କରୋନାରେ ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟର କଣ ହେବ, ନିୟମ କଣ କହୁଛି?

ବର୍ତ୍ତମାନର ସମୟ ବହୁତ ଦୁଃଖ ଦାୟକ ଓ କଷ୍ଟ ଦାୟକ ଅଟେ । ଏହା ପଚାର ମୁଖ୍ୟ କାରଣ ହେଉଛି କରୋନା । କରୋନାରେ ସଂକ୍ରମିତ ହେବା ପରେ ପ୍ରାୟତଃ ଲୋକମାନେ ସୁସ୍ଥ ହୋଇ ଘରକୁ ଫେରି ଯାଉଛନ୍ତି । କିନ୍ତୁ ଅନ୍ୟ ପଟେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ପ୍ରାଣ ହରାଉଛନ୍ତି ।

ମୃ-ତ୍ୟୁ ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ୟାଗ କରି କେତେକ ଲୋକମାନେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଆପଣ ମନରେ କେବେ ନା କେବେ ପ୍ରଶ୍ନ ଉଠିଥିବ ବ୍ୟକ୍ତିର ମୃ-ତ୍ୟୁ ପରେ ତାହାର ସୋସିଆଲ ମିଡିଆ ଆକାଉଣ୍ଟର କଣ ହେଉଥିବ ? ଆଜି ଆମେ ଆପଣଙ୍କୁ ଏହାର ଜବାବ ଦେବୁ । କହିବାକୁ ଗଲେ କାହାର ବି ମୃ-ତ୍ୟୁ ପରେ ତାହାର ସୋସିଆଲ ମିଡିଆ ଆକାଉଣ୍ଟ ସହ ଏହି ତିନୋଟି ଜିନିଷ ହୋଇପାରେ ।

ପ୍ରଥମେ ସେହି ବ୍ୟକ୍ତିର ସୋସିଆଲ ମିଡିଆ ଆକାଉଣ୍ଟକୁ ଏମିତି ହିଁ ଛାଡି ଦିଆଯାଇ ପାରେ, ଦ୍ଵିତୀୟ ସମ୍ବନ୍ଧିତ କମ୍ପାନୀଙ୍କୁ ସୂଚିତ କରାଯାଇ ଆକାଉଣ୍ଟ ବନ୍ଦ କରି ଦିଆଯାଏ, ତୃତୀୟ କାହାକୁ ଆକାଉଣ୍ଟର ଦାୟିତ୍ଵ ଦିଆଯାଏ କିମ୍ବା ଆକାଉଣ୍ଟକୁ ସ୍ମୃତି ଚିହ୍ନ କରି ଦିଆଯାଉ । ଯଦି ପ୍ରଥମ ଅପସନ କଥା କହିବା ତେବେ ଆକାଉଣ୍ଟରେ ସାଧାରଣ କିଛି ଅପଡେଟ କରି ଛାଡି ଦିଆଯାଏ । ଉଦାହରଣ ସ୍ୱରୂପ ସୁଶାନ୍ତ ସିଂହ ରାଜପୁତଙ୍କ ଟ୍ଵିଟର ଓ ଇଂଷ୍ଟାଗ୍ରାମ ଆକାଉଣ୍ଟଊ ସେମିତି ହିଁ ଛାଡି ଦିଆଯାଇଛି ।

ସେଥିରେ ନା ହିଁ କୌଣସି ଚେଞ୍ଜେସ ଆସିଛି ଓ ନା ହିଁ କିଛି ନୂଆ ଅପଡେଟ ଆସିଛି । ଫେସବୁକ ଓ ଇଂଷ୍ଟାଗ୍ରାମରେ କଣ ନିୟମ ଅଛି ଏହା ବିଷୟରେ ଏହି ଦୁଇ ଫେସବୁକ ଓ ଇଂଷ୍ଟାଗ୍ରାମରେ ନିଜର ହେଲ୍ପ ପେଜରେ ବିସ୍ତୃତ ସୂଚନା ଦେଇଛନ୍ତି । ଏହି କମ୍ପାନୀମାନଙ୍କ ନିୟମ ଅନୁସାରେ ଆପଣ କୌଣସି ବି ବ୍ୟକ୍ତିର ମୃ-ତ୍ୟୁ ପରେ ତାହାର ସୂଚନା ଦେଇ ସେହି ବ୍ୟକ୍ତିର ଆକାଉଣ୍ଟକୁ ବନ୍ଦ କରି ପାରିବେ । ଏଥିପାଇଁ ଆପଣଙ୍କୁ ଗୋଟିଏ ଫର୍ମ ସହ ବ୍ୟକ୍ତିର ମୃ-ତ୍ୟୁ ପ୍ରମାଣ ପତ୍ର ବି ଅପଲୋଡ କରିବାକୁ ପଡିବ ।

ଏହି ସୂଚନାକୁ ଯାଞ୍ଚ କରିବା ପରେ ମୃ-ତ୍ୟୁ ବ୍ୟକ୍ତିର ଆକାଉଣ୍ଟକୁ ବନ୍ଦ କରିଦିଆଯିବ । ତୃତୀୟରେ ଆସୁଛି ସ୍ମୃତିଚିହ୍ନ ଆକାଉଣ୍ଟ ବିଷୟରେ କହିବା ତେବେ ଯଦି ଆପଣ ଆକାଉଣ୍ଟକୁ ମେମୋରିଆଲ ଆକାଉଣ୍ଟ କରିବାକୁ ଚାହୁଁଛନ୍ତି ତେବେ ଆପଣ ଉପରୋକ୍ତ ଫର୍ମକୁ ଫିଳ୍ପ କରିବେ । ଏହା ପରେ ୟୁଜର ନାଁ ସହିତ Remember ଲେଖା ହୋଇଯାଏ । ଯଦି ୟୁଜର ଫେସବୁକର ଟାଇମଲାଇନରେ ଅନ୍ୟର ପୋସ୍ଟକୁ ଅନୁମତି ଦେଇ ରଖିଛନ୍ତି ତେବେ ଟ୍ୟାଗ କରି ଯିଏ ବି ତାଙ୍କ ପାଇଁ ମ୍ୟାସେଜ ଲେଖିବେ ତାହା ତାଙ୍କ ପେଜରେ ନଜର ଆସିବ ।

ଇଂଷ୍ଟାଗ୍ରାମରେ ଯାହାର ବି ଆକାଉଣ୍ଟ ମେମୋରିଆଲ ଆକାଉଣ୍ଟ ହୋଇଯିବା ପରେ ସେଥିରେ କୌଣସି ବି ପ୍ରକାରର ପରିବର୍ତ୍ତନ କରାଯାଇ ପାରିବ ନାହିଁ । କିନ୍ତୁ ଫେସବୁକରେ ଲେଗେସୀ କଣ୍ଟାକ ଅଛି । ଯଦି ଲେଗେସୀ କଣ୍ଟାକ ବିଷୟରେ କହିବା ତେବେ କେତେକ ୟୁଜର ଚାହାନ୍ତି କି ତାଙ୍କର ମୃ-ତ୍ୟୁ ପରେ ତାଙ୍କର ଆକାଉଣ୍ଟ ଚାଲୁଥିବ । ତେବେ ଫେସବୁକ ଏଥିପାଇଁ ଲେଗେସୀ କଣ୍ଟାକ ବାଛିବାର ଅପସନ ଦେଇଥାଏ ।

ମୃ-ତ୍ୟୁ ପରେ ଏହାର ସୂଚନା ମିଳିବା ପରେ ଏହି ପ୍ଲାଟଫର୍ମ ଆପଣଙ୍କର ଆକାଉଣ୍ଟକୁ ମେମୋରିଆଲ ଆକାଉଣ୍ଟ କରିଦେବେ ଓ ଲେଗେସୀ କଣ୍ଟାକକୁ ଆପଣଙ୍କ ଆକାଉଣ୍ଟକୁ ହ୍ୟାଣ୍ଡେଲ କରିବାକୁ ଅନୁମତି ଦେଇଦେବେ । କିନ୍ତୁ ତାଙ୍କ ପାଖରେ ବି ଆକାଉଣ୍ଟକୁ ବ୍ୟବହାର କରିବାର ଲିମିଟେଡ ଆକ୍ସେସ ଥିବ । ୟୁଜର ଯାହାକୁ ନିଜର ଲେଗେସୀ କଣ୍ଟାକ ୟୁଜ ପାଇଁ ବାଛିଥିବେ ସେମାନେ ହିଁ ତାଙ୍କର ଆକାଉଣ୍ଟକୁ ୟୁଜ କରି ପାରିବେ ।

Leave a Reply

Your email address will not be published. Required fields are marked *