କେବଳ 1 ଥରରେ ଗଳା ଦରଜ, ଶୁଖିଲା କାଶ ତୁରନ୍ତ ହୋଇଯିବ ଭଲ, ଥଣ୍ଡା କାଶ ଓ କଫରୁ ମୁକ୍ତି- Health Tips

ଯଦି ଆପଣଙ୍କୁ ଶୁଖିଲା କାସ ହେଉଛି, କାସ କାରଣରୁ ଗଲାରେ ବ୍ୟଥା ହେଉଛି । ଏହି କାରଣରୁ ସବୁବେଳେ ଖାଦ୍ୟ ଖାଇବାରେ ଅସୁବିଧା ହେଉଛି, କିଛି ବି ଖାଦ୍ୟ ପଦାର୍ଥ ଖାଦ୍ୟ ନଳି ଦେଇ ଯାଉ ନାହିଁ । ପାଣି ପିଉ ଥିବା ସମୟରେ କିମ୍ବା ଖାଉ ଥିବା ସମୟରେ ସବୁବେଳେ ଲାଗୁଥିବ କି ଯେମିତି ଖାଦ୍ୟ ନଳିରେ କଣ୍ଟା କଣ୍ଟା ଲାଗୁଛି ।

ମୁହଁରେ ଘା ହୋଇ ଯାଇଛି । ଗଲାରେ କୌଣସି ବି ପ୍ରକାରର ଇନଫେକସନ ଅଛି କିମ୍ବା ଭାଇରସ ଠାରୁ ବଞ୍ଚିବାର ଅଛି ତେବେ ଏହି ସମସ୍ତ ସମସ୍ୟା ପାଇଁ ଆଜି ଆମେ ଆପଣଙ୍କ ପାଇଁ ବହୁତ ହିଁ ପ୍ରଭାବଶାଳି ଉପାୟ ନେଇ ଆସିଛୁ । ଯାହାକୁ ବ୍ୟବହାର କରିବା ପରେ ଆପଣଙ୍କର ଶୁଖିଲା କାସ, ଗଲାରେ ବ୍ୟଥା ସମସ୍ତ ପ୍ରକାରର ଭାଇରସ ଠାରୁ ବି ଆପଣ ବଞ୍ଚି ପାରିବେ । ଏହି ଘରେଲୁ ଉପାୟକୁ କରିବା ପାଇଁ ସର୍ବେ ପ୍ରଥମେ ଆପଣ ରକ ସଲ୍ଟ ନିଅନ୍ତୁ ।

ଯାହାକୁ ହିମାଳୟ ସଲ୍ଟ ବି କୁହାଯାଏ । ରକ ସଲ୍ଟ ଥଣ୍ଡା, କାସ, ଚର୍ମ ସମ୍ବନ୍ଧିତ ସମସ୍ୟା, ଗଣ୍ଠି ବ୍ୟଥା ଓ ମାନସିକ ଚାପ, ହଜମ, ଗ୍ୟାସ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ହିଁ ଭଲ ହୋଇଥାଏ । ପ୍ରଥମେ ଆପଣ ଗୋଟିଏ ଗ୍ଳାସ ଅଳ୍ପ ଗରମ ଥିବା ପାଣି ନିଅନ୍ତୁ । ଏଥିରେ ଆପଣ ୪ ରୁ ୫ ଚିମୁଟା ଅର୍ଥାତ ୧/୪ ଚାମଚ ଲୁଣ ମିଶାନ୍ତୁ । ଅଧିକ ଲୁଣ ମିଶାଇବେ ନାହିଁ ନଚେତ ଅନ୍ୟ କିଛି ସମସ୍ୟା ହୋଇପାରେ । ସେଥିପାଇଁ ଅଳ୍ପ ପରିମାଣରେ ଲୁଣ ମିଶାନ୍ତୁ । ଏହା ପରେ ଏଥିରେ ହଳଦୀ ମିଶାନ୍ତୁ ।

ହଳଦୀ ଆମ ଶରୀର ପାଇଁ କେତେ ଲାଭଦାୟକ ଏହା ଆପଣ ଜାଣିଛନ୍ତି । କିନ୍ତୁ ଏହି ଉପାୟ ପାଇଁ ଆପଣ ବଜାରରେ ମିଳୁ ଥିବା ପ୍ୟାକେଟ ହଳଦୀ ବ୍ୟବହାର କରିବେ ନାହିଁ । ଆପଣ ଏହି ଉପାୟ ପାଇଁ କଞ୍ଚା ହଳଦୀ ଆଣି ତାକୁ ଘରେ ଗ୍ରାଇଡିଙ୍ଗ କରି ସେହି ହଳଦୀକୁ ବ୍ୟବହାର କରନ୍ତୁ । କହିଦେଉଛୁ କି ହଳଦୀ ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ । ଏହା ପରେ ଏହି ପାଣିରେ ଆପଣ ୧/୪ ଚାମଚ ହଳଦୀ ମିଶାନ୍ତୁ । ଏହାକୁ ବି ଅଧିକ ମାତ୍ରାରେ ନେବେ ନାହିଁ ।

ଏହା ପରେ ଲୁଣ ଓ ହଳଦୀକୁ ଭଲ ଭାବରେ ମିଶ୍ରଣ କରି ଦିଅନ୍ତୁ । ଆପଣ ଏହି ପାଣିକୁ ସକାଳେ, ଦ୍ଵିପହର, ସନ୍ଧ୍ୟା ସମୟରେ କିମ୍ବା କେଉଁ ସମୟରେ ବି ମୁହଁରେ ରଖି ଏହାକୁ ଗୁଳି ଗୁଳି କରି ପାରିବେ । ଯେତେବେଳେ ବି ଆପଣଙ୍କୁ ନିଶ୍ଵାସ ନେବାରେ କଷ୍ଟ ହେଉଥିବ କିମ୍ବା ଏମିତି ଲାଗୁଥିବ କି ବେକରେ କିଛି ଫସି ଯାଇଛି, ଶୁଖିଲା କାସ ହେଉଛି ତେବେ ଏହି ପାଣିକୁ ପ୍ରସ୍ତୁତ କରି ଏହାର ଗୁଳି ଗୁଳି କରି ଦିଅନ୍ତୁ । ସବୁବେଳେ ମନେ ରଖନ୍ତୁ ପାଣି ଅଳ୍ପ ଗରମ ଥିବା ଦରକାର ।

ବର୍ତ୍ତମାନ କରୋନା ଭଲି ସ୍ଥିତିରେ ଯଦି ଆପଣ ବାହାରକୁ ଯାଉଛନ୍ତି ତେବେ ଘରକୁ ଫେରିବା ପରେ ଆପଣ ଗୁଳି ଗୁଳି କରି ଦିଅନ୍ତୁ । ଏହା ଦ୍ଵାରା କଣ ହୋଇ ଥା ନା ଯଦି କରୋନା ଭାଇରସ ଆପଣଙ୍କ ଶରୀର ଭିତରକୁ ଚାଲି ବି ଆସିଛି ତେବେ ଆରମ୍ଭ ୨ ଦିନ ପର୍ଯ୍ୟନ୍ତ କରୋନା ଭାଇରାସ ଗଲାରେ ଅଟକି ଯାଏ ଓ ତାହା ପରେ ଏହା ଫୁସଫୁସକୁ ଯାଇଥାଏ । କିନ୍ତୁ ଯଦି ଆପଣ ଏହିଭଳି ଗୁଳି ଗୁଳି କରିବେ ତେବେ ଯଦି କରୋନା ଭାଇରସ ଗଲାରେ ଥିବ ତେବେ ତାହା ନଷ୍ଟ ହୋଇଯିବ । ପିଲାମାନେ ବି ଏହାକୁ କରି ପାରିବେ ।

Leave a Reply

Your email address will not be published. Required fields are marked *