ଖାଲି ପେଟରେ 1 ଲବଙ୍ଗ ଖାଇବାର ଫାଇଦା ଜାଣି ପାଦ ତଳୁ ମାଟି ଖସିଯିବ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଯାଇଥାଏ । ଯାହା ଦ୍ୱାରା ଆମକୁ ଅନେକ ପ୍ରକାର କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡିଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ବଜାର ରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ ସେବନ କରିଥାଉ । ଅନେକ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ଲୋଡି ଥାଉ । କିନ୍ତୁ ସେଥିରୁ ବିଶେଷ ପ୍ରଭାବ ପଡି ନ ଥାଏ । ଆଣ୍ଠୁଗଣ୍ଠି ଜନିତ ରୋଗ ଥରେ ହୋଇଗଲେ ତାହା ଦୁର ହେବା ଏତେ ସହଜ ହୋଇ ନ ଥାଏ ।

ଖାସ କରି ବର୍ତ୍ତମାନ ସମୟ ରେ ଅଧିକ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖିବାକୁ ମିଳୁଛି । ଏହାର ଅନେକ କାରଣ ମଧ୍ୟ ରହିଛି । ଆଜିକାଲି ଲୋକମାନଙ୍କ ସହ ଛୁଆ ମାନଙ୍କୁ ମଧ୍ୟ କିଛି କରିବାକୁ ଇଚ୍ଛା ହୋଇନଥାଏ । ତେଣୁ ଆଜି ଆମେ ଆପଣଂକୁ ଲବଙ୍ଗ ଦ୍ବାରା ଏପରି କିଛି ଉପାୟ ଵିଷୟ ରେ କହିବୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଶରୀର ରେ କୌଣସି ସମସ୍ୟା ଦେଖା ଦେବ ନାହିଁ ।

ତେବେ ଆସନ୍ତୁ ଜାଣିବା ସେହି ଉପାୟ ଵିଷୟରେ । ବନ୍ଧୁଗଣ ଲବଙ୍ଗ କୁ ଆମେ ସମସ୍ତ କାର୍ଯ୍ୟ ରେ ବ୍ୟବହାର କରିଥାଉ । ସେ କୌଣସି ଧାର୍ମିକ କାର୍ଯ୍ୟ ହେଉ ବା ରୋଷେଇ କାର୍ଯ୍ୟ ହେଉ କିମ୍ବା ସ୍ଵାସ୍ଥ୍ୟ ପାଇଁ ହେଉ ସବୁଥିରେ ଆମେ ଲବଙ୍ଗ କୁ ବ୍ୟବହାର କରିଥାଉ । ଏହି ଲବଙ୍ଗ ରେ ଅନେକ ଗୁଣ ରହିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଯେତେବେଳେ ଗୋଟିଏ ଛୋଟ ଛୁଆ ର ଦୃଷ୍ଟି ଛଡ଼ାଇବା ପାଇଁ ତା ଚାରିପାଖରେ ଲବଙ୍ଗ କୁ ବୁଲା ଯାଇଥାଏ ସେତେବେଳେ ତା ଚାରିପାଖରେ ଥିବା ସମସ୍ତ ଅଣୁଜୀଵ ମାନେ ମଧ୍ୟ ମରି ଯାଇଥାନ୍ତି ।

କାରଣ ଲବଙ୍ଗ ମଧ୍ୟ ରେ ଏପରି କିଛି ତତ୍ତ୍ୱ ରହିଥାଏ ଯାହା ଅଣୁଜୀଵ ମାନଙ୍କ ର ବିନାଶ କରିଥାଏ । ଏହା ଦ୍ଵାରା ଛୁଆ ଟି ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ । ଯଦି ଆପଣ ରାତି ରେ ଶୋଇବା ପୂର୍ବରୁ ଗୋଟିଏ ଲବଙ୍ଗ ର ସେବନ କରୁଛନ୍ତି ଓ ତା ସହିତ ଉଷୁମ ପାଣି ପିଉଛନ୍ତି ତେବେ ଆପଣଂକୁ କୌଣସି ରୋଗ ହେବାର ସମ୍ଭାବନା ରହି ନ ଥାଏ । ଲବଙ୍ଗ ଖାଇବା ଦ୍ଵାରା ଆପଣଙ୍କ ଶରୀର ରେ ରକ୍ତ ର ଅଭାବ ଦେଖା ଦେଇ ନ ଥାଏ । ଯଦି ଆପଣଙ୍କ ର କେଶ ଝଡୁଛି ତେବେ ରାତି ରେ ଶୋଇବା ପୂର୍ବ ରୁ ଗୋଟିଏ ଲବଙ୍ଗ ଖାଇବା ସହିତ ଗୋଟିଏ ଗ୍ଲାସ ଉଷୁମ ପାଣି ପିଅନ୍ତୁ ।

ଏପରି କରିବା ଦ୍ୱାରା ରାତିରେ ଆପଣଂକୁ ଭଲ ନିଦ ହୋଇଥାଏ । ଆପଣଙ୍କ ମସ୍ତିଷ୍କ ରେ ଯେଉଁ ସବୁ ଚିନ୍ତା ରହିଥାଏ ସେଥିରୁ ଆପଣଂକୁ ମୁକ୍ତି ମିଳିଥାଏ । ଏହା ଦ୍ଵାରା ଆପଣଙ୍କ କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଯାଇଥାଏ । ବନ୍ଧୁଗଣ ଯଦି ଆପଣଂକୁ ଠିକ ଭାବରେ ନିଦ ହେଉ ନାହିଁ ତେବେ ରାତି ରେ ଶୋଇବା ସମୟ ରେ ଲବଙ୍ଗ ଖାଇ କରି ଶୁଅନ୍ତୁ । ଦେଖିବେ ବହୁତ ଭଲ ନିଦ ହେବ ।

ଔଷଧ ଖାଇବା ଦ୍ଵାରା ଏହାର କୁ ପ୍ରଭାବ ଆମ ଶରୀର ଉପରେ ପଡିଥାଏ କିନ୍ତୁ ଲବଙ୍ଗ ଖାଇବା ଦ୍ଵାରା କୌଣସି ପ୍ରକାର କୁ ପ୍ରଭାବ ଆମ ଶରୀର ଉପରେ ପଡି ନ ଥାଏ । ଲବଙ୍ଗ କୁ ରାତିରେ ସେବନ କରିବା ଦ୍ୱାରା ଦାନ୍ତ ରେ ହେଉଥିବା ଯନ୍ତ୍ରଣା ମଧ୍ୟ ଦୁର ହୋଇଥାଏ । ତେବେ ବନ୍ଧୁଗଣ ଯଦି ଆପଣଙ୍କ ର ଏହି ପରି ସମସ୍ୟା ଅଛି ତେବେ ଲବଙ୍ଗ କୁ ନିଶ୍ଚୟ ସେବନ କରନ୍ତୁ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *