ଯଦି ଆପଣଙ୍କୁ ମିଳିଥାଏ ଏହି 6ଟି ସଂକେତ, ତେବେ ବୁଝିଯିବେ କି ଭଗବାନ ଭୋଳାନାଥ ଅଛନ୍ତି ଆପଣଙ୍କ ସହ – Om Namah Shivay

ଭଗବାନଙ୍କ ପୂଜା କରିବା ପାଇଁ ଲୋକ ମାନେ ଅନେକ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି । ଏହା ଦ୍ଵାରା ଭଗବାନଙ୍କ କୃପା ପ୍ରାପ୍ତ ହେବା ସହ ଜୀବନରେ କୌଣସି ପ୍ରକାରର ସମସ୍ଯା ହେବ ନାହି । କୁହାଯାଏ ଯେବେ ବ୍ଯକ୍ତିର ଶୁଭ ସମୟ ଆରମ୍ଭ ହୋଇଥାଏ ତାହା ପୂର୍ବରୁ କିଛି ଏମିତି ସଂକେତ ମିଳିଥାଏ ଯାହା ଈଶ୍ବରଙ୍କ ଠାରୁ ମିଳିଥାଏ । ଯଦି ଭଗବାନ ଭୋଳାନାଥ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ତେବେ ଦେଇଥାନ୍ତି । ଏହା ଦ୍ଵାର ବ୍ୟକ୍ତି ଜାଣି ପାରିବେ କି ମହାଦେବ ବ୍ୟକ୍ତି ସହ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ମହାଦେବ ବ୍ଯକ୍ତିର ଶୁଭ ସମୟର ଆରମ୍ଭ ହେବା ପାଇଁ କେଉଁ ସଂକେତ ଦେଇଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୧- ସ୍ଵପ୍ନରେ ଶିବଲିଙ୍ଗ ଦର୍ଶନ : ଯଦି ସ୍ଵପ୍ନରେ ଶିବଲିଙ୍ଗର ଦର୍ଶନ ମିଳିଥାଏ ତେବେ ବହୁତ ଶୁଭ ସଂକେତ ହୋଇଥାଏ । ଶିବଲିଙ୍ଗ ଦର୍ଶନ କରିବା ଦ୍ଵାରା ସମସ୍ୟାରୁ ମୁକ୍ତି ମିଳିଥାଏ । ଏହି ସଂକେତ ସେତେବେଳେ ମିଳିଥାଏ ଯେବେ ଆପଣ ଦୀର୍ଘ ଦିନରୁ ସମସ୍ୟାରେ ଘେରି ହୋଇ ରହିଥାନ୍ତି । ଶିବଲିଙ୍ଗର ଦର୍ଶନ କରିବାର ପର ଦିନ ମହଦେବଙ୍କ ନିକଟରେ ଜଳଭିଷେକ କରି ବେଲପତ୍ର ଓ ଧତୁରା ଅର୍ପଣ କରିବା ଉଚିତ ।

୨- ସ୍ଵପ୍ନରେ ଶିବ ମନ୍ଦିର ଦେଖିବା : ସ୍ଵପ୍ନରେ ଶିବ ମନ୍ଦିର ଦେଖିବା ଶୁଭ ହୋଇଥାଏ ଯାହା ଅନେକ ସମସ୍ୟାର ନିବାରଣର କାରଣ ହୋଇଥାଏ । ସ୍ଵପ୍ନ ଦେଖିବାର ପର ଦିନ ଶିବଙ୍କ ଉପରେ ବେଲପତ୍ର ଓ ଧତୁରା ଅର୍ପଣ କରିବା ଦ୍ଵାରା ମହାଦେବଙ୍କ କୃପା ଲାଭ ହୋଇଥାଏ ।

୩- ସ୍ଵପ୍ନରେ ସାପ ଦେଖିବା : ସ୍ଵପ୍ନରେ ଶାପ ଦେଖିବା ବହୁତ ଶୁଭ ସଂକେତ ହୋଇଥାଏ । ଯଦି ଆପଣ ନିଜକୁ ସାପ ଦ୍ଵାରା ଘେରି ରହିଥିବାର ଦେଖନ୍ତି ତେବେ ମହାଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଓ ଆପଣଙ୍କ ଉପରେ ଧନର ବର୍ଷା ହେବା ସହ ଶୁଭ ଖବର ମିଳିବାର ସୂଚନା ମିଳିଥାଏ ।

୫- ସ୍ଵପ୍ନରେ ପ୍ରସାଦ ଗ୍ରହଣ କରିବା : ଯଦି ସ୍ଵପ୍ନରେ କୌଣସି ବ୍ୟକ୍ତି ବା କନ୍ୟା ଠାରୁ ପ୍ରସାଦ ଗ୍ରହଣ କରୁଛନ୍ତି ତେବେ ମହାଦେବଙ୍କ କୃପା ଆପଣଙ୍କ ଉପରେ ରହିଛି ।

୬- ସ୍ଵପ୍ନରେ ପାହାଡରେ ଚଢିବା : ଯଦି ଆପଣ ସ୍ଵପ୍ନ ରେ ପାହାଡ ଉପରେ ଚଢୁଥିବା ବେଳେ କୌଣସି ବ୍ୟକ୍ତି ଆପଣଙ୍କୁ ପାହଡ ଉପରେ ଚଢାଇବାରେ ସାହାଜ୍ଯ କରନ୍ତି ତେବେ ଏହାର ଅର୍ଥ ହେଉଛି ମହାଦେବ ଆପଣଙ୍କ ସହ ଅଛନ୍ତି । ଆପଣଙ୍କର କେହି କିଛି କରିପାରିବେ ନାହି ।

୬- ଗାଈର ଦର୍ଶନ : ଯଦି ଆପଣ ସ୍ଵପ୍ନରେ ଗାଈ ବା ଗାଈର କ୍ଷୀର ଦର୍ଶନ କରନ୍ତି ତେବେ ମହାଦେବ ଆପଣଙ୍କ ସହ ଅଛନ୍ତି । କାରଣ ଗାଈର କ୍ଷୀର ସୁଖ ସମୃଦ୍ଧି ଓ ଲକ୍ଷ୍ମୀ ପ୍ରାପ୍ତିର ସୂଚନା ଦେଇଥାଏ । ଆପଣଙ୍କର ଆର୍ଥିକ ସମସ୍ୟାର ନିବାରଣ ହେବାର ସୂଚନା ମିଳିଥାଏ । ତେବେ ସ୍ଵପ୍ନ ଦେଖିବା ପରେ ମହାଦେବଙ୍କ ପୂଜା କରିବା ନିହାତି ଜରୁରୀ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *