ଜୀବନ ରେ କେବେ ବି ହାରିବା ଉଚିତ ନୁହେଁ – Acharya Chanakya

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ବିଚାରକ ସହ ଦର୍ଶନ ଅର୍ଥ ଶାସ୍ତ୍ରୀ, ରାଜନେତା ଥିଲେ । ତାଙ୍କର ପ୍ରତେକ ବିଚାର ସମସ୍ତଙ୍କୁ ପ୍ରେରଣା ଦେଇଥାଏ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଉପକାର ବଦଳରେ ଉପର ଓ ହିଂସା ବଦଳରେ ହିଂସା କରିବା ଉଚିତ କାରଣ ଦୁଷ୍ଟଙ୍କ ସହ ଦୁଷ୍ଟର ବ୍ୟବହାର ଉଚିତ ହୋଇଥାଏ । ଯାହା ବିତିଯାଇଛି ଓ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଅନୁଚିତ ।

ବୁଦ୍ଧିମାନ ବ୍ୟକ୍ତି ବର୍ତ୍ତମାନର ବ୍ୟବହାର କରିଥାନ୍ତି । ଆଜି ଆମେ ଜାଣିବା ଚାଣକ୍ୟଙ୍କ କିଛି ମହାନ ବିଚାର ବିଷୟରେ । ଭାଗ୍ୟ ସେମାନଙ୍କର ସାଥ ଦେଇଥାଏ ଯିଏ ବିପଦର ସାମ୍ନା କରି ବି ଲକ୍ଷ୍ୟ ନିର୍ଧାରିତ କରିଥାଏ । ମଣିଷ ଯାହା ଭାବି ଥାଏ ତାହାକୁ କେବେ ବ୍ୟର୍ଥ ଭାବିବା ଉଚିତ ନୁହେଁ । ସ୍ଵପ୍ନ ଓ ଲକ୍ଷ୍ୟ ମଧ୍ୟରେ ଗୋଟେ ଅନ୍ତର ଅଛି । ସ୍ଵପ୍ନ ବିନା ପରିଶ୍ରମରେ ଦେଖାଯାଏ କିନ୍ତୁ ଲକ୍ଷ୍ୟ ପାଇବାକୁ ହେଲେ ପରିଶ୍ରମ କରିବାକୁ ପଡିଥାଏ । ବୁଦ୍ଧିମାନୀ ସହକାରେ ନିଜର ଲକ୍ଷ୍ୟ ରହସ୍ୟ ଭାବେ ରଖିବା ଉଚିତ ।

ଉଦାରତା, ଭଲ ଚରିତ୍ର, ସାହସ କେବେ ପ୍ରାପ୍ତ କରାଯାଏ ନାହିଁ । ଏ ସବୁ ଜନ୍ମ ଜାତ ଗୁଣ ହୋଇଥାଏ । ପ୍ରତେକ ବନ୍ଧୁତା ପଛରେ ନିଜର ସ୍ଵାର୍ଥ ଲୁଚି ରହିଥାଏ । ସ୍ଵାର୍ଥ ବିନା କେବେ ବନ୍ଧୁତା ହୁଏ ନାହିଁ । ଏହା କଟୁ ଶବ୍ଦ ଅଟେ । ଶିକ୍ଷା ମଣିଷର ସବୁଠାରୁ ଭଲ ବନ୍ଧୁ ଅଟେ । ମଣିଷ ସବୁ ଜାଗାରେ ସମ୍ମାନ ପାଇଥାଏ । ଶିକ୍ଷା ସୁନ୍ଦରତାକୁ ବି ପରାଜିତ କରିପାରେ । ସେହି ଲୋକଙ୍କ ସହ କେବେ ବି ବନ୍ଧୁତା କରିବା ଉଚିତ ନୁହେଁ ଯେଉଁ ମାନେ ଆପଣଙ୍କ ଠାରୁ ଉଚ୍ଚ କି ନିଚ୍ଚ ଥିବେ ।

ଏଭଳି ବନ୍ଧୁତା ରୁ କେବେ ବି ଖୁସି ମିଳିବ ନାହିଁ । ଅସମ୍ଭବ ଶବ୍ଦର ପ୍ରୟୋଗ ଡରୁଆ ବ୍ୟକ୍ତି କରିଥାନ୍ତି । ବୁଦ୍ଧିମାନ ଓ ବାହାଦୁର ବ୍ୟକ୍ତି ନିଜ ମାର୍ଗ ନିଜେ କରିଥାନ୍ତି । ଯଦି ଆପଣ ଥରେ କୌଣସି କାମ କରିବା ଆରମ୍ଭ କରୁଛନ୍ତି ତେବେ ଅସଫଳତା ପାଇଁ ଭୟ କରନ୍ତୁ ନାହିଁ । ଯେଉଁ ଲୋକ ବିଶ୍ଵାସ ସହକାରେ କାମ କରିଥାନ୍ତି ସେମାନେ ସର୍ବଦା ଖୁସି ରେ ରହିଥାନ୍ତି ।

ନିଜର ଅସ୍ତିତ୍ଵ ଓ ହକା ପାଇଁ ସବୁବେଳେ ଲଢେଇ କରିବା ଉଚିତ । ମଣିଷ ଯେବେ ବି ଦୁର୍ବଳ ହେଉ ନା କାହିଁକି । ମାଟି ର ପାତ୍ର ଓ ପରିବାର ର ମୂଲ୍ୟ କେବଳ ତିଆରି କରିବା ବ୍ୟକ୍ତି ହିଁ ବୁଝି ପାରିବେ । ମାଟିର ପାତ୍ର ବ ପରିବାର ଭାଙ୍ଗି ଥିବା ବ୍ୟକ୍ତି ଏ କଥା କେବେ ବି ବୁଝି ପାରିବ ନାହିଁ । ଶିକ୍ଷା ସବୁଠାରୁ ସଶକ୍ତ ଅସ୍ତ୍ର ଅଟେ ଯାହା ଦ୍ଵାରା ଦୁନିଆକୁ ବଦଳାଇ ଯାଇ ପାରିବ ।

ଅନ୍ୟ ହାତକୁ ଯାଇଥିବା ଟଙ୍କା ନଷ୍ଟ ହୋଇଥାଏ । ସେନାପତି ବିନା ସେନା ନଷ୍ଟ ହୋଇ ଯାଇଥାଏ । ବୀଜ ବିନା କ୍ଷେତ ନଷ୍ଟ ହୋଇ ଯାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *