Special Story: କରୋନା ନେଲା ଗୋଟିଏ ପରିବାରର ୮ ଟି ଜୀବନ

କରୋନା ଆମ ଦେଶରେ ଲକ୍ଷ ଲକ୍ଷ ଲୋକମାନଙ୍କର ଜୀବନ ନେଇ ସାରିଛି । ଏବେ ବି କରୋନାରେ ଲୋକମାନେ ନିଜର ପ୍ରାଣ ହରାଉଛନ୍ତି । କରୋନାରେ ଯାହାର ମୃତ୍ୟୁ ହୋଇଛି ତାହାର ପରିବାର ହିଁ ଜାଣିଛି କି ଅଚାନକ ଦୁଃଖ କଣ ଅଟେ ।

ଆଜି ଆମେ ଆପଣଙ୍କୁ ଏକ ଏମିତି ପରିବାର ବିଷୟରେ କହିବୁ ଯେଉଁ ପରିବାରର ୮ ଜଣ ସଦସ୍ୟ କେବଳ କରୋନାରେ ନିଜର ପ୍ରାଣ ହରାଇଛନ୍ତି । ଏମିତିରେ ଚିନ୍ତା କରନ୍ତୁ କି ବର୍ତ୍ତମାନ ତାଙ୍କ ପରିବାର ଉପରେ କଣ ବିତୁଥିବ । ଏହି ଘଟଣା ଉତ୍ତର ପ୍ରଦେଶର ନରହପୁରର ଅଟେ । ସମସ୍ତଙ୍କର ଶୁଦ୍ଧି କ୍ରିୟା କରାଯିବା ପରେ ୮ ଜଣ ବ୍ୟକ୍ତିମାନଙ୍କ ମଧ୍ୟରୁ ୫ ଜଣଙ୍କର ଫଟୋକୁ ଗୋଟିଏ ଲାଇନରେ ରଖା ଯାଇଛି ।

ଯାହାର ଫଟୋ ଆପଣ ଦେଖି ପାରୁଥିବେ । କିନ୍ତୁ ଭାଗ୍ୟର ଖେଳ ଦେଖନ୍ତୁ କି ମାତ୍ର ୨୦ ଦିନ ମଧ୍ୟରେ ଏହି ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି । ଯାହାକି ବହୁତ ବଡ ଦୁଃଖର କଥା ଅଟେ । ଗତ ଏପ୍ରିଲ ୨୫ ତାରିଖରୁ ମେ ମାସ ୧୫ ତାରିଖ ମଧ୍ୟରେ ଏହି ପରିବାରର ୮ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇସାରିଛି । ପରିବାର ଲୋକମାନଙ୍କ କହିବା ଅନୁଯାୟୀ ୭ ଜଣ କୋବିଡରେ ପ୍ରାଣ ହରାଇଛନ୍ତି ତ ଅନ୍ୟ ଜଣେ ହୃଦଘାତରେ ପ୍ରାଣ ହରାଇଛନ୍ତି ।

କହିଦେଉଛୁ କି ଏହି ୮ ଜଣଙ୍କ ମଧ୍ୟରେ ଜଣେ ବୟସ୍କ ମହିଳା ଓ ପୁରୁଷ ସହ ତିନି ଜଣ ଯବାନ ପୁରୁଷଙ୍କ ମୃତ୍ୟୁ ହୋଇଛି । ପରିବାରର ମହିଳାମାନେ ଦୁଃଖରେ ଠିକସେ କଥା ବି କହି ପାରୁ ନାହାନ୍ତି । ଓ ତାଙ୍କ ଆଖିରୁ ଲୁହ ଝରି ଚାଲିଛି । ସବୁଠୁ ବଡ ଦୁଃଖର କଥା ହେଉଛି ରୋଜଗାର କରୁଥିବା ତିନି ପୁଅଙ୍କ ମୃତ୍ୟୁ ହୋଇଯାଇଛି । ଯେଉଁ କାରଣରୁ ବର୍ତ୍ତମାନ ଏମାନଙ୍କର ପରିବାର କେମିତି ଚାଲିବ ତାହା ଏକ ବଡ ପ୍ରଶ୍ନ ଅଟେ ।

ଏହି ପରିବାରର ମୁଖ୍ୟ ଓମକାର ୟାଦବଙ୍କ ପାଟିରେ ଆଉ କୌଣସି ବି ଶବ୍ଦ ନାହିଁ । ଏହି ସମସ୍ତ ଘଟଣା ପାଇଁ ସେ ସେଠିକାର ପ୍ରସାଶନ ଓ ହସ୍ପିଟାଲର ଡାକ୍ତରମାନଙ୍କୁ ଦାୟୀ କରିଛନ୍ତି । ଏତିକି ନୁହେଁ ଗୋଟିଏ ଦିନରେ ଦୁଇ ଦୁଇଟି ଶବ ବି ଏହି ପରିବାରରୁ ଉଠିଛି । ଘରର ମୁଖିଆ ଓମକାର କହୁଛନ୍ତି କି ତାଙ୍କର ପରିବାରର ସଦସ୍ୟମାନଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ଦାୟୀ ଅଟନ୍ତି ।

ପୀଡ଼ିତାମାନଙ୍କ ମଧ୍ୟରେ ରୂପରାନୀ (୮୨), ମିଥିଲେଶ କୁମାରୀ (୫୪), କମଲା ଦେବୀ (୮୦), ନିରଂକାର (୪୮), ବିନୋଦ କୁମାର (୬୦), ବିଜୟ କୁମାର (୫୮), ଶୈଲ କୁମାରୀ (୫୨), ଓ ସତ୍ୟ ପ୍ରକାଶ (୩୪) ସାମିଲ ଅଛନ୍ତି । କହିଦେଉଛୁ କି ଏମାନଙ୍କ ପରିବାର ବହୁତ ଗରିବ ଅଟନ୍ତି । ଏମିତିରେ ଘରେ ରୋଜଗାର କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ଘର ଆର୍ଥିକ ଅବସ୍ଥା ବହୁତ ସ୍ଵଚନୀୟ ହୋଇଯାଇଛି । ବର୍ତ୍ତମାନ ପରିବାର ଲୋକମାନେ ସରକାରୀ ସାହାର୍ଯ୍ୟର ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *