ବାରୁଦ ବା ଦିଆସିଲ ରେ ପୋଡିଗଲେ ତୁରନ୍ତ ଏହାକୁ ଲଗାନ୍ତୁ, ଶୀଘ୍ର ମିଳିବ ଲାଭ- Health Tips

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କାଲି ଶୁଭ ଦୀପାବଳି ପୁରା ଦେଶରେ ପାଳନ କରା ଯାଇଛି । ତେବେ ଦୀପାବଳି ରେ କିଛି ଲୋକ ମାନେ ଅସାବଧନତା ଯୋଗୁ ବାଣ ଲଗାଇବା ସମୟରେ ହାତ ଗୋଡ ପୋଡି ଦେଇଥାନ୍ତି । ଯାହା ଫଳରେ ଅନେକ ବଡ ସମସ୍ଯା ସୃଷ୍ଟି ହୋଇଥାଏ । ଏମିତି କି ଘରେ ମଧ୍ୟ ଦିଆସିଲି ଲଗାଇବା ସମୟରେ କୌଣସି କାରଣରୁ ହାତ ଜଳି ଯାଇଥାଏ । ତେବେ ଏଥିପାଇଁ ଲୋକ ମାନେ ଅନେକ ପ୍ରକାର ର ଅଏଣ୍ଟମେଣ୍ଟର ବ୍ୟବହାର କରିଥାନ୍ତି ।

କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ଵାରା ଯଦି ଦିଆସିଲି ବା ବାରୁଦ ଲଗାଇ ହାତ ପୋଡି ଯାଇଛି ତେବେ ତୁରନ୍ତ ଉପସମ ମିଳି ପାରିବ । ଏହି ଘରୋଇ ଉପଚାର ତିଆରି କରିବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି କ୍ୟାଷ୍ଟର ଅଏଲ ବା ଜଡା ତେଲ ।

ଏହା ପରେ ଆବଶ୍ୟକ ରହିଛି ବୋରୀକ ଏସିଡ ଯାହା ମେଡିସନ ଷ୍ଟୋରରୁ ସହଜରେ ମିଳିଯିବ । ଏଥିପାଇଁ ଆପଣ ଜଡା ତେଲରେ ଅଳ୍ପ ମାତ୍ରା ରେ ବୋରୀକ ଏସିଡ ମିଶ୍ରଣ କରନ୍ତୁ । ଏମିତି ଭାବେ ଏହି ଦୁଇଟି ସାମଗ୍ରୀକୁ ମିକ୍ସ କରନ୍ତୁ ଯେଉଁ ଯାଏଁ ତେଲ ସହ ବୋରୀକ ଏସିଡ ଭଲ ଭାବେ ମିଶିଯିବ । ଏହା ପରେ ଆପଣଙ୍କୁ ଆବଶ୍ୟକ ପଡିବ ବେଣ୍ଡେଜ କପଡା ।

ଯଦି ଆପଣଙ୍କ ପାଖରେ ବେଣ୍ଡେଜ କପଡା ଅନହି ତେବେ ଆପଣ କୌଣସି ସୂତା କାପାଦ ର ବ୍ୟବହାର ଏହି କ୍ଷେତ୍ର ରେ କରି ପାରିବେ । ଏହା ପରେ ବେଣ୍ଡେଜ କପଡା କୁ ଜଡା ତେଲରେ ଭଲ ଭାବେ ବୁଡାଇ ଦିଅନ୍ତୁ । ଏବେ ଆପଣଙ୍କ ହାତ ବା ଅନ୍ୟ କୌଣସି ସ୍ଥାନ ରେ ବାରୁଦ ବା ଦିଆସିଲି ଯୋଗୁ ପୋଡି ଯାଇଛି ବା ଯନ୍ତ୍ରଣା ଅଧିକ ହେଉଛି ତେବେ ତେଲରେ ବୁଡା ହୋଇଥିବା ବ୍ୟାଡେଜ କୁ ସେହି ସ୍ଥାନ ରେ ଲଗାଇ ଦିଅନ୍ତୁ ।

ଆପଣ ଦେଖିବେ ଏହି ଉପଚାର ପ୍ରୟୋଗ କରିବା ଦ୍ଵାରା ମାତ୍ର ଅଳ୍ପ ସମୟ ମଧ୍ୟ ରେ ଆପଣଙ୍କ ଜଳାପୋଡା କମ ହୋଇଯିବ । ଏହା ସହ ଆପଣ ଯନ୍ତ୍ରଣା ରୁ ମଧ୍ୟ ଉପସମ ପାଇ ପାରିବେ । ଏହି ଉପଚାର ର ବ୍ୟବହାର ଦ୍ଵାରା ପୋଡା ଜାଳା ବହୁତ ଜଲ୍ଦି ଭଲ ହୋଇଥାଏ । ତେବେ କେବଳ ଜଡା ତେଲ ମଧ୍ୟ ଏହି କ୍ଷେତ୍ର ରେ ପ୍ରୟୋଗ କରାଯାଇ ପାରିବ ।

 

ତେବେ ଆପଣ ଯେତେବେଳେ ବି ବାରୁଦ ବା ଦିଆସିଲି ଲଗାଉଛନ୍ତି ସାବଧାନତାର ସହ ଲଗାନ୍ତୁ । ଆପଣଙ୍କର ଅଳ୍ପ ଅସାବଧାନତା ପାଇଁ ଆପଣଙ୍କର ଓ ଅନ୍ୟ ମାନଙ୍କର ଅନେକ କ୍ଷତି ହୋଇପାରେ । ତେବେ ଆଜିର ଆମର ହୋମ ରେମେଡି ପ୍ରାକୃତିକ ଉପାୟ ଅଟେ । ଏଥିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯିବ ନାହି । ଆପଣ ମାନେ ଥରେ ଏହାର ପ୍ରୟୋଗ ନିଶ୍ଚୟ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *