ଯାହାର ନିଦ୍ରା ପ୍ରାତଃ ୩ ରୁ ୫ ମଧ୍ୟରେ ଖୋଲିଥାଏ, ତାଙ୍କୁ ମିଳିଥାଏ ଏହି ସଂକେତ- Sri Krishna

ବନ୍ଧୁଗଣ, ଭଗବାନ ଶ୍ରୀ କୃଷ୍ଣ ଙ୍କ ଅନୁସାରେ ୩ ରୁ ୫ ମଧ୍ୟରେ ଥିବା ସମୟରେ ଏମିତି କଣ ହୋଇଥାଏ ଯାହା ମନୁଷ୍ୟକୁ ସବୁଠାରୁ ଅଲଗା ବନାଇ ଦେଇଥାଏ ? ବନ୍ଧୁଗଣ ଯେତେବେଳେ ଭଗବାନ ସମଗ୍ର ସୃଷ୍ଟି ର ରଚନା କରିଥିଲେ, ସେତେବେଳେ କେତେ ଗୁଡିଏ ବିଷୟ ବସ୍ତୁ କୁ ଅଧୁରା ଛାଡି ଦେଇଥିଲେ । ଭଗବାନ କେତେକ ରହସ୍ୟ କୁ ଗୁପ୍ତ ଭାବରେ ରଖିଥିଲେ । ଏହାକୁ ଭଗବାନ ମନୁଷ୍ୟ ଙ୍କ ପାଇଁ ଛାଡି ଦେଇଥିଲେ ଯେ, ମନୁଷ୍ୟ ଏହାକୁ କିଭଳି ଗ୍ରହଣ କରୁଛି । ମନୁଷ୍ୟ କିଭଳି ସେହି ପ୍ରଶ୍ନ ଗୁଡିକର ଉତ୍ତର ଖୋଜିବାରେ ସକ୍ଷମ ହେଉଛି ଏବଂ କିଭଳି ସେହି ସବୁ ଅସଜଡା ଗୁପ୍ତ ରହସ୍ୟ ଗୁଡିକୁ ସଜାଡି ପାରୁଛି ।

ବନ୍ଧୁଗଣ ଆମ ସହିତ ଭଲ ମନ୍ଦ ଯାହା କିଛି ହୋଇଥାଏ, ସେଥିରେ ଭଗବାନଙ୍କ ଇଛା ରହିଥାଏ । ଯଦି ଆମ ମନରେ ଇଶ୍ଵରଙ୍କ ପ୍ରତି ଭକ୍ତି ଏବଂ ଆସ୍ଥା ରହିଥାଏ ତେବେ ଆମେ ତାହାକୁ ବୁଝିପାରୁ । ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା ଆମ୍ଭର ନିଦ୍ରା ୩ ରୁ ୫ ମଧ୍ୟରେ ଭାଙ୍ଗିଥିଲେ ତାହା କଣ ସଙ୍କେତ ଦେଇଥାଏ ? ବନ୍ଧୁଗଣ ନିଦ ଭାଙ୍ଗିବା କୌଣସି ଆଶ୍ଚର୍ଯ୍ୟ ଜନକ ବିଷୟ ବସ୍ତୁ ହୋଇନଥାଏ । ମାତ୍ର ଏହି ସମୟ ମଧ୍ୟରେ ନିଦ ଭାଙ୍ଗିଲେ, ଏହା ଉପରେ ନିଶ୍ଚିତ ଧ୍ୟାନ ଦେବା କଥା । ବନ୍ଧୁଗଣ ୩ ରୁ ୫ ମଧ୍ୟର ସମୟକୁ ବ୍ରହ୍ମ ମୂହୁର୍ତ୍ତ କୁହାଯାଏ ।

ଏହାକୁ ଆପଣ ଏଭଳି ମଧ୍ୟ କହିପାରିବେ ଯେ ସୂର୍ଯ୍ୟ ଉଦୟ ପୂର୍ବରୁ ୨ ଘଣ୍ଟା ସମୟକୁ ବ୍ରହ୍ମ ମୂହୁର୍ତ୍ତ କୁହାଯାଏ । ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ ଏହା କହିଛନ୍ତି ମଧ୍ୟ ଯେ, ବ୍ରହ୍ମ ମୂହୁର୍ତ୍ତ ଦିନର ସବୁଠାରୁ ସର୍ବଶ୍ରେଷ୍ଠ ସମୟ ହୋଇଥାଏ, ଏବଂ ଯେଉଁ ବ୍ୟକ୍ତି ପ୍ରତିଦିନ ଏହି ସମୟ ରେ ଉଠିଥାଏ, ସେ ସର୍ବଦା ଉନ୍ନତି କରିଥାଏ । ବନ୍ଧୁଗଣ ଶ୍ରୀ କୃଷ୍ଣ କହିଛନ୍ତି ଯେ, ସୃଷ୍ଟି ର ରଚନା ଭଗବାନ ବ୍ରମ୍ହା କରିଥିଲେ । ୩ ରୁ ୫ ମଧ୍ୟର ସମୟକୁ ବ୍ରହ୍ମ କାଳ ର ନିର୍ମାଣ ସମୟ ମଧ୍ୟ କୁହାଯାଇଥାଏ । ଏହି ସମୟରେ ବ୍ରମ୍ହାଣ୍ଡ ର ନିର୍ମାଣ କାର୍ଯ୍ୟ ହୋଇଥିଲା ।

ଏଥିପାଇଁ ଆପଣ ଏହି ସମୟରେ ଆପଣ ମଧ୍ୟ ଶକ୍ତି ଏବଂ ଊର୍ଜା ର ନିର୍ମାଣ କରିପାରନ୍ତି । ଆପଣ ଉତ୍ତମ ଏବଂ ସୁନ୍ଦର ବିଚାରର ନିର୍ମାଣ କରିପାରନ୍ତି । ଏହାଛଡା ଆପଣ ଈଶ୍ବରଙ୍କ ଆରାଧାନା ନିଜ ମଧ୍ୟରେ ଈଶ୍ଵର ସମୀପ କରିପାରନ୍ତି । ମାତ୍ର ବନ୍ଧୁଗଣ ଆଜିଭଳି ଦିନରେ ବ୍ରହ୍ମ ମୁହୂର୍ତ୍ତରେ ଜାଗି ରହିବା ବହୁତ କଷ୍ଟ ହୋଇଥାଏ । ବହୁତ ଚେଷ୍ଟା କରି ମଧ୍ୟ କେତେକଙ୍କ ନିଦ ଏହି ସମୟରେ ଭାଙ୍ଗି ନଥାଏ ମାତ୍ର ଯଦି ଆପଣ ଙ୍କ ନିଦ ଏହି ସମୟରେ ଭାଙ୍ଗି ଯାଉଛି ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ।

କାରଣ ଏହି ସମୟ ଇଶ୍ଵରଙ୍କ ସମୟ ମାନାଯାଇଥାଏ । ଏହି ଚମତ୍କାରୀ ଏବଂ ଅଦ୍ଭୁତ ସମୟରେ ଏକ ଏଭଳି ଊର୍ଜା ଜାତ ହୋଇଥାଏ, ଯାହା ଆପଣଙ୍କର ସଂପୂର୍ଣ୍ଣ ବାତାବରଣ ଏକ ଅନୋଖି ଊର୍ଜା ଏବଂ ଶକ୍ତି ନିର୍ଗତ ହୋଇଥାଏ ଯାହା ଆପଣଙ୍କ ର ସଂପୂର୍ଣ୍ଣ ଜୀବନ ବଦଳିବାରେ ତଥା ଅତ୍ୟନ୍ତ ଉନ୍ନତ ମାନର କରିବାକୁ ସାମର୍ଥ୍ୟ ରଖିଥାଏ । ଶାସ୍ତ୍ର ସହିତ ଆୟୁର୍ବେଦ ରେ ମଧ୍ୟ ଏହାକୁ ଶୁଭ ସମୟ ମାନାଯାଇଅଛି । ଶାସ୍ତ୍ର ରେ ଉଲ୍ଲେଖ ହୋଇଛି ଯେ, ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଦ୍ଵାରା ବୁଦ୍ଧି, ବିଦ୍ୟା, ଆରୋଗ୍ଯ ର ପ୍ରାପ୍ତି ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଏହି ମହତ୍ଵପୂର୍ଣ୍ଣ ବିଷୟ ବସ୍ତୁ ଟି କିଭଳି ଲାଗିଲା କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *