ଝିଅ ଆମର ନୂଆ ବୋହୁ ସିରିଏଲର ଶିବ ଓ ପୂଜାଙ୍କ ପରିବାର

ଆପଣ ସମସ୍ତେ ଓଡିଆ ସିରିଏଲ ଝିଅ ଆମର ନୂଆ ବୋହୁ ଯାହାକି ତରଙ୍ଗ ଟିଭିରେ ପ୍ରସାରିତ ହେଉଛି ସମସ୍ତେ ଦେଖୁଥିବେ । ଏହି ସିରିଏଲ ଦେଖୁ ଦେଖୁ ସମସ୍ତଙ୍କର ପ୍ରିୟ ସିରିଏଲ ହୋଇ ଯାଇଛି । ଆଜି ଆମେ ଆପଣଙ୍କୁ ଏହି ସିରିଏଲରେ ମୁଖ୍ୟ ଅଭିନେତା ଶିବ ଓ ଅଭିନେତ୍ରୀ ପୂଜାଙ୍କ ପରିବାର ବିଷୟରେ କହିବୁ । ଯାହାଙ୍କୁ ଆପଣ ପୂର୍ବରୁ କେବେ ବି ଦେଖି ନ ଥିବେ ।

ଏହି ସିରିଏଲରେ ମୁଖ୍ୟ ଅଭିନେତା ରୂପରେ ନଜର ଆସୁଥିବା ଶିବ ଯାହାଙ୍କ ଅସଲ ନାଁ ଅଭିଷେକ ଅଟେ ତାଙ୍କୁ ଆପଣ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ଅଭିଷେକ ବର୍ତ୍ତମାନ ସମୟରେ ୩୧ ବୟସର ହୋଇ ଯାଇଛନ୍ତି । ଅଭିଷେକ କିଛି ପୂର୍ବରୁ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଆପଣ ଫଟୋରେ ଯାହାକୁ ଦେଖୁଛନ୍ତି ସେ ତାଙ୍କର ଧର୍ମ ପତ୍ନୀ ଅଟନ୍ତି । ଅଭିଷେକଙ୍କୁ ଆପଣମାନେ ଏହା ପୂର୍ବରୁ ବହୁତ ଫିଲ୍ମ ଓ ସିରିଏଲରେ ଅଭିନୟ କରୁଥିବାର ଦେଖିଥିବେ । ଶିବଙ୍କ ପରିବାରରେ ତାଙ୍କ ବାପା ମା, ବଡ ଭାଇ, ବଡ ଭାଉଜ ଓ ତାଙ୍କର ପତ୍ନୀ ରୁହନ୍ତି । ତାଙ୍କର ବଡ ଭାଇ ଜଣେ ଇଞ୍ଜିନିୟର ଅଟନ୍ତି । ଅଭିଷେକ ପିଲାଦିନୁ ହିଁ ଅଭିନୟ ପ୍ରତି ରୁଚି ରଖୁଥିଲେ । ଯଦି ଏହି ସିରିଏଲର ମୁଖ୍ୟ ଅଭିନେତ୍ରୀ ପୂଜାଙ୍କ ବିଷୟରେ କହିବା ତେବେ ଆପଣ ପୂଜାଙ୍କ ଅସଲ ନାଁ ହେଉଛି ଲାବରିନ ।

ଲାବରିନଙ୍କୁ ବି ଆପଣମାନେ ବହୁତ ଭଲ ଭାବରେ ଚିହ୍ନି ଥିବେ । ଲାବରିନ ବର୍ତ୍ତମାନ ଭୁବନେଶ୍ଵରରେ ରହୁଛନ୍ତି ଓ ସେ ଫକିର ମୋହନ କଲେଜରେ ପାଠ ପଢିଛନ୍ତି । ଲାବରିନଙ୍କ ପରିବାରରରେ ତାଙ୍କର ମା ଓ ଜଣେ ସାନ ଭଉଣୀ ରୁହନ୍ତି । ଲାବରିନଙ୍କ ଗୋଟିଏ କାଶଟିଙ୍ଗ କମ୍ପାନୀ ରହିଛି । ଯେଉଁଥିରେ ସେ ନୂଆ କଳାକାରମାନଙ୍କୁ ସିରିଏଲରେ ଅଭିନୟ କରିବା ପାଇଁ ସୁଯୋଗ ଦିଅନ୍ତି । ଲାବରିନ ବର୍ତ୍ତମାନ ଝିଅ ଆମର ନୂଆ ବୋହୁ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ରୂପରେ ଅଭିନୟ କରୁଛନ୍ତି ।

ଯେଉଁଥିରେ ତାଙ୍କର ଅଭିନୟ ଓ ଲୁକକୁ ଦର୍ଶକମାନେ ଖୁବ ପସନ୍ଦ ବି କରୁଛନ୍ତି । ଏହି ସିରିଏଲ କିଛି ଦିନ ତଳେ ହିଁ ତରଙ୍ଗ ଟିଭିରେ ପ୍ରସାରିତ ହୋଇଛି । ଦର୍ଶକମାନେ ବି ଏହି ସିରିଏଲ ଓ ଏହାର କାହାଣୀକୁ ବି ବହୁତ ପସନ୍ଦ କରୁଛନ୍ତି । ଏହା ସହିତ ଶିବ ଓ ପୂଜାଙ୍କ କେମେଷ୍ଟ୍ରିକୁ ବି ଦର୍ଶକମାନଙ୍କୁ ପସନ୍ଦ ଆସୁଛି ।

Leave a Reply

Your email address will not be published. Required fields are marked *