ମୃତ୍ୟୁ ପୂର୍ବରୁ Live ଆସି Tapu ନିଜ ଫ୍ୟାନ୍ସଙ୍କୁ କଣ କହିଥିଲେ ଦେଖନ୍ତୁ, ଆପଣଙ୍କ ଆଖିରେ ବି ଆସିଯିବ ଲୁହ, ଭାଇରାଲ ହେଉଛି ତାଙ୍କର ଏହି ଶେଷ Video

ଅଚାନକ ତପୁ ମିଶ୍ରଙ୍କ ବିୟୋଗରେ ସମସ୍ତେ ଭାଙ୍ଗି ପଡିଛନ୍ତି । କେହି ବି ବିଶ୍ଵାସ କରି ପାରୁ ନାହାନ୍ତି କି ତପୁ ମିଶ୍ର ଆଉ ଆମ ଗହଣରେ ନାହାନ୍ତି । ଏମିତିରେ ଆମେ ତପୁ ମିଶ୍ରଙ୍କ ଏକ ଶେଷ ଭିଡିଓ ବିଷୟରେ ଆପଣଙ୍କୁ କହିବୁ ଓ କହିବୁ କି ସେ ଏହି ଭିଡିଓରେ କାହାକୁ ଅଧିକ ମନେ ପକାଉଛନ୍ତି । ତପୁ ମିଶ୍ରଙ୍କ ମୃତ୍ୟୁ ଓଲିଉଡ ଇଣ୍ଡଷ୍ଟ୍ରିର ଏକ ବହୁତ ବଡ କ୍ଷତି ଅଟେ । ଯାହା ଅପୂରଣୀୟ ଅଟେ ।

ସେ ଜଣେ ଏମିତି ଗାୟିକା ଥିଲେ ଯାହାଙ୍କୁ ପ୍ରତ୍ୟକ ଓଡିଆବାସୀ ଚିହ୍ନିଥିଲେ ଓ ସେ ଆଜି ଆମ ପାଖରେ ନାହାନ୍ତି କିନ୍ତୁ ସେ ତାଙ୍କର ଗୀତ ମାଧ୍ୟମରେ ସବୁଦିନ ପାଇଁ ଅମର ହୋଇ ଯାଇଛନ୍ତି । କହିଦେଉଛୁ କି କିଛି ଦିନ ପୂର୍ବେ ଯେତେବେଳେ ସେ ସୁସ୍ଥ ଥିଲେ ତେବେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଲାଇଭ ଆସି ନିଜ ମନ କଥା କହିଥିଲେ ।

ତପୁ ମିଶ୍ର ଏହି ଭିଡିଓରେ ପ୍ରଥମେ ନିଜର ବନ୍ଧୁମାନଙ୍କୁ ମିସ କରୁଛନ୍ତି ବୋଲି କହିଲେ । ଲକଡାଉନରେ କରୋନା କାରଣରୁ କିମ୍ବା ଅନ୍ୟ କୌଣସି କାରଣରୁ ତାଙ୍କର ବନ୍ଧୁ ବାନ୍ଧବ ଏବଂ ଯେଉଁ ଲୋକମାନେ ମୃତ୍ୟୁ ବରଣ କରିଲେ ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଲେ । ସେ ନିଜର ପିଉସୀଙ୍କ ଦେହାନ୍ତ ଖବର ବି ସମସ୍ତଙ୍କୁ ଜଣାଇଲେ ଓ କହିଲେ କି ସେ ନିଜର ପିଉସୀଙ୍କୁ ଶେଷ ସମୟରେ ତାଙ୍କୁ ଦେଖି ପାରିଲେ ନାହିଁ ।

ଯାହାକି ତାଙ୍କ ପାଇଁ ବହୁତ ବଡ ଦୁଃଖର ବିଷୟ ଅଟେ । ତପୁ ମିଶ୍ର ନିଜର ଶେଷ ଭିଡିଓରେ ଆଗକୁ କହିଲେ କି ତାଙ୍କର କିଛି ବନ୍ଧୁମାନେ ଯେଉଁମାନେ ଓଲିଉଡ ଇଣ୍ଡଷ୍ଟ୍ରି ସହ ଜଡିତ ଥିଲେ ସେମାନଙ୍କ ମୃତ୍ୟୁ ଦ୍ଵାରା ଇଣ୍ଡଷ୍ଟ୍ରିକୁ ବହୁତ କ୍ଷତି ହୋଇଛି । ଯାହାଙ୍କ ବିଷୟରେ ମନେ ପଡିଲେ ବହୁତ କଷ୍ଟ ଲାଗେ । ସେ କହିଲେ କି ଜୀବନ ଟା ବହୁତ ଛୋଟ ଅଟେ । କେତେବେଳେ କାହାର ଜୀବନ ଶେଷ ହୋଇଯିବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ ।

ସେଥିପାଇଁ ସମସ୍ତେ ସମସ୍ତଙ୍କୁ ଭଲ ପାଆନ୍ତୁ । ଗର୍ବ, ଅହଂକାର, ମୁଁ, ତୁ, ମୁଁ ଜଣେ ବଡ ଧନୀ ମଣିଷ,ତୁ ଜଣେ ଛୋଟ ଗରିବ ମଣିଷ ଏହି ସବୁ ଭାବନା କେବେ ବି ମନରେ ଆସିବା କଥା ନୁହେଁ । ସେ ନିଜର ଫ୍ୟାନମାନଙ୍କ ବିଷୟରେ କହିଲେ କି ଆପଣ ସମସ୍ତେ ମୋର ଶକ୍ତି ଅଟନ୍ତି । ଆପଣ ସମସ୍ତେ ମୋତେ ବହୁତ ସପୋର୍ଟ ମଧ୍ୟ କରନ୍ତି । ତପୁ ମିଶ୍ର ଲାଇଭ ଆସିବାର କାରଣ ବିଷୟରେ ବି କହିଲେ ।

ସେ କହିଲେ କି ମୁଁ ଏଥିପାଇଁ ଲାଇଭ ଆସେ ଯାହା ଦ୍ଵାରା ମୁଁ ନଜିର ଫ୍ୟାନମାନଙ୍କ ସହ ଡାରେକ୍ଟ କଥା ହୋଇ ପାରିବି ଓ କାହା ମନରେ ଯଦି ମୋତେ ନେଇ କୌଣସି ଅଭିଯୋଗ ଅଛି ତେବେ ସେ ମୋତେ ସିଧା ସିଧା କହି ପାରିବ ।

ସେ ଆଗକୁ କହିଲେ କି ମୁଁ ଯେତେ ଦିନ ପର୍ଯ୍ୟନ୍ତ ଗାଇ ପାରୁଛି ସେତେ ଦିନ ପର୍ଯ୍ୟନ୍ତ ଗାଇବି କିନ୍ତୁ ଆପଣମାନଙ୍କ ସପୋର୍ଟ ଦରକାର । କିନ୍ତୁ କିଏ ଜାଣି ଥିଲା କି ତାଙ୍କର ଏହା ଶେଷ ଭିଡିଓ ହୋଇ ରହିବ । ତାଙ୍କର ଏହି କଥାବାର୍ତ୍ତା ଶୁଣିଲେ ଆପଣଙ୍କ ଆଖିରୁ ବି ଲୁହ ଚାଲି ଆସିବ ।

Leave a Reply

Your email address will not be published. Required fields are marked *