ମୟୁରପଙ୍ଖ ଦ୍ଵାରା କିପରି ହେବ ଧନବୃଦ୍ଧି- Vastu Shastra 

ଆପଣ ମାନେ ସମସ୍ତେ କେବେ ନା କେବେ ମୟୂର ଦେଖିବାକୁ ପାଇଥିବେ ଯଦି କେବେ ମୟୂର ଦେଖିବାକୁ ପାଇ ନାହାନ୍ତି ତେବେ ମୟୁରପଙ୍ଖା ନିଶ୍ଚିନ୍ତ ଦେଖିଥିବେ କଣ ଆପଣ ଏହା ଜାଣିଛନ୍ତି ଯେ ମୟୁରପଙ୍ଖା ବହୁତ ଲାଭକାରୀ ଜିନିଷ ଅଟେ ଏହାର ବହୁତ ଉପାୟ ଅଛି ଯାହା କରିବା ଦ୍ଵାରା ମଣିଷ ନିଜ ଜୀବନରେ ବହୁତ କିଛି ହାସଲ କରିଥାଏ ଆଉ ଜୀବନରେ ବହୁତ କିଛି ହାସଲ କରିବାରେ ସାହାଜ୍ଯ କରିଥାଏ । ତେବେ ଆସନ୍ତୁ ମୟୁରପଙ୍ଖା ବିଷୟରେ କିଛି ବିଶେଷ କଥା ଜାଣିବା ଯାହା ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ଜାଣି ନଥିବେ ।

୧. ବାସ୍ତୁଶାସ୍ତ୍ର ଅନୁସାରେ ମୟୂର ପଙ୍ଖକୁ ଘରର କାନ୍ଥରେ ଲଗାଇବା ଦ୍ଵାରା ସୁଖ ସମୃଦ୍ଧି ବୃଦ୍ଧିହୋଇଥାଏ ତାସହିତ ଧାନର ବୃଦ୍ଧି ମଧ୍ୟ ହୋଇଥାଏ ।

୨. ଶାତୋଟି ଏକସମାନ ମୟୂର ପଙ୍ଖକୁ ଫ୍ରେମରେ ବାଇଣ୍ଡିଙ୍ଗ କରି ଘରର ମୁଖ୍ୟ ପୂର୍ବ ଦିଗରେ ଲଗାଇବା ଦ୍ଵାରା ଘରକୁ ଶୁଭ ଆଗମନ ହୋଇଥାଏ । ଯେଉଁ ଲୋକଙ୍କ ଘରେ ଆର୍ଥିକ ସମସ୍ୟା ହୋଇଥାଏ ତାଙ୍କୁ ଏହି ଉପାୟ କରିବା ଆବଶ୍ୟକ ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିଥାନ୍ତି ଯାହା ଦ୍ଵାରା ଆପଣଙ୍କ ଧନ ଜଡିତ ସମସ୍ୟା ସବୁ ଦୂର ହୋଇଥାଏ ।

୩. ଆପଣ ମାନେ ପ୍ରାୟତଃ ଆଜିକା ସମୟରେ ଏହା ଦେଖିବାକୁ ପାଉଥିବେ ଯେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ବହୁତ ମତ ଭେଦ ଦେଖା ଯାଇଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଦୁଇଟି ମୟୂର ପଙ୍ଖକୁ ଶୋଇବା ଘରେ ଲଗାଇବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମନାନ୍ତର ଦୁରାହୋଇଥାଏ ଏବଂ ସମ୍ପର୍କ ମଜବୁତ ହୋଇଥାଏ ।

୪. ବହୁତ ଲୋକଙ୍କ ଘରେ ନକାରାତ୍ମକ ଶକ୍ତି ହବା ଦ୍ଵାରା ସେ କିଛି ବି ଭଲ କଲେ ତାହା ଖରାପ ହୋଇଥାଏ ଆଉ ମାଙ୍ଗଳିକ କାର୍ଯ୍ୟ ସମ୍ପନ ହୋଇନଥାଏ, ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ମୟୂରପଙ୍ଖ ଘରର ନକାରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ ଯାହା ଦ୍ଵାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ସେଥିପାଇଁ ଆପଣ ମଧ୍ୟ ମୟୂର ପଙ୍ଖ ଆଣି ଘରେ ରଖନ୍ତୁ ସୁଖୀ ରହିବେ ।

୫. ଘରେ ଯଦି ବାରମ୍ବାର କିଛି ଅଶୁଭ ସଂକେତ ଦେଖିବାକୁ ମିଳିଥାଏ ବା କାହା ସହ କିଛି ଖରାପ ଘଟି ଯାଇଥାଏ ତେବେ ଘରର ମୁଖ୍ୟ କବାଟ ଆଗରେ ଗଣେଶଙ୍କ ମୂର୍ତି ସହ ମୟୂର ପଙ୍ଖ ଲଗାଇବା ଉଚିତ ହୋଇଥାଏ ।

୬. ନିଜର ଯାନବାହନରେ ମୟୂରପଙ୍ଖ ରଖିବା ଦ୍ଵାରା ଶୁଭ ହୋଇଥାଏ ଏବଂ ଦୁର୍ଘଟଣା ଜନିତ ସମସ୍ୟା କମ ହୋଇଥାଏ ।

Leave a Reply

Your email address will not be published. Required fields are marked *