ଯଦି ଆପଣଙ୍କ ଶରୀର ଉପରେ ଅଛି ଏମିତିକା ଚିହ୍ନ, ଏହାର ଅର୍ଥ ଆପଣଙ୍କ ପୁନର୍ଜନ୍ମ ହୋଇଛି ! ୩ଟି ସଙ୍କେତ କହିଥାଏ ଆପଣଙ୍କର ପୁନର୍ଜନ୍ମ ହୋଇଛି

ଦୁନିଆରେ ବହୁତ ଧର୍ମ ଗୁଡିକରେ ପୁନର୍ଜନ୍ମ ବିଷୟରେ ଏହା ବିଶ୍ଵାସ କରା ଯାଇଛି ଯେ ଯେତେବେଳେ କୌଣସି ମଣିଷ ମୃତ୍ୟୁ ହୋଇଥାଏ ତେବେ ସେହି ମଣିଷ ଆତ୍ମା କୌଣସି ନୂଆ ଶରୀରରେ ପ୍ରବେଶ କରିଥାଏ, କିଛି ଧର୍ମ ଅନୁଯାଇ ମୃତ୍ୟୁ ପରେ ଆପଣଙ୍କ ନୂଆ ଜୀବନ ପିମ୍ପୁଡି ଠାରୁ ଗଛ ଭଳି କୌଣସି ଜୀବ ରୂପରେ ଜନ୍ମ ହୋଇ ପାରିବେ, ଏବଂ କିଛି ଲୋକଙ୍କ ମାନ୍ୟତା ଅନୁଯାଇ ମଣିଷ ସବୁବେଳେ ମଣିଷ ଜୀବନରେ ଜନ୍ମ ହୋଇଥାଏ । ଏହା ଏମିତି କିଛି ସିଦ୍ଧାନ୍ତ ଅଟେ ଯାହା କେହି ପ୍ରମାଣିତ କରି ପାରି ନାହାନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ସଂକେତ ବିଷୟରେ କହିବାକୁ ଯାଉଛୁ ଯାହା ଏହା ଈଷାରା କରିଥାଏ ଯେ ଆପଣଙ୍କ ପୁନର୍ଜନ୍ମ ହୋଇଛି ।

Image Courtesy: Google

୩. ସ୍ଵପ୍ନ :

ମାନ୍ୟତା ଅନୁଯାଇ ଯଦି ଆପଣ ନିଜ ସ୍ଵପ୍ନରେ ସବୁବେଳେ ଏମିତି ମଣିଷକୁ ଦେଖିବାକୁ ପାଉଛନ୍ତି ଯାହାକୁ ଆପଣ ଆଗରୁ କେବେ ଦେଖି ନାହାନ୍ତି ଏବଂ ଅଲଗା ଅଲଗା ଲୋକଙ୍କୁ ଦେଖୁଛନ୍ତି ଯାହା ସହ କେବେ ଦେଖା ହୋଇଛନ୍ତି ତେବେ ଏହା ଆପଣଙ୍କ ପୁନର୍ଜନ୍ମ ହୋଇପାରେ । ଯଦି ଆପଣ ବାରମ୍ବାର ସ୍ଵପ୍ନରେ କିଛି ବିଚିତ୍ର ଦେଖୁଛନ୍ତି ବା ସବୁବେଳେ ଗୋଟେ ପ୍ରକାର ମୃତ୍ୟୁ ପାଇବାର ସ୍ଵପ୍ନ ଦେଖନ୍ତି ତେବେ ଏହା ଆପଣଙ୍କ ପୂର୍ବ ଜନ୍ମ ମୃତ୍ୟୁ କାରଣ ହୋଇ ପାରେ ।

Image Courtesy: Google

୨. ବର୍ଥ ମାର୍କ :

ମାଡ ହେଲେ ବା ଘା ହେଲେ ଆମ ଶରୀର ଉପରେ ଚିହ୍ନ ରହି ଯାଇଥାଏ କିନ୍ତୁ କିଛି ଲୋକଙ୍କ ଶରୀର ଉପରେ ଜନ୍ମରୁ କିଛି ଚିହ୍ନ ହୋଇଥାଏ, ୟାନ ଷ୍ଟିଭେନସନ ଯିଏ ୟୁନିଭରସିଟି ଅଫ ଭର୍ଜେନିଆ ସହ ସମ୍ବନ୍ଧିତ କାର୍ଯ୍ୟ କରୁଥିଲେ ସେ ଏମିତିକା ଦୁଇ ହଜାର ଠାରୁ ଅଧିକ କେସ ଉପରେ ଅଧ୍ୟୟନ କରିଥିଲେ ଯାହା ପୁନର୍ଜନ୍ମ ସମ୍ବନ୍ଧିତ ଥିଲେ ସେ ନିଜ ୪୦ ବର୍ଷ ଅଧ୍ୟୟନ ଏବଂ କାର୍ଯ୍ୟକାଳରେ ୧୨ଟି ବହି ଲେଖିଥିଲେ । ତାଙ୍କ ଅଧ୍ୟୟନ ଅନୁଯାଇ ସେ ଏହା ଦେଖିବାକୁ ପାଇଥିଲେ ଯେ ୩୫% ଲୋକଙ୍କ ଶରୀର ଉପରେ ବର୍ଥ ମାର୍କ୍ସ ଥିଲା, ତାଙ୍କ ମାନ୍ୟତା ଅନୁଯାଇ ପୂର୍ବ ଜନ୍ମରେ କୌଣସି ପ୍ରକାର ଆଘାତ ଦ୍ଵାରା ଏହି ଚିହ୍ନ ଏହି ଜନ୍ମରେ ଶରୀର ଉପରେ ଆସିଯାଇଥାଏ, ଏମିତି ଗୋଟେ ଛୁଆ ଟର୍କିରେ ଅଛି ଯାହାକୁ ନିଜ ପୂର୍ବ ଜନ୍ମ ମାନେ ଅଛି ଏବଂ ତା ଅନୁଯାଇ ତାକୁ ଗୁଳି ମାରି ହତ୍ୟା କରା ଯାଇଥିଲା, ଏହି ଛୁଆ ଅଣ୍ଡର ଡେଭଲପ ଇଅର ସହ ଜନ୍ମ ହୋଇଛି ଏବଂ ସେହି ଲୋକକୁ ମଧ୍ୟ ସେହି କାନ ପାଖରେ ଗୁଳି ମରା ଯାଇଥିଲା ।

Image Courtesy: Google

୧. ଡେଜା ବୁ :

ଆମେ ସମସ୍ତେ ନିଜ ଜୀବନରେ କେବେ ନା କେବେ ଡେଜା ବୁ ଅନୁଭବ କରିଥାଉ, ଡେଜା ବୁ ଅର୍ଥ ଆପଣଙ୍କ ସହ ବେଳେ ବେଳେ ଏମିତି ହୋଇଥାଏ ଯେ ଯାହା ଘଟୁଥାଏ ତାହା ଆପଣଙ୍କୁ ଅନୁଭବ ହୁଏ ଯେ ଆପଣଙ୍କ ସହ ଆଗରୁ ହୋଇଛି କିନ୍ତୁ ବର୍ତମାନ ଏହା ଆପଣଙ୍କ ଜୀବନରେ ପ୍ରଥମ ଥର ହୋଇଥାଏ, କିଛି ଲୋକଙ୍କୁ ଆପଣ ଦେଖନ୍ତି ଯାହାକୁ ଦେଖି ଆପଣଙ୍କୁ ଏମିତି ଲାଗିଥାଏ ଯେମିତି ଆପଣ ସେହି ମଣିଷକୁ ଆଗରୁ ଜାଣିଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *