ଝାଡୁ ଦ୍ୱାରା ଭୁଲରେ ବି କରନ୍ତୁ ନାହିଁ ଏହି ସବୁ ଭୁଲ କାମ ନଚେତ୍ ଘରକୁ ଆସିଥାଏ ଦାରିଦ୍ର୍ୟତା- Vastu Tips

ଆଜିକା ସମୟରେ ଧନ ସମସ୍ତଙ୍କ ଜୀବନରେ ବହୁତ୍ ମୂଲ୍ୟବାନ ଜିନିଷ ଅଟେ । ଆମେ ନିଜ ଜୀବନରେ ଯାହା ପାଇଥାଉ ସମ୍ପର୍କ ଛଡ଼ା ସବୁର ଗୋଟେ ମୂଲ୍ୟଥାଏ ଯାହା ଆମକୁ ଦବାକୁ ପଡ଼ିଥାଏ । ତେବେ ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ଓ ନିଜେ ଖୁସିରେ ରହିବା ପାଇଁ ମଣିଷକୁ ଧନ ଆବଶ୍ୟକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଝାଡୁ ର ଏମିତି କିଛି ବ୍ୟବହାର ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ୱାରା ଘରେ ଦାରିଦ୍ର୍ୟତା ଆସିଥାଏ ସେଥିପାଇଁ କରିବା ଉଚିତ୍ ନୁହଁ ।

୧- ଝାଡୁକୁ କେବେ ବି ଖୋଲାରେ ରଖିବା ଉଚିତ୍ ନୁହେଁ ତେବେ ଅଫିସ୍ ଝାଡୁ ହେଉ ବା ଘର ଝାଡୁ କେଉଁଠି ବି ଝାଡୁ ଖୋଲା ରହିଲେ ବହୁତ୍ ହାନିକାରକ ହୋଇଥାଏ । ସେଥିପାଇଁ ଝାଡୁକୁ ସବୁବେଳେ କବାଟ ପଛରେ ନଚେତ୍ ଏମିତି କିଛି ଜାଗାରେ ରଖନ୍ତୁ ଯେଉଁଠାରେ ଅନ୍ୟ ମାନଙ୍କ ନଜର ପଡୁ ନଥିବ ।

୨- ଝାଡ଼ୁକୁ କେବେ ବି ଭାଙ୍ଗିବା ବା ଛିଣ୍ଡି ବା ପରେ ବ୍ୟବହାର କରିବା ଉଚିତ୍ ନୁହଁ କାହିଁକି ନା ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ଖୁସି ହବା ବଦଳରେ ରୁଷ୍ଠ ହୋଇଥାନ୍ତି ଯାହା ଆପଣଙ୍କ ଆର୍ଥିକ ପରିସ୍ଥିତି ପାଇଁ ଜମା ବି ଉଚିତ୍ ନୁହଁ ।

୩- ଶାସ୍ତ୍ର ଅନୁଯାଇ ଝାଡୁକୁ କେବେ ଠିଆ କରି ରଖିବା ଉଚିତ୍ ନୁହେଁ କାହିଁକି ନା ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ଝାଡୁକୁ ଶୁଆଇ ରଖିବା ଉଚିତ୍ ଅଟେ । ଆପଣଙ୍କୁ ନିଜ ଘରେ କେବେ ଝାଡୁକୁ ଠିଆ କରି ରଖିବା ଉଚିତ୍ ନୁହେଁ କାହିଁକିନା ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କୁ ଆଶୀର୍ବାଦ ବଦଳରେ ଆପଣଙ୍କ ଉପରେ ରାଗି ଥାନ୍ତି ।

୪- ଝାଡୁକୁ କେବେ ରୋସେଇ ଘରେ ରଖନ୍ତୁ ନାହିଁ କାହିଁକି ନା ରୋସେଇ ଘରେ ରଖିଲେ ଝାଡୁ ସ୍ପଷ୍ଟ ଭାବରେ ଦେଖା ଦେଇଥାଏ । ଏହା ଛଡ଼ା ଶାସ୍ତ୍ରରେ କୁହା ଯାଇଛି ଯେ ସନ୍ଧ୍ୟାରେ ଝାଡୁ ଲଗାଇବା ଉଚିତ ନୁହ କାହିଁକି ନା ଏହା ଦ୍ଵାରା ଘରେ ନକାରାତ୍ମକ ଉର୍ଜା ବହୁତ୍ ମାତ୍ରା ରେ ପ୍ରବେଶ କରନ୍ତି ଓ ଆପଣଙ୍କ ଘର ସୁଖ ସମୃଦ୍ଧି ଚାଲି ଯାଇଥାଏ । ସେଥିପାଇଁ କୁହା ଯାଇଛି ଭୁଲରେ ବି କେବେ ସନ୍ଧ୍ୟାରେ ଝାଡୁ ମାରନ୍ତୁ ନାହିଁ ଯେତେ ଯାହା ସଫା କରିବାର ଅଛି ସକାଳେ କରନ୍ତୁ ଏହି ଭଳି ଆପଣ ସବୁ ଦିନ କରନ୍ତୁ ଦେଖିବେ ବହୁତ୍ ଉନ୍ନତି କରିବ ଆପଣଙ୍କ ଘର ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *