ଯେତେବେଳେ ଜୁହୀ ଚାୱଲାଙ୍କୁ ଲୋକମାନେ କହିଲେ ସେ ଟଙ୍କା ପାଇଁ ବୁଢା ସହ କରିଲେ ବିବାହ, କିନ୍ତୁ ସତ କିଛି ଅଲଗା ଥିଲା

ଜୁହୀ ଚାୱଲା ବଲୀଉଡର ଟପ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ୯୦ ଦଶକରେ ସବୁ ପ୍ରଡ୍ୟୁସର ତାଙ୍କ ସହ କାମ କରିବାକୁ ଚାହୁଁ ଥିଲେ । ଜୁହୀ ଚାୱଲା ୧୯୮୪ରେ ମିସ ଇଣ୍ଡିଆ ଜିତି ସମସ୍ତଙ୍କୁ ନିଜର ସୁନ୍ଦରତାର ଦିବାନା କରି ଦେଇଥିଲେ । ୪ ବର୍ଷ ପରେ ଜୁହୀ ଚାୱଲା ବଲୀଉଡ ଫିଲ୍ମରେ ଡେବ୍ୟୁ କରିଲେ ଓ ଗୋଟିଏ ପରେ ଗୋଟିଏ ଫିଲ୍ମରେ ନଜର ଆସିଲେ । ଯେମିତି ହିଁ ସେ ନିଜର କ୍ୟାରିୟରର ସଫଳତାର ଶୀର୍ଷରେ ଥିଲେ ତେବେ ସେ ନିଜ ଠାରୁ ୫ ବର୍ଷ ବଡ ବିଜନେସମ୍ୟାନ ଜୟ ମେହତାଙ୍କୁ ବିବାହ କରିନେଲେ ।

ତାଙ୍କର ଅଚାନକ ବିବାହ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ । ଫିଲ୍ମ ଇଣ୍ଡଷ୍ଟ୍ରିରେ ବି କେତେକ ଲୋକମାନେ ତାଙ୍କର ଏହି ନିଷ୍ପତିକୁ ମାନିବା ପାଇଁ ପ୍ରସ୍ତୁତ ନ ଥିଲେ । ଜୁହୀ ଚାୱଲାଙ୍କ ବିବାହ ଖବର ଦ୍ଵାରା ସମସ୍ତେ ଏଥିପାଇଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କାରଣ ସେମାନଙ୍କର ଅଫେୟାର ଖବର ବିଷୟରେ କାହାକୁ କିଛି ବି ଜଣା ନ ଥିଲା ।

ଅନ୍ୟ ପଟେ ବିବାହ ପରେ ଯେତେବେଳେ ପ୍ରଥମ ଥର ଜୁହୀ ଚାୱଲା ଓ ଜୟ ମେହତାଙ୍କ ଫଟୋ ସାମ୍ନାକୁ ଆସିଲା ତେବେ ସମସ୍ତେ ତାଙ୍କର ସ୍ଵାମୀଙ୍କ ଥଟ୍ଟା କରିଥିଲେ । କେତେକ ଲୋକମାନେ ତ ତାଙ୍କ ସ୍ଵାମୀଙ୍କୁ ଖରାପ ଖରାପ କମେଣ୍ଟ କରିବା ସହ ବୁଢା ବି କହି ଦେଇଥିଲେ । ଲୋକମାନେ ଜୁହୀ ଚାୱଲାଙ୍କୁ କହିଲେ କି ସେ ଟଙ୍କା ପାଇଁ ବିବାହ କରିଛନ୍ତି । ଏହା ସତ୍ବେ ବି ଜୁହୀ ଚାୱଲା ଓ ତାଙ୍କ ସ୍ଵାମୀ କେବେ ବି ଏହା ବିଷୟରେ କଥାବାର୍ତ୍ତା କରି ନାହାନ୍ତି । କହିଦେଉଛୁ କି ଜୟ ମେହତା ମେହତା ଗ୍ରୁପର ମାଲିକ ଅଟନ୍ତି ।

ଜୁହୀ ଚାୱଲା ଜୟ ମେହତାଙ୍କ ଦ୍ଵିତୀୟ ପତ୍ନୀ । ଜୟ ମେହତା ପ୍ରଥମେ ସୁଜତା ବିଡଲାଙ୍କ ସହ ବିବାହ କରିଥିଲେ । କିନ୍ତୁ ୧୯୯୦ରେ ବାଙ୍ଗଲୋରରେ ଏକ ପ୍ଳେନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଗଲା । ଏହି ଦୁର୍ଘଟଣାର କିଛି ଦିନ ପରେ ଗୋଟିଏ ସଡକ ଦୁର୍ଘଟଣାରେ ଜୁହୀଙ୍କ ମା ଙ୍କ ନିଧନ ହୋଇଗଲା । ଏହି ସମୟରେ ଦୁଇ ଜଣ ପରସ୍ପରକୁ ସମ୍ଭାଳିଲେ । ଦୁଇ ଜଣ ପରସ୍ପରର ପାଖାପାଖି ହେଲେ ଓ ୧୯୯୫ରେ ଦୁଇ ଜଣ ବିବାହ କରି ନେଲେ । ଦୁଇ ବହୁତ ସିକ୍ରେଟ ରୂପରେ ବିବାହ କରିଥିଲେ ।

ଏହି ବିବାହର କିଛି ପରେ ଜୁହୀଙ୍କ ଭଉଣୀ ସୋନିୟାଙ୍କ ମୃତ୍ୟୁ କ୍ୟାନ୍ସର କାରଣରୁ ହୋଇଗଲା । ଜୁହୀ ଚାୱଲା ଏହି ଦୁଃଖରୁ ବାହାରି ପାରିଥାନ୍ତେ କି ତାହା ପୂର୍ବରୁ ତାଙ୍କ ଭାଇ ବବିକୁ ଷ୍ଟ୍ରୋକ ଆସିଲା ଓ ସେ ବହୁତ ବଡ ରୋଗର ଶିକାର ହୋଇଗଲେ । କହିଦେଉଛୁ କି ଜୁହୀଙ୍କ ଭାଇ ବବି କିଙ୍ଗ ଖାନ ଶାହରୁଖ ଖାନଙ୍କ ରେଡ ଚିଳି ପ୍ରୋଡକ୍ଶନ ହାଉସର ସିଇଓ ଥିଲେ । ପୁଣି କିଛି ସମୟ ପରେ ଜୁହୀଙ୍କ ଭାଇ ଆର ପରିକୁ ଚାଲି ଗଲେ ।

ବଲୀଉଡ ଅଭିନେତ୍ରୀ ଜୁହୀ ଓ ଜୟା ମେହତାଙ୍କ ଜୀବନରେ ସେହି ସମୟରେ ଖୁସି ଆସିଲା ଯେତେବେଳେ ଜୁହୀ ପ୍ରଥମ ଥର ପାଇଁ ମା ହେଲେ । ଜୁହୀ ବର୍ଷ ୨୦୦୧ରେ ନିଜର ସନ୍ତାନ ବଡ ଝିଅ ଜାହ୍ୱବୀଙ୍କୁ ଜନ୍ମ ଦେଲେ । ଝିଅ ହେବା ପରେ ଠିକ ଦୁଇ ବର୍ଷ ପରେ ତାଙ୍କର ଗୋଟିଏ ପୁଅ ବି ହେଲା । ଆଜି ଜୁହୀ ଚାୱଲା ବଲୀଉଡ ଠାରୁ ବହୁତ ଦୂରରେ ଅଛନ୍ତି । ସେ ନିଜ ପିଲାମାନଙ୍କର ଓ ପରିବାରର ଧ୍ୟାନ ରଖୁଛନ୍ତି ।

Leave a Reply

Your email address will not be published. Required fields are marked *