ଆପଣ ସମସ୍ତେ କାଳସର୍ପ ଦୋଷ ବିଷୟରେ ଶୁଣିଥିବେ ଯାହା କି ବ୍ୟକ୍ତିର କୁଣ୍ଡଳୀରେ ମିଳିଥାଏ ଏବଂ ତାଙ୍କ ଜୀବନରେ ଆସୁଥିବା ଚିନ୍ତାର କାରଣ ହୋଇଥାଏ । କାଳସର୍ପ ଦୋଷ କାରଣରୁ ଚିନ୍ତା ,କ୍ଷତି ଏବଂ ସମସ୍ୟା ଆସିବାକୁ ଲାଗିଥାଏ । କିନ୍ତୁ କଣ ଆପଣ ଏହା ଜାଣିବାକୁ ଚେଷ୍ଟା କରିଛନ୍ତି କି ଏହି କାଳସର୍ପ ଦୋଷ କଣ ପାଇଁ ହୋଇଥାଏ । ଆଜି ଆମେ ଆପଣଙ୍କୁ କାଳସର୍ପ ଦୋଷର କାରଣ ଏବଂ ନିବାରଣ ବିଷୟରେ ଜଣାଇବାକୁ ଯାଉଛୁ ।
ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।
କାଳସର୍ପ ଦୋଷର କାରଣ
– ଖରାପ କାମ କରିବା ଯାହାଦ୍ୱାରା ଭାଗ୍ୟ ବି ଖରାପ ହୋଇ ଯାଇଥାଏ ।
– ରାହୁ ନୀଚ ହୋଇ ବସିଛନ୍ତି ତାହେଲେ ଏହା ସବୁଠାରୁ ବଡ କାରଣ ଅଟେ ।
– ଘରର ଶୌଚାଳୟ ଏବଂ ସିଢି ଖରାପ ହୋଇଥିଲେ ଖରାପ ପ୍ରଭାବର ଆରମ୍ଭ ହୋଇଥାଏ ।
– ଘରର ଦହଲିଜ ଦବି ଯିବା ବା ଖରାପ ହୋଇଯିବା ।
– ଶଶୁର ଘର ସହିତ ଖରାପ ସବନ୍ଧ ରଖିବା ,କଟୁ କଥା କହିବା ,ମଦ ପିଇବା ନାସ୍ତିକତା କାମ କରିବା ।
କାଳସର୍ପ ଦୋଷର ନିବାରଣ
– ରୋଷେଇ ଘରେ ବସି ଖାଇବା ।
– କାନ୍ଥ ,ଟୟଲେଟ ଓ ବାଥରୁମ ସଫା ରଖିବା ।
– ଧର୍ମ ସ୍ଥାନର ସିଢିକୁ ୧୦ଦିନ ପର୍ଯ୍ୟନ୍ତ ପୋଛନ୍ତୁ ।
– ମଠାରେ ଚନ୍ଦନର ଟିକା ଲଗାନ୍ତୁ ।
– ମଙ୍ଗଳବାର ବା ଗୁରୁବାର ର ଉପାୟ କରନ୍ତୁ ବା ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ ।
ତେବେ ଯଦି ଆପଣଙ୍କ କୁଣ୍ଡଳୀରେ ମଧ୍ୟ ଅଛି କାଳସର୍ପ ଦୋଷ ତ ଆପଣ ବି କରନ୍ତୁ ରହି ସବୁ ଉପାୟ । ଦେଖିବେ ସବୁ ଦୁଃଖ କଷ୍ଟରୁ ମୁକ୍ତି ମିଳିବ । ଆପଣ ଜାଣି ନଥିବେ କିନ୍ତୁ କାଳସର୍ପ ଦୋଷ ଥିଲେ କୌଣସି ବି କ୍ଷତ୍ରରେ ଉନ୍ନତି ହୁଏ ନାହିଁ, ସବୁ ବେଳେ ଚିଡ ଚିଡ ଲାଗେ, ସମୟ ଗୁଡିକ ନଷ୍ଟ ହୁଏ ।