ମାଳିକା ବର୍ଣ୍ଣିତ ପୀଠ ଯେଉଁଠି ଅପୁତ୍ରିକ ପୁତ୍ର ଲାଭ କରେ- Malika Bachana

ବନ୍ଧୁଗଣ, ଓଡିଶାର ପ୍ରାଚୀନ ତଥା ପୁରାତନ ମନ୍ଦିର ଭାବେ କପିଳେଶ୍ଵର ମନ୍ଦିର ପରିଚିତ । ଆଜିକୁ ପ୍ରାୟ ୫୦୦ ଶହ ବର୍ଷ ପୁରାତ୍ତନ ଭାବେ ପରିଚିତ ଏହି ମନ୍ଦିର । ବନ୍ଧୁଗଣ ମନ୍ଦିର ଟି ଯେତେ ପୁରୁଣା ମାଳିକା ମଧ୍ୟ ସେହି ସମୟରେ ଲେଖାଯାଇଥିଲା । ମନ୍ଦିର ସମ୍ବନ୍ଧରେ କେଉଁ ରହସ୍ୟ ମାଳିକା ରେ ଉଲ୍ଲେଖ ହୋଇଅଛି ଆସନ୍ତୁ ଜାଣିବା ।

ବନ୍ଧୁଗଣ ମହାପୁରୁଷ ୬୦୦ ବର୍ଷ ପୂର୍ବରୁ ମାଳିକା କୁ ରଚନା କରିଛନ୍ତି । ଏଥିରେ ମହାପୁରୁଷ ଉଲ୍ଲେଖ କରିଛନ୍ତି,- “ହରିପୂର ଠାରେ ପ୍ରକଟ ହୋଇବେ କପିଳଶ୍ୱର ନାମେ ହର”, ଲୀଳାମାନ ହେବ କୀର୍ତ୍ତି ଚହଟିବ କୃପା କରିବେ ଅପାର” । ବନ୍ଧୁଗଣ ଏହାର ଅର୍ଥ ହେଉଛି,- ହରିପୁର ଜଗସିଂହପୁର ମାଟି କୁ କୁହାଯାଇଥାଏ । ଏ ହି ମାଟିରେ କପିଳଶ୍ଵର ନାମରେ ପରିଚିତ ହେବେ ବୋଲି ମାଳିକା ରେ କୁହାଯାଇଥିଲା । ଏହା ଭକ୍ତ ମାନଙ୍କ ଗହଳିପୂର୍ଣ୍ଣ ଜାଗା ଅଟେ ।

ପ୍ରକଟ ହୋଇ ଲୀଳା ଚହଟିବ ଅର୍ଥାତ ଯେତେବେଳେ ଜୈନ ମାନେ ଆସିଥିକଲେ ସେତେବେଳେ ପ୍ରଭୁ ପ୍ରକଟ ହୋଇଥିଲେ । ବନ୍ଧୁଗଣ ଆପଣ ମାନେ ମୁଖ୍ୟତ ମନ୍ଦିରରେ ଦ୍ଵାରପାଳ ଭାବରେ ନନ୍ଦୀ-ବୃନ୍ଦି ଙ୍କୁ ଦେଖିଛନ୍ତି । ମାତ୍ର କପିଳେଶ୍ଵର ର ବିଶେଷତ୍ଵ ଏହା କି ଯେ ଏହି ମନ୍ଦିରରେ ପ୍ରଭୁ ଅନନ୍ତ ଙ୍କୁ ଦେଖିବେ । ବନ୍ଧୁଗଣ କପିଳ ମାହାମୁନି ଯେତେବେଳେ ଦେବ ଦେବ ମହାଦେବ ଙ୍କୁ ଆରାଧାନା କରୁଥିଲେ, ସେତେବେଳେ ମହାଦେବ ପ୍ରକଟ ହୋଇ କପିଳ ଙ୍କୁ ଆଶୀର୍ବାଦ କରିଥିଲେ ।

କପିଳ ଦେବରୁତ୍ତି ଏବଂ ଖର୍ଦମ ରୁଷି ଙ୍କର ପୁତ୍ର ଅଟନ୍ତି । “କପିଳ ରୂପେ ଭଗବାନ ମା’ କୁ ଦେଲେ ତତ୍ଵ ଜ୍ଞାନ” । ଅର୍ଥାତ ମହାରୁଷି ଯେତେବେଳେ ମହାଦେବଙ୍କ ର ଆରାଧନା ସ୍ଵଚ୍ଛ ମନରେ କରିଥିଲେ, ସେତେବେଳେ କପିଳ ଙ୍କର ନାମ ଅନୁଯାଇ କପିଳେଶ୍ଵର ର ନାମ କରଣ କରିଥିଲେ । କପିଳ ଙ୍କ ନାମ ଅନୁସାରେ କପିଳେଶ୍ଵର ଙ୍କ ନାମ ରଖାଯାଇଥିଲା । କପିଳ ଙ୍କ ଇଶ୍ଵର ଅର୍ଥାତ କପିଳେଶ୍ଵର ।

ବନ୍ଧୁଗଣ ଏହି ମନ୍ଦିରରେ ଅନେକ ବିଶ୍ଵାସ ରହିଅଛି ଯାହାର ଯଦି ଗାଈ ହଜିଯାଏ ତେବେ ସେ ଗୋଟିଏ ଗୁଆ ଆଣି ବସାଇଦିଏ ତେବେ ତାଙ୍କର ମନୋସ୍କାମନା ପୂରଣ ହୋଇଯାଇଥାଏ । ବନ୍ଧୁଗଣ କୌଣସି ସ୍ଥାନ ର ସିଦ୍ଧତା ନଥିଲେ ତାହା ପ୍ରକାଶିତ ହୋଇ ପାରେ ନାହିଁ । ବନ୍ଧୁଗଣ କପିଳେଶ୍ଵର ଏକ ପବିତ୍ର ପିଠ ଯେଉଁଠାରେ ଭକ୍ତ ମାନେ ଶ୍ରଦ୍ଧା କରିଥାନ୍ତି ।

ବନ୍ଧୁଗଣ ବିଶ୍ଵାସ ରହିଛି ଯେ, ଯାହା ମନୋସ୍କାମନା କରିଲେ ମଧ୍ୟ ଏଠାରେ ପୂର୍ଣ୍ଣ ହୋଇଥାଏ । ବନ୍ଧୁଗଣ କପିଳେଶ୍ଵର ଏମିତି ଏକ ଲୀଳାମୟ ଠାକୁର ଅଟନ୍ତି ଯିଏ କେଆଇ ଅନେକ ଅନେକ ଲୀଳା ମାନ କରିଚାଲିଛନ୍ତ । ପ୍ରଭୁଙ୍କ ଆଶୀର୍ବାଦ ର ହାତ ସଦାସର୍ବଦା ତାଙ୍କ ଭକ୍ତ ମାନଙ୍କ ଉପରେ ରହିଥାଉ ।ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *