ଯେବେ ଆପଣଙ୍କୁ ସଚ୍ଚା ପ୍ରେମ ହେବ ତ ମିଳିବ ଏହି ସଂକେତ- Krishna Vani

ପ୍ରେମ ହେଉଛି ସତ୍ୟ ଓ ଚିରନ୍ତନ । ଯାହା ଜୀବନରେ ଥରେ ହୋଇଥାଏ । ପ୍ରେମ ଦ୍ଵାରା ବ୍ୟକ୍ତି ପ୍ରତେକ ଯୁଦ୍ଧକୁ ଜିତି ପାରିଥାଏ । ପ୍ରେମ ସଂସାର ସବୁଠାରୁ ପବିତ୍ର ବନ୍ଧନ ହୋଇଥାଏ ଯାହାର ମୂଲ୍ୟ ଅଗଣନୀୟ ଅଟେ । ପ୍ରକୃତ କଥା ହେଉଛି ପ୍ରେମ ହେଉଛି ଏକ ଏମିତି ବନ୍ଧନ ଯାହା ଦ୍ଵାରା ବ୍ୟକ୍ତି ସ୍ଵତନ୍ତ୍ରତା ପାଇଥାଏ । ଯଦି କେହି ଆପଣଙ୍କ ଭଲ ପାଇବାକୁ ଠୋକର ମାରନ୍ତି ବା ବୁଝି ପାରନ୍ତି ନାହି ତେବେ ସେହି କ୍ଷେତ୍ର ରେ ଆପଣ କଣ କରିବେ କେବେ ଭାବିଛନ୍ତି ।

ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ପ୍ରେମ ଏକ ସରଳ ଓ ବିଷବାରେ ଯୋଡା ହୋଇଥିବା ବନ୍ଧନ ଅଟେ । କେହି ବ୍ୟକ୍ତି ଭଲ ପାଇବା ପାଇଁ ଛଳ କରିଥାନ୍ତି ତ ଆଉ କେହି ଉଦାସ ଭାବନା ନେଇ ପ୍ରେମ କରିବାର ପ୍ରତାରଣା କରିଥାନ୍ତି । ଆଉ କେହି ବ୍ୟକ୍ତି ବଳ ପୂର୍ବକ ପ୍ରେମକୁ ଅଧିକାର କରିବାକୁ ଚେଷ୍ଟା କରିଥାନ୍ତି ।

ଏହା ଜରୁରୀ ନୁହେଁ କି କେହି ଆପଣ ଯଦି କାହାକୁ ଭଲ ପାଉଛନ୍ତି ତେବେ ସେ ଆପଣଙ୍କୁ ଭଲ ପାଇବାକୁ ବାଧ୍ୟ ହେବେ । କାରଣ ପ୍ରେମ କୌଣସି ବସ୍ତୁ କି ରାଜ୍ୟ ବା ଧନ ନୁହେଁ କି ତାକୁ ହାସଲ କରିବାକୁ ବଳ ବା ବୁଦ୍ଧି ର ପ୍ରୟୋଗ କରିବାକୁ ପଡିବ । ପ୍ରେମେ ଏମିତି ଏକ ଶକ୍ତି ଯାହା ସବୁ ବନ୍ଧନକୁ ଭାଙ୍ଗି ଦେଇଥାଏ । କିନ୍ତୁ ସ୍ଵୟଂ କୌଣସି ବନ୍ଧନରେ ବାନ୍ଧି ହୁଏ ନାହି ।

ଆପଣ ଯାହାକୁ ଭଲ ପାଉଛନ୍ତି ତାଙ୍କୁ ପୂରାପୂରି ଖୋଲା ଛାଡି ଦିଅନ୍ତୁ । ଆପଣ ପ୍ରେମ କରୁଥିବା ବ୍ୟକ୍ତି ଙ୍କୁ ସ୍ଵାଧୀନତା ଦିଅନ୍ତୁ ଯେମିତି ସେ କୌଣସି ବନ୍ଧନ ରେ ନ ବାନ୍ଧି ହେବେ । ସ୍ଵାଧିନତା ଏମିତି ରହିଥାଏ ଯାହା ପ୍ରେମ ସମ୍ପର୍କକୁ ମଜବୁତ କରିବାରେ ସକ୍ଷମ ହୋଇଥାଏ । ଯଦି ଆପଣଙ୍କ ପ୍ରେମ ସତ ହୋଇଥାଏ ତେବେ ଆପଣଙ୍କ ସାଥି ତାହା ନିଶ୍ଚୟ ବୁଝି ପାରିବେ ।

ଆପଣ ଯାହାକୁ ବି ଭଲ ପାଉଛନ୍ତି ତାଙ୍କୁ ନିସ୍ଵାର୍ଥଭାବ ରେ ପ୍ରେମ କରନ୍ତୁ । କେବେ ବି ସ୍ଵାର୍ଥ ଭାବ ନେଇ ପ୍ରେମ କରନ୍ତୁ ନାହି । ଏହା ଦ୍ଵାରା ପ୍ରେମ ଶବ୍ଦର ଅପମାନ ହେବ । ତେଣୁ ଆପଣ ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ନିଜ ପାଖକୁ ବଳ ପୂର୍ବକ ଆଣିବାକୁ ଚେଷ୍ଟା କରନ୍ତୁ ନାହି ।

ଯଦି ଆପଣ ସତରେ ଭଲ ପାଉଥିବେ ତେବେ ଆପଣଙ୍କ ଭଲ ପାଇବା ନିଜେ ଆପଣଙ୍କୁ ପାଖକୁ ଆସିବ । ଆପଣଙ୍କୁ କିଛି କରିବାକୁ ଦରକାର ପଡିବ ନାହି । ଏମିତି ହୋଇ ପାରିଲେ ପ୍ରେମ ଶବ୍ଦର ମୂଲ୍ୟ ରହିବ । ତେବେ ଏହା ଥିଲା ଭଗବାନ ଶ୍ରୀ କୃଷ୍ଣଙ୍କ କିଛି ନୀତିବାଣୀ ଯାହା ସଚ୍ଚା ପ୍ରେମ କରୁଥିବା ବ୍ୟକ୍ତି ଙ୍କ ପାଇଁ ଉଦିଷ୍ଟ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *