ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ହୋଇଥିଲା । ସେଥିପାଇଁ ଏହି ଦିନକୁ ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମୌତ୍ସବ ରୂପରେ ଜନ୍ମାଷ୍ଟମୀରେ ପର୍ବ ପାଳନ କରାଯାଏ ଓ ବ୍ରତ ବି ରଖାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଶ୍ରୀ କୃଷ୍ଣଙ୍କ ବ୍ରତ ଓ ପୂଜା କରିବା ଦ୍ଵାରା ସବୁ ମନୋକାମାନ ପୂର୍ଣ ହୋଇଥାଏ । ଜୀବନରେ ଚାଲୁଥିବା ସବୁ ସମସ୍ୟା ଦୂର ହୋଇଯାଏ ।
ଆଜି ଆମେ ଆପଣଙ୍କୁ ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀ କୃଷ୍ଣଙ୍କ ପୂଜା, ବ୍ରତ କେମିତି କରିବେ, କଣ ଖାଇବେ ଓ କଣ ଖାଇବେ ନାହିଁ ସେହି ବିଷୟରେ କହିବାକୁ ଯାଉଛୁ । ଏହି ବର୍ଷ ଜନ୍ମାଷ୍ଟମୀ ୩୦ ଅଗଷ୍ଟ ସୋମବାର ଦିନ ପାଳନ କରାଯିବ ।
ଯଦି ଶୁଭ ମୁହୂର୍ତ ବିଷୟରେ କହିବା ସୋମବାର ଦିନ ୧୧.୫୯ ମିନିଟ ରୁ ଅଧିକ ରାତି ୧୨.୪୫ ମିନିଟ ପର୍ଯ୍ୟନ୍ତ ଶୁଭ ମୁହୂର୍ତ ଅଛି । ଜନ୍ମାଷ୍ଟମୀର ପାଳନ ଜନ୍ମାଷ୍ଟମୀର ଆସନ୍ତା ଦିନ ସୂର୍ଯ୍ୟ ଉଦୟ ହେବା ପରେ ରୋହିନୀ ନକ୍ଷତ୍ର ଅମାବାସ୍ୟା ତିଥି ସମାପ୍ତ ହେବା ପରେ କରାଯାଏ । ଏଥର ଅଷ୍ଟମୀ ତିଥି ୩୦ ଅଗଷ୍ଟ ରାତି ୨ ଟା ରେ ହିଁ ସମାପ୍ତ ହୋଇ ଯାଉଛି । କିନ୍ତୁ ରୋହିନୀ ନକ୍ଷତ୍ର ୩୧ ଅଗଷ୍ଟ ସକାଳ ୯.୪୪ ରେ ସମାପ୍ତ ହେବ । ସେଥିପାଇଁ ଏହି ସମୟ ପର୍ଯ୍ୟନ୍ତ ବ୍ରତର ପାଳନ କରାଯିବ ।
କୁହାଯାଏ କି ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀ କୃଷ୍ଣଙ୍କ ପୂଜା ଅର୍ଚନା କରିବା ଦ୍ଵାରା ଯଶ, କୀର୍ତ୍ତି, ପରାକ୍ରମ, ଐଶ୍ୱର୍ୟା, ଶୋଭାଗ୍ୟ, ବୈଭବ, ସନ୍ତାନ ପ୍ରାପ୍ତି, ଧନ, ଆୟୁ ଆରୋଗ୍ୟ ତଥା ସୁଖ ସମ୍ପତ୍ତିର ପ୍ରାପ୍ତି ହୋଇଥାଏ । ଯେଉଁ ବ୍ୟକ୍ତି ଜନ୍ମାଷ୍ଟମୀ ଦିନ ବ୍ରତ ରଖିବାକୁ ଚାହୁଁଛନ୍ତି ସେମାନେ ଏହାର ପୂର୍ବ ଦିନ ଗୋଟିଏ ସମୟ ସାତ୍ଵିକ ଭୋଜନ କରିବା ଉଚିତ । ଜନ୍ମାଷ୍ଟମୀ ଦିନ ସକାଳେ ଉଠି ନିଜ ଘରକୁ ପରିଷ୍କାର କରି ସ୍ନାନ କରିବା ପରେ ସ୍ଵଚ୍ଚ ବସ୍ତ୍ର ଧାରଣ କରନ୍ତୁ । ନିଜ ମନ୍ଦିରର ସଫା କରନ୍ତୁ ଓ ତାକୁ ସୁସଜ୍ଜିତ କରନ୍ତୁ ।
ଲଡୁ ଗୋପାଳକୁ ସ୍ଵଚ୍ଛ କରି ବାଲ ଗୋପାଳକୁ ନୂଆ ବସ୍ତ୍ର ଧାରଣ କରାନ୍ତୁ । ଭଗବାନ ଶ୍ରୀ କୃଷ୍ଣଙ୍କୁ ଶୃଙ୍ଗାର କରନ୍ତୁ । ଶୃଙ୍ଗାରରେ ମୟୂର ପର ବାଲା ମୁକୁଟ ପିନ୍ଧାନ୍ତୁ । ସୁନ୍ଦର ମାଳ ପିନ୍ଧାନ୍ତୁ । ଫୁଲ ଓ ବାଂସୁରୀ ଅବଶ୍ୟ ଅର୍ପିତ କରନ୍ତୁ । ଭଗବାନ ଶ୍ରୀ କୃଷ୍ଣଙ୍କୁ ଭୋଗ ଲଗାନ୍ତୁ ଓ ବ୍ରତ ରଖିବାର ସଂକଲ୍ପ ନିଅନ୍ତୁ । ଜନ୍ମାଷ୍ଟମୀ ଦିନ ମନ୍ତ୍ର ଜପ କରନ୍ତୁ । ସନ୍ଧ୍ୟା ସମୟରେ ଦୀପ ଜ-ଳା-ଇ ଭଗବାନ ଶ୍ରୀ କୃଷ୍ଣଙ୍କ ଆରତି କରନ୍ତୁ ଓ ସନ୍ଧ୍ୟା ବନ୍ଦନ କରନ୍ତୁ । ଭଗବାନ ଶ୍ରୀ କୃଷ୍ଣଙ୍କ ପାଇଁ ସୁନ୍ଦର ଝୁଲା ପ୍ରସ୍ତୁତ କରନ୍ତୁ ଓ ରାତି ସମୟରେ କୃଷ୍ଣଙ୍କୁ ଭୋଗ ଲଗାଇବା ପାଇଁ ଭୋଗ ପ୍ରସ୍ତୁତ କରନ୍ତୁ ।