ଯେଉଁଠି ବି ମିଳିବ ଛାଡିବ ନାହିଁ, ଚୁପଚାପ ଘରକୁ ନେଇ ଆସିବ, ଅଚାନକ ଲାଗିବ ଲଟେରୀ, ବର୍ଷିବ ସୁନା

ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ଏମିତି ବହୁତ ଗଛଲତା ଅଛି ଯାହାକି ଆପଣଙ୍କ ଜୀବନର ପ୍ରାୟତଃ ସବୁ ସମସ୍ୟା ସମାପ୍ତ କରି ଦିଅନ୍ତି । ଆଜି ଆମେ ଆପଣଙ୍କୁ ଅରଖ ଗଛ ବିଷୟରେ କହିବୁ । ଏହି ଗଛର ପତ୍ର, ଫୁଲ ଓ ଚେରକୁ ମନୁଷ୍ୟ ନିଜର ଜୀବନର ସମସ୍ୟାର ମୁକ୍ତି ପାଇବା ପାଇଁ ଓ ଧନ ଆଗମନ କରିବା ପାଇଁ ବ୍ୟବହାର କରିଥାଏ । ଶାସ୍ତ୍ର ଅନୁସାରେ ଯଦି ଅରଖ ଗଛର ପତ୍ରକୁ ଆପଣ ଘରର ମୁଖ୍ୟ ଦ୍ଵାରରେ ବାନ୍ଧି ଦେଉଛନ୍ତି ତେବେ ସେହି ଘର ଉପରେ ଓ ସେହି ପରିବାର ଉପରେ କୌଣସି ବି ପ୍ରକାରର ଖରାପ ନଜର ପଡି ନ ଥାଏ ।

ଅରଖ ଗଛର ପତ୍ର ଭଗବାନ ଶିବକୁ ବହୁତ ପ୍ରିୟ ଅଟେ । ଏହା ଭଗବାନ ଶିବଙ୍କ ପସନ୍ଦିତା ରଙ୍ଗ ବି ଅଟେ । ବେଳେ ବେଳେ ବହୁତ ପରିଶ୍ରମ କରିବା ସତ୍ବେ ବି ଟଙ୍କା ଆସି ନ ଥାଏ । ଏହାର କାରଣ ଘରର ବସ୍ତୁ ଦୋଷ ବି ହୋଇପାରେ କିମ୍ବା ରାଶି ଉପରେ ଅଶୁଭ ଗ୍ରହର ପ୍ରଭାବ ହୋଇପାରେ ।

କିନ୍ତୁ ଅରଖ ଗଛର ଗୋଟିଏ ଉପାୟ ଆପଣଙ୍କ ପାଇଁ ବହୁତ ଧନୀ କରି ପାରିବ । ଯଦି ଘରେ ଆର୍ଥିକ ଅଭାବର ସମସ୍ୟା ଲାଗୁ ରହୁଛି ତେବେ ଏହିଭଳି ସ୍ଥିତିରେ ଆପଣ ଶନିବାର କିମ୍ବା ମଙ୍ଗଳବାର ଦିନ ଅରଖ ଗଛର ଚେରକୁ ଘରର ମୁଖ୍ୟ ଦ୍ଵାର ନିକଟରେ ଟଙ୍ଗାଇ ଦିଅନ୍ତୁ । କିନ୍ତୁ ଗୋଟିଏ ଦିନ ପୂର୍ବରୁ ନିମନ୍ତ୍ରଣ ଦିଅନ୍ତୁ । ଅରଖ ଗଛ ନିକଟକୁ ଗୋଟିଏ କଳସ ପାଣି, ଗୋଟିଏ ସୁପାରୀ ଓ ଗୋଟିଏ କଏନ ନେଇ ଯାଆନ୍ତୁ ।

ଅରଖ ଗଛରେ ପାଣି ଦେଇ ସୁପାରି ଓ ମୁଦ୍ରା ରଖି ଦିଅନ୍ତୁ ଓ ଆମନ୍ତ୍ରଣ କରି ଦିଅନ୍ତୁ । ଆସନ୍ତା ଦିନ ଅଳ୍ପ ଚେର ନେଇ ଆସନ୍ତୁ । ଏହି ଅରଖ ଗଛର ଚେରକୁ ନୀଳ କପଡାରେ ବାନ୍ଧି ଘରର ମୁଖ୍ୟ ଦ୍ଵାରରେ ଝୁଲାଇ ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରି ନ ଥାଏ ଓ ଘରର ଉନ୍ନତି ଦେଖାଯାଏ ।

ଯଦି କୌଣସି ମହିଳାର ସନ୍ତାନ ହେଉ ନାହିଁ ତେବେ ଏହିଭଳି ସ୍ଥିତିରେ ରବି ପୁଷ୍ୟ ନକ୍ଷତ୍ର କିମ୍ବା ଗୁରୁ ପୁଷ୍ୟ ନକ୍ଷତ୍ର ଦିନ ଅରଖ ଗଛର ଚେର ଆଣି ଧୋଇ ଦିଅନ୍ତୁ । ପ୍ରଥମେ ଶିବ ମନ୍ଦିର ଯାଇ ଶିବଲିଙ୍ଗ ଉପରେ ଗୋଟିଏ କଳସ ପାଣି ଅର୍ପଣ କରନ୍ତୁ ।

ନାଲି ସୂତା ଦ୍ଵାରା ନିଜ ଅଣ୍ଟାରେ ବାନ୍ଧି ଦିଅନ୍ତୁ । ଶିବଙ୍କ ଆଶୀର୍ବାଦରେ ୩ ମାସ ମଧ୍ୟରେ ହିଁ ଆପଣଙ୍କୁ ଖୁସି ଖବର ମିଳିଯିବ । ଯଦି ଆର୍ଥିକ ସମସ୍ୟା ଅଛି ତେବେ ଅରଖ ଗଛର ଚେର ଆଣି ଧୋଇ ଗଣେଶଙ୍କ ନିକଟରେ ରଖି ପୂଜା କରନ୍ତୁ । ଏହି ଚେରକୁ ନିଜର ତିଜୋରିରେ ରଖି ଦିଅନ୍ତୁ । ଦେଖିବେ ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *