ଯେଉଁ ଘରେ ଥାଏ ଶନିଦେବଙ୍କ ପ୍ରିୟ ଗଛ ସେଠି ପ୍ରବେଶ କରିପାରେ ନାହିଁ ଦାରିଦ୍ର୍ୟତା, ଆଜି ହିଁ ଆଣି ଲଗାନ୍ତୁ ଘରେ- Vaastu Tips

ଆମ ଆଖପାଖରେ ଯେଉଁ ଗଛ ଗୁଡିକ ରହିଛି ସେଗୁଡିକର କିଛି ନା କିଛି ବିଶେଷ ମହତ୍ଵ ରହିଛି । ଏମିତି କିଛି ଗଛ ରହିଛି ଝର ଔଷଧୀୟ ଗୁଣ ମଧ୍ୟ ରହିଛି । ଯାହା ଦ୍ଵାରା ଲୋକ ମାନେ ଅନେକ ରୋଗରୁ ମୁକ୍ତି ପାଇ ପାରନ୍ତି । ତେବେ ଭଗବାନ ଶନିଦେବଙ୍କର ଏମିତି କିଛି ଗଛ ରହିଛି ଯାହା ଖୁବ ପ୍ରିୟ ହୋଇଥାଏ ବୋଲି ଜ୍ଯୋତିଷ ଶସ୍ତ୍ର ରେ କୁହା ଯାଇଛି । କୁହାଯାଏ କି ଭଗବାନ ରାମଚନ୍ଦ୍ର ଶ୍ରୀଲଙ୍କା ବିଜୟ କରିବା ପରେ ଏହି ଗଛ ଲଗାଇ ଥିଲେ ଯାହା ଭଗବାନ ଶନିଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ ।

ସମି ଗଛକୁ ଶାସ୍ତ୍ର ରେ ବହୁତ ପୁଜନୀୟ ବୋଲି ମାନା ଯାଇଥାଏ । ଏମିତିକି ନବରାତ୍ରି ରେ ମା ଦୂର୍ଗାଙ୍କ ପୂଜା ମଧ୍ୟ ସମି ଗଛର ପତ୍ର ପୂଜା କରା ଯାଇଥାଏ ବୋଲି ଶାସ୍ତ୍ର ରେ କୁହା ଯାଇଛି । ମହାଭାରତ କାଳରୁ ପାଣ୍ଡବ ମାନେ ନିଜର ଶସ୍ତ୍ର କୁ ସମି ଗଛ ତଳେ ଲୁଚାଇ ଥିଲେ । ଏହି ସବୁ କାରଣରୁ ସମି ଗଛର ପ୍ରାରମ୍ଭ ହୋଇଥିଲା ।

ଯାହା ଦ୍ଵାରା ଶାସ୍ତ୍ର ଅନୁସାରେ ଏହି ସମି ଗଛକୁ ପୂଜନୀୟ ଭାବେ ଗ୍ରହଣ କରାଗଲା । ହିନ୍ଦୁ ଧର୍ମ ରେ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି ମାନା ଯାଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଶନିଦେବ ଙ୍କୁ ଖୁସି କରିବା ପାଇଁ ଅନେକ ସାରା ଉପାୟ ବିଷୟରେ କୁହା ଯାଇଛି । ସେଥି ମଧ୍ୟରୁ ଗୋଟିଏ ଖାସ ଉପାୟ ହେଉଛି ସମି ଗଛର ପୂଜା କରିବା ।

ଭଗବାନ ଶନିଦେବଙ୍କ କ୍ରୋଧ ରୁ ମୁକ୍ତି ପାଇବା ପାଇଁ ଘରେ ସମି ଗଛ ଲଗାଇ ପୂଜା କରିବା ଉଚିତ ବୋଲି ଶାସ୍ତ୍ର ରେ କୁହା ଯାଇଛି । ଯଦି ବନ୍ଧୁଗଣ ଆପଣ ମାନେ ମଧ୍ୟ ଭଗବାନ ଶନିଦେବ ଙ୍କ କୃପା ଲାଭ କରିବାକୁ ଚାହୁଁଛନ୍ତି ତେବେ ଘରେ ସମି ଗଛ ନିଶ୍ଚିନ୍ତ ଭାବେ ଲଗାଇ ଏହାର ବିଧି ବିଧାନ ସହ ପୂଜା କରନ୍ତୁ ।

ସମି ଗଛକୁ ଘରର ଉତ୍ତର ପୂର୍ବ ଦିଗରେ ଲଗାଇବା ଶୁଭ ହୋଇଥାଏ ବୋଲି ଶାସ୍ତ୍ର ରେ କୁହା ଯାଇଛି । ଏହି ସମି ଗଛରେ ଅନେକ ଦେବାଦେବୀଙ୍କର ବାସ ରହିଥାଏ । ଏହା ବ୍ଯତୀତ ଆୟୁର୍ବେଦିକ ଅନୁସାରେ ସମି ଗଛକୁ ବହୁତ ଗୁଣକାରୀ ଔଷଧ ଭାବେ ମାନା ଯାଇଥାଏ ।

ତେବେ ଏହା ଥିଲା ସେହି ଗଛ ଯାହା ଭଗବାନ ଶନିଦେବଙ୍କର ପ୍ରିୟ ହୋଇଥାଏ । ଏହି ଗଛ ଘରେ ଲଗାଇବା ଦ୍ଵାରା ଘରର ସୁଖ ସମୃଦ୍ଧିର ଆଗମନ ହେବା ସହ ଧନର ବୃଦ୍ଧି ମଧ୍ୟ ହୋଇଥାଏ । ସମି ଗଛର ପୂଜା କରିବା ଦ୍ଵାରା ଜୀବନରେ ଉନ୍ନତି ଆସିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *