ମଣିଷ ନିଜ ଜୀବନରେ କେବେ ଏକୁଟିଆ ରହିବା ପାଇଁ ବିଚାର କରିନଥାଏ ତେବେ ବହୁତ କଷ୍ଟ ହେଲେ ସେ କିଛି ସମୟ ପାଇଁ ଏକୁଟିଆ ରହି ପାରନ୍ତି କିନ୍ତୁ ଜୀବନ ସାରା କେହି ଏକୁଟିଆ ରହି ପାରନ୍ତି ନାହିଁ କାହିଁକିନା ମଣିଷ ସ୍ଵଭାବ ଏହି ପରି ହୋଇଥାଏ ଯେ ତାଙ୍କୁ ନିଜ ଆଖ ପାଖ ଲୋକ ଆବଶ୍ୟକ ହୋଇଥାନ୍ତି । ମଣିଷ ଏମିତି ଗୋଟେ ଯିବ ଯିଏ ସାଙ୍ଗ ମାନଙ୍କ ସହ ରହିବା ବହୁତ ପସନ୍ଦ କରନ୍ତି ।
ଆଜି ଆମେ ଆପଣଙ୍କୁ ଏହି ସାଙ୍ଗ ମାନାଙ୍କ ବିଷୟରେ କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଜାଣିବା ବହୁତ ଆବଶ୍ୟକ ଅଟେ ।

ମଣିଷ ଗୋଟେ ଜଳ ଭଳି ହୋଇଥାଏ ଏହାକୁ ଯାହା ସାଙ୍ଗରେ ମିଶା ଯାଏ ସେ ଟା ଭଳି ହୋଇଥାଏ ଯଦି ଆପଣ ଜଳକୁ କ୍ଷୀର ସହ ମିଶାଇବେ ତେବେ ଆପଣଙ୍କୁ କ୍ଷୀର ମିଳିବ କିନ୍ତୁ ଯଦି ଆପଣ ଜଳକୁ ପଙ୍କ ସହ ମିଶାନ୍ତି ତେବେ ଆପନାଙ୍କୁ ପଙ୍କ ଦେଖାଯିବ । କଣ ଆପଣ ଏହା ଜାଣି ନାହାନ୍ତି ଯେ ଜଳର ନିଜର ନା କିଛି ରଙ୍ଗ ହୋଇଥାଏ ନା ସୁଆଦ ଏହା ଏମିତି ଗୋଟେ ଜିନିଷ ଯାହା ସହ ମିସିଥାଏ ଟା ଗୁଣ ଦେଖାଇଥାଏ । ତେବେ ଆପଣ ଚାହିଁଲେ ମଧ୍ୟ ପଙ୍କ ରୁ ଜଳ ବା କ୍ଷୀରରୁ ଜଳ ଅଲଗା କରି ପାରିବେ ନାହିଁ ।
କହିବାର ଅର୍ଥ ଆପଣ ଯେଉଁ ଭଳି ସାଙ୍ଗ ରଖନ୍ତି ଆପଣାଙ୍କ ଗୁଣ ମଧ୍ୟ ତାଙ୍କରି ଭଳି ହୋଇଥାଏ ଯଦି ଆପଣ ବୁଦ୍ଧିହିନ ଅଛନ୍ତି ତଥାପି ଯଦି ଆପଣ ବୁଦ୍ଧିମାନ ଲୋକଙ୍କ ସହ ବସା ଉଠା କରନ୍ତି ତେବେ ଲୋକେ ଆପଣଙ୍କୁ ଜ୍ଞାନୀ ଭାବି ସମ୍ମାନ ଦିଅନ୍ତି କିନ୍ତୁ ଯଦି ଆପଣ ଜ୍ଞାନୀ ଅଛନ୍ତି କିନ୍ତୁ ଜ୍ଞାନ ହିନ ଲୋକଙ୍କ ସହ ସାଙ୍ଗ ହୁଅନ୍ତି ତେବେ ଲୋକେ ଆପଣଙ୍କ ଜ୍ଞାନର ସମ୍ମାନ କରନ୍ତି ନାହିଁ । ଭଗବାନ ଶ୍ରୀ କୃଷ୍ଣ ମଧ୍ୟ କହିଛନ୍ତି ଯେ ଜୀବନ କେଉଁ ପକ୍ଷରେ ଯିବ ତାହା ଆପଣଙ୍କ ସାଙ୍ଗ ବାଛିବା ଉପରେ ନିର୍ଭର କରିଥାଏ ।

ଯଦି ଆପଣଙ୍କ ସାଙ୍ଗ ମାନେ ଭଲ ଅଛନ୍ତି ତେବେ ଆପଣଙ୍କ ଭବିଷତ ଉଜ୍ଵଳ ଅଛି କିନ୍ତୁ ଯଦି ଆପଣ ଭୁଲ ସାଙ୍ଗ ବାଚିଛନ୍ତି ତେବେ ଆପଣଙ୍କ ଜୀବନ ବହୁତ କଷ୍ଟକର ହୋଇଥାଏ । ଖରାପ କାମ ପ୍ରଥମେ ବହୁତ ମଜା ଦେଇଥାଏ କିନ୍ତୁ ଯେତେବେଳେ ଅସଲ ରୂପରେ ଆସିଥାଏ ସେତେବେଳେ ପରିସ୍ଥିତି ସମ୍ଭାଳିବା କଷ୍ଟକର ହୋଇଯାଏ । ସେଥିପାଇଁ ଆପଣ ନିଜ ମନ କଥା ମାନି ସଠିକ ଚୟନ କରନ୍ତୁ ଓ ନିଜ ଓ ନିଜ ପରିବାର ଲୋକଙ୍କ ନାମ ଆଗକୁ ବଢାନ୍ତୁ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।