ଜେଲ ରେ ସଜା କାଟିବା ସମୟରେ ଏହି କ୍ରିକେଟରଙ୍କୁ ହେଲା ପ୍ରେମ, ନିଜର ଓକିଲଙ୍କ ସହିତ କଲେ ବିବାହ

କ୍ରିକେଟ ଜଗତରେ ଆମେ କେତେକ ଅତୁଳନୀୟ ପ୍ରେମ କାହାଣୀ ଦେଖିଛେ । କିଛି ଲୋକ ସାଧାରଣ ଝିଅଙ୍କୁ ବିବାହ କରିଛନ୍ତି ତ ଆଉ କେହି ବଲିଉଡ ଅଭିନେତ୍ରୀଙ୍କୁ । କିନ୍ତୁ ପାକସ୍ଥାନର ମୋହମ୍ମଦ ଅମିରଙ୍କ କାହାଣୀ ସବୁଠାରୁ ଅଲଗା ଅଟେ । ନିଜ ଜୀବନର ସବୁଠାରୁ କଷ୍ଟ ସମୟରେ ହିଁ ସେ ନିଜର ଜୀବନସାଥୀଙ୍କୁ ବାଛିଥିଲେ ଏବଂ ତାଙ୍କ ସହିତ ବିବାହ କଲେ । ପାକିସ୍ଥାନର ଏହି କ୍ରିକେଟର ଇଂଲଣ୍ଡ ରେ ମ୍ୟାଚ ଫିକ୍ସିଙ୍ଗ ଆରୋପରେ ସଜା କାଟୁ ଥିଲେ ଯେତବେଳେ ତାଙ୍କୁ ତାଙ୍କର ଓକିଲ ସହିତ ଭଲପାଇବା ହୋଇଗଲା ।

ମୋହମ୍ମଦ ଅମିରଙ୍କର ଫିକ୍ସିଙ୍ଗ କେସ ଲଢୁଥିଲେ ନରଜିସ

୨୦୧୦ମସିହାରେ ମ୍ୟାଚ ଫିକ୍ସିଙ୍ଗ ବିବାଦରେ ଫସିବା କାରଣରୁ ମୋହମ୍ମଦ ଅମିର ଇଂଲଣ୍ଡରେ ଥିଲେ ଯେଉଁଠି କି ଘଟଣାର ଶୁଣାଣୀ ଚାଲୁଥିଲା । ଇଂଲଣ୍ଡ ବିରୁଦ୍ଧରେ ଟେଷ୍ଟ ମ୍ଯାଚରେ ମୋହମ୍ମଦ ଅମିର ,ମୋହମ୍ମଦ ଅସିଫ ତତ୍କାଳୀନ କ୍ୟାପଟେନ ସଲମାନ ବଟ୍ଟଙ୍କ କଥାରେ ଜାଣିଶୁଣି ବଲ ପକାଇ ଥିଲେ । ଏହି ଅଭିଯୋଗରେ ପରେ ଅମିରଙ୍କ ଉପରେ ପାଞ୍ଚ ବର୍ଷର ଆରୋପ ଲଗାଯାଇ ଥିଲା । ଅମିରଙ୍କ କେସ ପାକିସ୍ଥାନୀ ନରଗିସ ଲଢୁଥିଲେ ।

ଏହି କେସର ଶୁଣାଣୀ ସମୟରେ ଦୁଇଜଣଙ୍କୁ ଭଲପାଇବା ହୋଇଗଲା ଏବଂ ସେମାନେ ବିବାହ ବି କଲେ । ଏହି ବିଷୟରେ ସେହି ସମୟରେ କାହାକୁ ବି କୁହାଯାଇ ନଥିଲା । ଅମିରଙ୍କ କଷ୍ଟ ସମୟରେ ସେ ତାଙ୍କ ସାଥିରେ ଥିଲେ । ଜେଲ ରେ ସକା କାଟିବା ପରେ ଅମିର ପାକିସ୍ଥାନକୁ ଆସିଲେ ଏବଂ ୨୦୧୪ରେ ଦୁଇଜଣ ପୁରା ରୀତି ନୀତିରେ ସହିତ ବିବାହ କଲେ । ମୋହମ୍ମଦ ଅମିର ୧୭ ବୟସରେ ପାକିସ୍ଥାନ କ୍ରିକେଟରରେ ନିଜର ପେହେଚାନ ବନାଇବା ଆରମ୍ଭ କରିଥିଲେ । ୨୦୦୯ମସିହାରେ ଅମିରଙ୍କୁ ପାକିସ୍ଥାନର ରାଷ୍ଟୀୟ ଟିମରେ ସୁଯୋଗ ଦିଆଗଲା । ଏହାର ଗୋଟେ ବର୍ଷ ପରେ ହିଁ ଇଂଲଣ୍ଡ ବିରୁଦ୍ଧରେ ମ୍ୟାଚ ପାଇଁ ଷ୍ଟାଫ ଫିକ୍ସିଙ୍ଗ ମାମଲାରେ ତାଙ୍କ ଉପରେ ପାଞ୍ଚ ବର୍ଷର ପ୍ରତିବନ୍ଧ ଲଗାଗଲା । ୨୦୧୫ରେ ସେ କ୍ରିକେଟ ଦୁନିଆକୁ ଫେରିଲେ ।

ଅମିରଙ୍କ ଉପରେ ସେହି ସମୟରେ ପ୍ରତିବନ୍ଧ ଲାଗିଲା ଯେଉଁ ବୟସରେ ତେଜ ବୋଲର ପରେ ସବୁଠାରୁ ଅଧିକ ମୌକା ରହିଥାଏ ପୁଣି ବି ଅମିର ୨୦୧୬ରେ ପାକିସ୍ଥାନ ଟିମକୁ ଫେରିଥିଲେ । ସେ ଲଗାତାର ପ୍ରଦଶନ କରି ବିଶ୍ଵ ସ୍ତରରେ ପୁଣି ନିଜର ନାମ କଲେ । ୨୦୧୭ ମସିହାରେ ଚ୍ୟାମ୍ପିୟିନସ ଟ୍ରଫିର ଫାଇନାଲରେ ଅମିର ଭାରତ ବିରୁଦ୍ଧରେ ଅଦ୍ଭୁତ ବୋଲିଂନ ପ୍ରଦଶଣ କରି ପାକିସ୍ଥାନକୁ ଜିତିବାରେ ସାହାଯ୍ୟ କଲେ । କିଛି ସମୟ ପୂର୍ବରୁ ସେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇ ଗଲେ । ସେ ୱାଣ୍ଡେ ଏବଂ ଟି୨୦ ଟିମରୁ ବି ବାହାରେ ଅଛନ୍ତି ।

Leave a Reply

Your email address will not be published. Required fields are marked *