କାରୋନାରୁ ସୁସ୍ଥ ହେବା ପରେ ହେଉଥିବା କଷ୍ଟରୁ କେମିତି ବଞ୍ଚିବେ ? Dr. Bimal Chhajer

ରାଜ୍ୟରେ ତଥା ଦେଶରେ କୋରୋନା ସଂକ୍ରମଣ ସାଙ୍ଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ସଂକ୍ରମଣ ହାର ଅଧିକ ଥିଲେ ମଧ୍ୟ କଟକଣା ସେତେଟା କଡାକଡି କରାଯାଉ ନାହିଁ । ଏପରି ସ୍ଥିତିରେ ସଚେତନତାର ଆବଶ୍ୟକତା ରହିଛି ।

ବିଭିନ୍ନ ସମୟରେ ସ୍ବେଚ୍ଛେସେବୀ ସଙ୍ଗଠନ ପ୍ରଶାସନ ତଥା ସାଧାରଣ ଲୋକେ ମଧ୍ୟ ଭିନ୍ନ ଭିନ୍ନ ଶୈଳୀରେ ଲୋକଙ୍କୁ କୋରୋନା ସଚେତନ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ପରିପେଖିରେ ଅନ୍ୟ ଏକ ସାନ୍ତ୍ଵନା ମୂଳକ ସୂଚନା ଏହା ଯେ ଏବେ କାରୋନା ଜନିତ ରୋଗର ସୁସ୍ଥ ହାର ବଢିବାରେ ଲାଗିଛି । କିନ୍ତୁ ସୁସ୍ଥ ହୋଇ ଘରକୁ ଫେରୁଥିବା ଲୋକ ମଧ୍ୟ କିଛି ଦିନ ପରେ ମୃତ୍ୟୁ ବରଣ କରୁଛନ୍ତି, ତେବେ କଣ ରହିଛି ଏହା ପଚରା କାରଣ? ଜାଣିବା ଏହି ଅନୁଛେଦ ମାଧ୍ୟମରେ ।

ତେବେ କାରୋନା ଦ୍ଵାରା ସୁସ୍ଥ ହେବା ପରେ ଯଦି କୌଣସି କାରଣରୁ ମଣିଷର ମୃତ୍ୟୁ ହୋଇଥାଏ ତେବେ ତାହା ହେଉଛି ହୃଦ ଜନିତ ରୋଗ । ଅଧିକାଂଶ କ୍ଷେତ୍ରରେ ଏହି ଅସୁବିଧା ଦେଖା ଯାଇଥାଏ । କୋରୋନା କବଳରୁ ମୁକ୍ତ ହେବା ପରେ ଲୋକମାନେ ଛାତିରେ ଯନ୍ତ୍ରଣା ଅନୁଭବ କାରରନ୍ତି ଓ ପରେ ଏହି ଅସୁବିଧା ବଢି ସେମାନଙ୍କ ମୃତ୍ୟୁର କାରଣ ହୋଇଥାଏ । ସାଧାରଣତଃ ସରୋନାରୁ ସୁସ୍ଥ ହେବା ପରେ ଶରୀରରେ ପ୍ରଜ୍ଵଳନ ଅଧିକ ହୋଇଥାଏ ଓ ଏହା ହୃତପିଣ୍ଡକୁ ମଧ୍ୟ ପ୍ରଭାବିତ କରିଥାଏ ।

ସାଧାରଣତଃ ଏହା କାରୋନା ପରେ ପାଖାପାଖି ଦେଢ ରୁ ଦୁଇ ମାସ ପର୍ଯ୍ୟନ୍ତ ରହିଥାଏ । ଏହି ସମୟରେ ଯଦି ଆପଣଙ୍କ ଶ୍ଵାସ ଫୁଲିବା ପରି ଅନୁଭବ ହୋଇଥାଏ ତେବେ ପ୍ରଥମେ ଆପଣଙ୍କୁ ‘ଇକୋ’ ଟେଷ୍ଟ କରିବାକୁ ପଡିଥାଏ ଏବଂ ପରେ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିଥାଏ । ଅନ୍ୟ ଏକ ପ୍ରକାର ଲକ୍ଷଣ ଯେମିତିକି ରକ୍ତ ଜମାଟ ବାନ୍ଧିବା ଅନେକଙ୍କ ଶରୀରରେ ଦେଖା ଯାଇଥାଏ । ତେବେ ଏହି କ୍ଷେତ୍ରରେ ‘ଡି ଡାଇମର’ ଟେଷ୍ଟ କରିବାକୁ ପଡିଥାଏ । ଏହି ଲକ୍ଷଣ ସାଧାରଣତଃ ହୃଦ ରୋଗୀ ବା ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଦେଖା ଯିବାର ଅଧିକ ସମ୍ବାବନା ରହିଥାଏ ।


ଯଦି ଆପଣ ଏହି ଟେଷ୍ଟ ନ କରୁଛନ୍ତି ତେବେ ଆସ୍ପିରିନ ଓ କ୍ଳୋପିଡୋଗ୍ରେଳ ଦୁଇଟି ଅଉଷଧକୁ ମିଶାଇ ଦୁଇ ମାସ ସେବନ କରିବା ଉଚିତ । ଆମକୁ ବିଶେଷ ଧ୍ୟାନ ଦେବାକୁ ହେବ ଯେ ଏହି ସମୟରେ ଆମେ ଅଧିକ ଶାରୀରିକ ପରିଶ୍ରମ କରିବା ଅନୁଚିତ । ଏହା ସହିତ ପୃଷ୍ଟିକର ଖାଦ୍ଯ ଗ୍ରହଣ କରିବା । ଅଧିକ ପନିପରିବା ଗ୍ରହଣ କରିବା, ଆମିଷ ଯୁକ୍ତ ଖାଦ୍ଯ ଗ୍ରହଣ କରିବା ନାହିନ । ଏମିତି କରିବା ଦ୍ଵାରା ଆମର ହୃତପିଣ୍ଡ ସୁସ୍ଥ ରହିବା ଏବଂ ଏପରି ଅସୁବିଧାରୁ ଆମେ ମୁକ୍ତ ରହିବା ।

Leave a Reply

Your email address will not be published. Required fields are marked *