେ ରୋଗୀଙ୍କୁ ଶୋଷଣ କରା ଯାଉଥିବା ଅଭିଯୋଗ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନର ନିଦ ଭାଙ୍ଗିଛି । ଜଣେ ରୋଗୀଙ୍କୁ BSKY ଯୋଜନା ମାଧମରେ ଚିକିତ୍ସା କରାଇବା ପରେ ପୁଣି ତାଙ୍କ ଠାରୁ ଟଙ୍କା ନେବା ଭଳି ସା-ଙ୍ଘା-ତି-କ ଅ-ଭି-ଯୋ-ଗ ଆସିଛି ସମ୍ପୃକ୍ତ ଘରୋଇ ମେଡିକାଲ ନାଁ ରେ ।

ରୋଗୀ ଙ୍କ ମୃ-ତ୍ୟୁ ହେବା ପରେ ତାଙ୍କର ସମ୍ପର୍କୀୟ ଅଭିଯୋଗ କରି ଜିଲ୍ଲା ପ୍ରଶାନର ଦ୍ଵାରସ୍ଥ ହୋଇଥିଲେ । ସବୁ ଗୁମର ଖୋଲିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ତେବେ ଅଭିଯୋଗ ସମ୍ପର୍କ ରେ ପଣ୍ଡା ନରସିଂହହୋମ ର କିଛି ବି ପ୍ରତିକ୍ରିୟା ହସ୍ତକ୍ଷେପ ହୋଇ ନାହି । ତେବେ ଢେଙ୍କାନାଳ ର ପଣ୍ଡା ନରସିଂହୋମ ନୁହେଁ ଅନ୍ୟ ମେଡିକାଲ ରେ ମଧ୍ୟ ଏଭଳି କାର୍ଡ ର ଦୁର୍ବ୍ୟବହାର କରା ଯାଉଛି ।

ଯାହାକୁ କଡା କଡି ଭାବେ ତଦାରଖ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଆଉ ଏହି ଖବର ପ୍ରସାର ହେବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *