ନାଗା ସାଧୁଙ୍କର ରହସ୍ୟ ବିଷୟରେ ଜାଣନ୍ତୁ । କଣ ପାଇଁ ସେମାନେ ନିବସ୍ତ୍ର ହୋଇ ରହିଥାନ୍ତି ? କେମିତି ହୋଇଥାନ୍ତି ନାଗା ସାଧୁ ?

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପ୍ରତି ବର୍ଷ କୁମ୍ଭ ମେଳା ଅନୁଷ୍ଠିତି ହୋଇଥାଏ । ଏହି କୁମ୍ଭ ମେଳା ରେ ଆପଣ ମାନେ ନାଗା ସାଧୁ ମାନଙ୍କୁ ନିଶ୍ଚୟ ଦେଖିଥିବେ । ନାଗ ସାଧୁ ମାନେ ହଜାର ହଜାର ସଂଖ୍ୟା ରେ କୁମ୍ଭ ମେଳା ରେ ନଜର ଆସିଥାନ୍ତି । ଏବଂ ସେମାନେ ବିନା ବସ୍ତ୍ର ରେ ଭ୍ରମଣ କରିଥାନ୍ତି । କଣ ଆପଣ ଜାଣିଛନ୍ତି ଏମାନେ ନାଗା ସାଧୁ କେମିତି ହୋଇଥାନ୍ତି ଓ ନିବସ୍ତ୍ର ଅର୍ଥାତ ବିନା ବସ୍ତ୍ର ରେ ଏମିତି ରହିଥାନ୍ତି ।

ନାଗା ସାଧୁ ଙ୍କ ବିଷୟରେ ଅନେକ ରହସ୍ୟ ରହିଛି ଯାହା ଖୁବ କମ ଲୋକ ଜାଣିଥାନ୍ତି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉକୁ । ଅନେକ ସମୟରେ ଭିକ୍ଷା କରିବାକୁ ଅନେକ ସାଧୁ ମାନେ ଆସିଥାନ୍ତି । ଯାହା ସାମାନ୍ଯ ରୂପରେ ସହଜରେ ଦେଖା ଯାଇଥାନ୍ତି । କିନ୍ତୁ ନାଗା ସାଧୁ ମାନେ କେବେ ବି ନଜର ଆସି ନ ଥାନ୍ତି ସାଧାରଣ ଭାବେ ।

ସେମାନେ କେବଳ କୁମ୍ଭ ମେଳା ରେ ହିଁ ନଜର ଆସିଥାନ୍ତି । କୁମ୍ଭ ମେଳା ପରେ ନାଗ ସାଧୁ ମାନେ ପାହାଡ ଆଡକୁ ଚାଲି ଯାଇଥାନ୍ତି । ଯେଉଁଠି ସେମାନେ କଠୋର ତପସ୍ୟା କରିଥାନ୍ତି । ଅନେକ କଠିନ ପରୀକ୍ଷା ଓ ଅପେକ୍ଷା ପରେ ଯାଇ ଜଣେ ବ୍ୟକ୍ତି ନାଗା ସାଧୁ ହୋଇଥାଏ । ନାଗା ସାଧୁ ହେବା ପାଇଁ ବ୍ୟକ୍ତି କୁ ବ୍ରମ୍ହଚାର୍ଜ୍ୟ ର ପାଳନ କରିବାକୁ ପଡିଥାଏ ।

ଏହା ପରେ ଅନ୍ୟ ନାଗ ସାଧୁ ମାନେ ସେହି ବ୍ୟକ୍ତି କୁ ମହାପୁରୁଷ ର ମର୍ଯ୍ୟାଦା ଦେଇଥାନ୍ତି । ସେମାନଙ୍କୁ ରୁଦ୍ରାକ୍ଷ ର ମାଳା ପିନ୍ଧା ଯାଏ । ଯାହା ଅନେକ ସମୟରେ ନାଗା ସାଧୁ ଙ୍କ ବେକରେ ଦେଖା ଯାଇଥାଏ । ଏହା ପରେ ନାଗା ସାଧୁ ହେବାକୁ ଥିବା ବ୍ୟକ୍ତି କୁ ନିଜର ଶ୍ରାଦ୍ଧ ପିଣ୍ଡ ଦାନ କରିବାକୁ ପଡିଥାଏ । 24 ଘଣ୍ଟା ଯାଏଁ ଗୋଟେ ଧ୍ଵଜ ତଳେ ବିନା ବସ୍ତ୍ର ରେ ଠିଆ ହେବାକୁ ପଡିଥାଏ କିନ୍ତୁ ନାଗା ସାଧୁ ମାନଙ୍କୁ ।

କେବଳ କୁମ୍ଭ ମେଳା ରେ ନାଗା ସାଧୁ ମାନଙ୍କୁ ବାଳ କାଟିବା ସହ ଗଙ୍ଗା ନଦୀ ରେ 108 ଥର ବୁଡ ପକାଇବାକୁ ପଡିଥାଏ । ତେବେ ଯାଇ ସେମାନଙ୍କୁ ନାଗା ସାଧୁ ର ଉପାଧି ମିଳିଥାଏ । ଏହା ପରେ ସେମାନେ ବାସ୍ନା କାମନା ରୁ ମୁକ୍ତି ହୋଇ ଯାଇଥାନ୍ତି । ଓ ସଂପୂର୍ଣ୍ଣ ରୂପେ ନାଗ ସାଧୁ ହୋଇ ଯାଇଥାନ୍ତି । ଏହି ଭଳି ଭାବେ ଜଣେ ବ୍ୟକ୍ତି ନାଗା ସାଧୁ ହେବା ପାଇଁ କଠୋର ତପସ୍ୟା କରିଥାଏ । ଓ ନିବସ୍ତ୍ର ହୋଇ ନାଗା ସାଧୁ ର ଉପାଧି ହାସଲ କରିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *