ସମସ୍ତଙ୍କ ଘରେ ଝାଡୁ ନିଶ୍ଚିନ୍ତ ଥିବ ଓ ଆପଣ ମାନେ ନିଜ ଘର ସଫା ରଖିବା ପାଇଁ ଏହାର ବ୍ୟବହାର ମଧ୍ୟ କରୁଥିବେ କିନ୍ତୁ କଣ ଆପଣ ମାନେ ଏହା ଜାଣିଛନ୍ତି ଜେ ଝାଡୁ କୁ ସନାତନ ଧର୍ମ ରେ ଲକ୍ଷ୍ମୀ ମାତାଙ୍କ ସ୍ୱରୂପ କୁହା ଯାଇଛି । ସେଥିପାଇଁ ଭୁଲରେ ମଧ୍ୟ ଝାଡୁ ର ଅପମାନ ବା ଝାଡୁ କୁ ଭୁଲ୍ ଜାଗାରେ ରଖନ୍ତୁ ନାହିଁ ନଚେତ ଆପଣଙ୍କୁ ଅସୁବିଧା ହୋଇପାରେ । ଆଜି ଆମେ ଆପଣଙ୍କୁ ଝାଡୁ ସମ୍ବନ୍ଧିତ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଜାଣିବା ଆବଶ୍ୟକ ଅଟେ ।
ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ଯେଉଁ ଘର ସଫା ସୁଥୁରା ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ ତାଙ୍କ ପାଦ ରଖି ଥାନ୍ତି । ତେବେ ପ୍ରାୟତଃ ସମସ୍ତେ ନିଜ କ୍ଷମତା ଅନୁଯାଇ କାମ କରିଥାନ୍ତି ନିଜ ଘର ସଫା ରଖିଥାନ୍ତି । କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଭୁଲ ଦିଗରେ ଝାଡୁ ରଖିଲେ ମଧ୍ୟ ଆପଣଙ୍କୁ ଅସୁବିଧା ହେଇଥାଏ ।
୧- ଝାଡୁ କୁ କେବେ ବି ଖୋଲାରେ ରଖନ୍ତୁ ନାହିଁ କାହିଁକିନା ଝାଡୁ ଘରର ଲକ୍ଷ୍ମୀ ହୋଇଥାନ୍ତି ତାଙ୍କ ଉପରେ କାହାର ଖରାପ ନଜର ପଡ଼ିଲେ ଆପଣଙ୍କ ଘରେ ଉନ୍ନତି ହବା ବଦଳରେ ଦରିଦ୍ରତା ଆସିଥାଏ । ଯେମିତି ଆପଣ ନିଜ ଧନକୁ ସମସ୍ତଙ୍କ ନଜରରୁ ବଞ୍ଚାଇ ରଖନ୍ତି ଠିକ ସେମିତି ଆପଣଙ୍କୁ ଝାଡୁ ର ମଧ୍ୟ ରକ୍ଷା କରିବାକୁ ହବ । ଏମିତି କିଛି ଜାଗାରେ ରଖନ୍ତୁ ଯେମିତିକି ଝାଡୁ ଦେଖା ଯିବ ନାହିଁ ଯେମିତିକି କବାଟ ପଛରେ ଘରେ ଏମିତି ବହୁତ ସ୍ଥାନ ଆପଣ ନିଜ ଘରେ ପାଇଯିବେ ।
୨- ଝାଡୁ ସବୁବେଳେ ସକାଳେ ବ୍ୟବହାର କରନ୍ତୁ ଏହା ଦ୍ୱାରା ଘର ସବୁ ନକାରାତ୍ମକ ଉର୍ଜା ବାହାରି ଯାଏ ଆଉ ନୂଆ ସକାରାତ୍ମକ ଉର୍ଜା ଆପଣଙ୍କ ଘରକୁ ପ୍ରବେଶ କରିଥାଏ । ତେବେ ସନ୍ଧ୍ୟାରେ ଭୁଲରେ ବି ଝାଡୁ କରନ୍ତୁ ନାହିଁ ନଚେତ ଆପଣଙ୍କ ଘର ସୁମତି ମଧ୍ୟ ଚାଲି ଯାଇଥାଏ ।
୩- ଶାସ୍ତ୍ର ଅନୁଯାଇ ଶନିବାର ଦିନ ଝାଡୁ କିଣିବା ବହୁତ ଶୁଭ ହୋଇଥାଏ ଏହା ଛଡ଼ା ଯଦି ଅନ୍ୟ ଦିନରେ କିଣି ଦେଇଛନ୍ତି ତେବେ ଆପଣଙ୍କୁ ଶନିବାର ଦିନ ନୂଆ ଝାଡୁ ବ୍ୟବହାର କରିବା ଉଚିତ ଅଟେ । ଶାସ୍ତ୍ର ଅନୁଯାଇ ଏମିତି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ତାଲା ଖୋଲିଥାଏ ଓ ଆପଣଙ୍କୁ ଆପଣଙ୍କ ଭାଗ୍ୟ ଅନୁଯାଇ ସବୁ କିଛି ପ୍ରାପ୍ତ ହୋଇଥାଏ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।