ଝିଅର ବିବାହ ପୂର୍ବରୁ ବର ପିତା ସହ ପଳେଇଥିବା ମା ଫେରିଲେ, ସ୍ଵାମୀ ଛାଡି ଦେଲେ ତ କରିଲା ଏମିତି…

ଗୁଜରାଟ ରେ ନିଜ ଝିଅ ର ବିବାହ ପୂର୍ବରୁ ପଳେଇଥିବା ଝିଅ ର ମା ଓ ବର ର ପିତା ନିଜ ଘରକୁ ଫେରିଥିଲେ । ପୋଲିସ୍ ମଙ୍ଗଳବାର ଦିନ କହିଥିଲେ କି ସୁରଟ ରେ ରହୁଥିବା ହିମ୍ମତ ପଟେଲ (43) ଓ ନବସାରି ର ଶୋଭାନା ରାୱଲ (42) ଗତ 10 ଜାନୁଆରୀ ରେ ଫେରାର ହୋଇଯାଇଥିଲେ ।

ଅଧିକାରୀ କହିଛନ୍ତି କି ପଟେଲଙ୍କ ପୁଅ ସହ ରାୱଲଙ୍କ ଝିଅର  ଆଗ ମାସରେ ବିବାହ ହେବାର ଥିଲା । 10 ଜାନୁଆରୀ ରେ ଫେରାର ହେବା ପରେ 26ଜାନୁଆରୀ ରେ ସୁରଟ ଓ ନବସାରି ପୋଲିସ୍ ଙ୍କ ସାମ୍ନାରେ ପେଶ୍ ହେଲେ । ସେମାନେ ମଧ୍ୟପ୍ରଦେଶ ର ଉଜ୍ଜୈନି ରହିଥିଲେ । ନବସାରି ପୋଲିସ୍ ଅଧିକ୍ଷକ ଗିରିଶ ପାଣ୍ଡ୍ୟା କହିଛନ୍ତି କି ରାୱଲଙ୍କ ସ୍ବାମୀ ତାଙ୍କୁ ଗ୍ରହଣ କରିବା ପାଇଁ ମନା କରିଥିଲେ, ଏଥିପାଇଁ ସେ ବାପଘର କୁ ଚାଲିଯାଇଥିଲେ ।

ବର ପିତାଙ୍କର ଟେକ୍ଷ୍ଟାଇଲ ର କାରବାର ସହିତ ସେ ଅମରେଲି ର ଏକ ରାଜନୀତି ପାର୍ଟି ର ସଦସ୍ୟ ମଧ୍ୟ ଥିଲେ । ସେ କନ୍ୟା ର ମା ଙ୍କୁ କଲେଜ୍ ଦିନଠୁ ଜାଣିଥିଲେ । ସେ ସମୟରେ ସେମାନେ ପଡୋଶୀ ଓ ଭଲ ବନ୍ଧୁ ବି ଥିଲେ । ତାଙ୍କ ସାଙ୍ଗମାନେ କହିଛନ୍ତି କି ସେମାନେ ଆଗରୁ ରିଲେଶନସିପ ରେ ଥିଲେ ହେଲେ ତାଙ୍କ ବିବାହ ବର୍ତ୍ତମାନ ସ୍ଵାମୀ ଯିଏ ନବସାରୀ ରେ ରହୁଥିଲେ ତାଙ୍କ ସହ ହୋଇ ଯାଇଥିଲା ।

Leave a Reply

Your email address will not be published. Required fields are marked *