ଜାଣନ୍ତୁ କେଉଁ ବାସ୍ତୁ ଦୋଷ ଦୂର କରିଥାଏ ଗଙ୍ଗା ଜଳ, ଭୟଙ୍କର ସ୍ଵପ୍ନ ହୋଇଯିବେ ଦୂର ?

ହିନ୍ଦୁ ଧର୍ମରେ ଗଙ୍ଗା ଜଳ ର ବହୁତ ମହତ୍ଵ ଅଟେ, ଗଙ୍ଗା ଜଳ ଆମେ ଆମ ପାପ ଦୂର କରିବା ପାଇଁ ପ୍ରୟୋଗ କରିଥାଉ । କୁହା ଯାଏ ଯେ ଗଙ୍ଗା ପାଣି ଦ୍ଵାରା ଆମ ସମସ୍ତ ପାପ ଧୋଇ ହେଇ ଯାଆନ୍ତି, ଏହା ମଧ୍ୟ କୁହା ଯାଇଛି ‘ଗଙ୍ଗେ ତବ ଦର୍ଶନାତ ମୁକ୍ତି’ ଅର୍ଥାତ ବିନା କୌଣସି ଖରାପ ଭାବନା ପୁରା ନିଶ୍ଚଲ ଭାବନା ରେ ଗଙ୍ଗା ଦର୍ଶନ ମାତ୍ର ରେ ଯିବ କଷ୍ଟ ଦୂର ହୋଇଥାଏ ବା ଜୀବିତ ପ୍ରାଣୀକୁ ମୁକ୍ତି ମିଳି ଥାଏ ।

କିନ୍ତୁ ଏହାର ବୈଜ୍ଞାନିକ କାରଣ ଏହା ମଧ୍ୟ କୁହା ଯାଇଛି ଯେ ଗଙ୍ଗା ପାଣିରେ କେତେ ପ୍ରକାର ଔଷଧୀୟ ଗୁଣ ଥାଏ ଯେଉଁଥିରେ ଗାଧେଇଲେ କେତେ ପ୍ରକାର ରୋଗ ସମାପ୍ତ ହୋଇଥାଏ ।

ତେବେ ଗଙ୍ଗା ପବିତ୍ରତା ବିଷୟରେ ହିନ୍ଦୁ ଲୋକଙ୍କ ମନରେ ବହୁତ ଭକ୍ତି ଭାବ ଥାଏ, ତେବେ ଆଜି ଆମେ ଆପଣଙ୍କୁ ଗଙ୍ଗାଜଳ କେଉଁ ବାସ୍ତୁ ଦୋଷ ଦୂର କରିଥାଏ ତାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ବାସ୍ତୁ ଦୋଷ ନିବାରଣ :

ଯଦି ଘରେ ବାସ୍ତୁ ଦୋଷ ଅଟେ ଓ ଆପଣ ଏହା ଦ୍ଵାରା ବହୁତ ଆସୁବିଧା ରେ ଅଛନ୍ତି ତେବେ ନିୟମିତ ରୂପରେ ଗଙ୍ଗାଜଳ ଘରେ ପକାନ୍ତୁ, ଏମିତି ନିୟମିତ ରୂପରେ କଲେ ବାସ୍ତୁ ଦୋଷ ପ୍ରଭାବ ସମାପ୍ତ ହୋଇଥାଏ ଓ ଘରେ ସକାରାତ୍ମକ ଊର୍ଜା ଆସିଥାଏ । ଘରେ ସଦେବ ଗଙ୍ଗାଜଳ ପକେଇବା ଉଚିତ ଅଟେ ।

ଘରେ ଝଗଡା ଦୂର କରିଥାଏ :

ପରିବାର ଲୋକଙ୍କ ମଧ୍ୟରେ ଝଗଡା ହୁଏ ତେବେ ପ୍ରତିଦିନ ସକାଳେ ସବୁ ଘରେ ଗଙ୍ଗାଜଳ ପକେଇବା ଉଚିତ ଅଟେ, ଏହି ଉପାୟ ଦ୍ଵାରା ଘରୁ ନକାରାତ୍ମକ ଊର୍ଜା ନଷ୍ଟ ହୋଇଥାଏ ଓ ସକାରାତ୍ମକ ଊର୍ଜା ବାସ କରିଥାଏ ।

ଖରାପ ବା ଭୟଙ୍କର ସ୍ଵପ୍ନ ଆସିଥାଏ :

ଯଦି ଆପଣଙ୍କୁ ବା ଛୁଆଙ୍କୁ ରାତିରେ ଖରାପ ସ୍ଵପ୍ନ ଆସିଥାଏ ତେବେ ପ୍ରତିଦିନ ନିୟମ ଅନୁଯାଇ ଗଙ୍ଗା ଜଳ ସବୁ ଘରେ ପକେଇବା ଉଚିତ ଅଟେ, ଏହା ଦ୍ଵାରା ମଣିଷକୁ ଖରାପ ସ୍ଵପ୍ନ ଆସିବା ବନ୍ଦ ହୋଇଥାଏ ଏବଂ ଲୋକଙ୍କୁ ଶାନ୍ତି ପ୍ରାପ୍ତ ହୋଇଥାଏ ।

ଉନ୍ନତି ପାଇଁ :

ଯଦି ବାସ୍ତୁ ଦୋଷ ପାଇଁ ଅସୁବିଧା ହୋଇଥାଏ ବା ଆପଣଙ୍କୁ କୌଣସି ଜିନିଷ ରେ ଉନ୍ନତି ପ୍ରାପ୍ତ ହୁଏ ନାହିଁ ତେବେ ଗଙ୍ଗାଜଳ ଘରେ ପକେଇବା ଉଚିତ ଅଟେ, ଗଙ୍ଗା ଜଳ ସବୁବେଳେ ପୂଜା ସ୍ଥଳ ଓ ରୋଷେଇ ପୂର୍ବ ଦିଶା ରେ ରଖିବା ଉଚିତ ଅଟେ ।

Leave a Reply

Your email address will not be published. Required fields are marked *