କେଉଁ ମାସ ଓ କେଉଁ ବାରରେ ଜନ୍ମ ନେଇଥିବା ପିଲାମାନଙ୍କର ସ୍ଵଭାବ କିପରି ହୋଇଥାଏ ?

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ କେଉଁ ମାସରେ ଜନ୍ମ ଗ୍ରହଣ କରିଥିବା ପିଲାଙ୍କର ସ୍ଵଭାବ କିପରି ହୋଇଥାଏ । କେଉଁ ବାରରେ ପିଲା ଜନ୍ମ ନେଲେ ତାର ପ୍ରକୃତି କିପରି ହୋଇଥାଏ ତାହା ମଧ୍ୟ କହିବାକୁ ଯାଉଛୁ । ବୈଶାଖ ମାସରେ ଜନ୍ମଗ୍ରହଣ କରୁଥିବା ବ୍ୟକ୍ତି ବିଶେଷ ମାନେ ବିନୀତ, ସଦଗୁଣ ସମ୍ପନ୍ନ, ଧାର୍ମିକ, ଦେବଦ୍ଵିଜ, ଗୁରୁଙ୍କର ଭକ୍ତ, ମିଷ୍ଟାଭାସି ଓ ଷଡଜନ ପ୍ରତିପାଳକ ଓ ଲୋକପ୍ରିୟ ହୋଇଥାନ୍ତି ।

ଯେଉଁ ମାନଙ୍କର ଜନ୍ମ ଜ୍ୟଷ୍ଠ ମାସରେ ସେମାନେ ଭ୍ରମଣପ୍ରିୟ, ପ୍ରବାସୀ, କ୍ଷମାଶୀଳ, ବୁଦ୍ଧିମନ୍ତ, ପରୋପକାରୀ, ଜ୍ଞାନୀ ହୋଇଥାନ୍ତି । ଯେଉଁ ବ୍ଯକ୍ତିର ଜନ୍ମ ମାସ ଆଷାଢ ମାସରେ ହୋଇଥାଏ ସେମାନେ ବାଉ ବ୍ୟୟୀ, ଧାର୍ମିକ, ତପସ୍ଵୀ, ଲୋଭୀ, ଗୁରୁ ବାସଚଳ, ଗାୟନବନ୍ତ, ପ୍ରମାଦପ୍ରିୟ, ମନ୍ଦାଗିନି ପୀଡିତ, ବହୁ ମେହନତୀ ଅଟନ୍ତି । ଯେଉଁ ମାନଙ୍କର ଜନ୍ମ ମାସ ଶ୍ରାବଣ ସେମାନଙ୍କ ସ୍ଵଭାବ କହିବାକୁ ଗଲେ ବହୁ ମାତ୍ରାରେ ଧନବନ୍ତ, ବଦାନ୍ୟ, ବହୁ ଲୋକ ପୋଷଣରେ ନିଯୁକ୍ତ, ଆଳାପୀ, କୀର୍ତ୍ତିମନ୍ତ, ଲୋକପ୍ରସିଦ୍ଧ, ବ୍ୟୟକାରୀ, ଉପଦେଷ୍ଟା ହୁଅନ୍ତି ।

ଯେଉଁ ମାନଙ୍କର ଜନ୍ମ ଭାଦ୍ରବ ମାସରେ ସେମାନେ କୁଟିଳ ସ୍ଵଭାବ, ସୁନ୍ଦରୀ ନାରୀ ପ୍ରିୟ, ଶତ୍ରୁ ବିନାଶକାରୀ, ଧୀର, ହାସ୍ୟ ମୁଖ ଯୁକ୍ତ ଓ ପରିଶ୍ରମୀ ଅଟନ୍ତି । ଆଶ୍ଵିନ ମାସରେ ଜନ୍ମ ନେଇଥିବା ଜାତକ ରାଜପ୍ରିୟ, ଭ୍ରମଣଶୀଳ, ଗାର୍ଦ୍ଧବ ବିଦ୍ୟାରେ ନିପୁଣ, କୁଶାଗ୍ର ବୁଦ୍ଧି, ଅଭିମାନୀ, ଶୁଦ୍ଧାଚାରୀ, ଲକ୍ଷଣବନ୍ତ, ସୁପ୍ରେମୀ ଦାତା, ଭକ୍ତିମାନ ଅଟନ୍ତି । କାର୍ତ୍ତିକ ମାସରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଯୁଦ୍ଧ ବିଶାରଦ, ବାଣିଜ୍ୟବାନ୍ତ, ବହୁଭାଷୀ, ପୁଣ୍ୟବନ୍ତ, ବହୁ ବ୍ୟୟ, ଦାନବନ୍ତ, ସର୍ବଜନ ପ୍ରିୟ ଅଟନ୍ତି ।

ମାର୍ଗଶିର ମାସରେ ଜନ୍ମ ନେଇଥିବା ଜାତକ ପ୍ରବାସୀ, ପରୋପକାରୀ, ତୀର୍ଥ ବିଳାସୀ, ଭ୍ରମଣଶୀଳ, ସତ ପ୍ରକୃତିବନ୍ତ, ସଦା ବ୍ୟବଷ୍ୟାୟ, ଭକ୍ତିବାନ୍ତ, ଯଶଲାଭକାରୀ, ପଶୁ ପାଳନକାରୀ ଅଟନ୍ତି । ପୌଷ ମାସରେ ଜନ୍ମ ନେଇଥିବା ବ୍ୟକ୍ତି ପିତୃ ଧନହୀନ, ଗୂଢ ମନ୍ତ୍ରବିତ, ବହୁ ବ୍ୟୟୀ, ଶିକ୍ଷକ, ସୁବିଦ୍ଧି ଡାଟା ଓ କୃପା ସ୍ଵଭବର ଅଟନ୍ତି । ମାଘ ମାସରେ ଜନ୍ମ ନେଇଥିବା ଜାତକ ବିନୟୀ, କୁଳଶ୍ରେଷ୍ଠ, କ୍ଷମାବନ୍ତ, ତପସ୍ଵୀ, ଧୀର ଭାବ ଯୁକ୍ତ, ବିଷୟାସକ୍ତ, କାମ ବିଳାସୀ, କ୍ଷମାଶୀଳ, ସମ୍ମାନ ପାଳକ ତଥା ଯଶସ୍ଵୀ ଅଟନ୍ତି ।

ଫାଲ୍ଗୁନ ମାସରେ ଜନ୍ମ ନେଇଥିବା ବ୍ୟକ୍ତି ପ୍ରିୟଭାସୀ, ଦାତା, ଷଡଜନ , ଅତିଥି ପରାୟଣ, ବିଦ୍ୟାବନ୍ତ, ଅଭିମାନୀ, କୁଳ ନାୟକ, କୁଟୁମ୍ବ ପ୍ରେମୀ, ବହୁ ପ୍ରାଣୀ ପୋଷାକକାରୀ ହୋଇଥାନ୍ତି । ଚୈତ୍ର ମାସରେ ଜନ୍ମ ନେଇଥିବା ବ୍ୟକ୍ତି ଭୋଗୀ, ସୁଖୀ, ଧୀର ସ୍ଵଭାବଯୁକ୍ତ, କର୍ମ କୁଶଳୀ, କପଟଚାରୀ, ମଧୁରଭାଷୀ, କପଟ ହୃଦୟାଧରି, ଧନବନ୍ତ, ବହୁ ବିତ୍ତ ଲାଭକାରି ଅଟନ୍ତି । ପିଲାର ଜନ୍ମ ରବିବାର ହୋଇଥିଲେ ଧାର୍ମିକ, ତୀର୍ଥସେବୀ, ପ୍ରିୟମ୍ବଦା ହୋଇଥାନ୍ତି ।

ସୋମବାରରେ ଜାତ ଶିଶୁ ପ୍ରସନ୍ନବଦନ, ମୃଦୁଭାସି, ଅଳ୍ପବାଦୀ ହୋଇଥାନ୍ତି । ମଙ୍ଗଳବାରରେ ଜନ୍ମ ଜାତକ ସାହସୀ, କ୍ରୂର, କପିଳବର୍ଣ୍ଣ ହୋଇଥାଏ । ବୁଧବାରରେ ଜନ୍ମ ଜାତକ ବୁଦ୍ଧିମାନ, କଳାପ୍ରେମୀ, ଶାସ୍ତ୍ର ବିଶାରଦ ହୋଇଥାଏ । ଗୁରୁବାରରେ ଜାତ ପିଲା ଶାସ୍ତ୍ରଜ୍ଞ, ମିଷ୍ଟାଭାସି, ସାନ୍ତ ହୋଇଥାଏ । ଶୁକ୍ରବାରରେ ଜନ୍ମ ଜାତକ ଦୀର୍ଘଜୀବୀ, କୁଟିଳ ସ୍ବଭାବଯୁକ୍ତ ହୋଇଥାଏ । ଶନିବାରରେ ଜନ୍ମ ଜାତକ ପ୍ରବାସୀ, ନ୍ୟାୟପ୍ରିୟ, ପ୍ରତାପୀ, କ୍ରୋଧ ସ୍ଵଭାବଯୁକ୍ତ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *