ଜ୍ଵରରେ ମୁହଁର ସ୍ଵାଦ କଡବା ହୋଇଯିବା ବା ଭୋକ ନ ଲାଗିବା ହେବ 1 ଥରରେ ଠିକ, ବାସ ଥରେ ଏହାକୁ ଖାଇ ଦେଖନ୍ତୁ (Healthy Tips)

ଏବେ ଅଧିକାଂଶ ଲୋକଙ୍କ ପାଖରେ ଏହି ଅସୁବଧା ଦେଖା ଦେଇଥାଏ ଯେ ଯେତେବେଳେ ଆପଣଙ୍କ ଶରୀରରେ ଜ୍ଵର ରହିଥାଏ କିମ୍ବା ଅଧିକ ଔଷଧ ସବନ କାଲେ ଆପଣଙ୍କ ମୁଖରୁ ସ୍ଵାଧ ଯେପରି ସରିଯାଇଛି ଓ ଭୋକ ନ ଲାଗିବା ଭଳି ପ୍ରତୀତ ହୁଏ । ଯେହେତୁ ମଣିଷ ଶରୀରକୁ ଖାଦ୍ଯର ଆବଶ୍ୟକତା ରହିଛି ଆମକୁ ବଞ୍ଚିବା ପାଇଁ ଖାଦ୍ଯ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ । ଏହି କ୍ଷେତ୍ରରେ ଆମେ ଆପଣଙ୍କୁ ଏପରି ଏକ ସରଳ ଉପାୟ କହିବାକୁ ଯାଉଛି ଯାହାପାଇଁ ଆପଣଙ୍କ ଏହି ଅସୁବିଧା ଦୂର ହେଇଯିବ ।

ତେବେ ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ବିଶେଷ କିଛି କଷ୍ଟ କରିବାକୁ ପଡିବ ନାହିଂ । ଏଥିରେ ଆବଶ୍ୟକ ପଡୁଥିବା ସମସ୍ତ ଜିନିଷ ସାଧାରଣତଃ ସମସ୍ତ ଘରର ରୋଷେଇଘରେ ଉପଲବଧ ରହିଥାଏ । ଯାହାକୁ ଆପଣ ଅତି ସହଜ ଉପାୟରେ ନିଜ ଘରେ ପ୍ରସ୍ତୁତ କରି ପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ କରିବା ପାଇଁ ଆମକୁ କଣ ସବୁ ଜିନିଷର ଆବଶ୍ୟକତା ରହିଛି ଏବଂ ଏହାକୁ କିପରି ପ୍ରସ୍ତୁତ କରିପାରିବା ।

ଏହି ପ୍ରଣାଳୀକୁ ଠାରେ ମାତ୍ର ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଅସୁବିଧା ଦୂର ହୋଇଯିବ କିନ୍ତୁ ଯଦି ଆପଣ କୌଣସି ଜ୍ବରରେ ଦୀର୍ଘ ଦିନ ଧରି ପୀଡିତ ଅଛନ୍ତି ତେବେ ଏହାକୁ ୨-୩ ଥର କରିବାକୁ ପଡିବ । ସର୍ବ ପ୍ରଥମେ ଆମେ ଏକ ଲେମ୍ବୁକୁ ନେବା ଯାହା ମଧ୍ୟରେ ପ୍ରଚୁର ପରିମାଣରେ ପାଣି ଥିବ ଏବଂ ଏହାକୁ ସମାନ ଦୁଇ ଭାଗରେ କାଟି ସେଥିରୁ ଲେମ୍ବୁ ମଞ୍ଜି ବାହାର କରିଦେବା ।

ଏହା ପରେ ଏକ ଚିମୁଟା ସାହାଯ୍ୟରେ ଏହାକୁ ଧରି ସ୍ୱଳ୍ପ ଅଗ୍ନିରେ ଏହାକୁ ଗରମ କରିବା ଏବଂ ଏହା ଉପରେ ସ୍ୱଳ୍ପ ମାତ୍ରାରେ ଗୋଲ ମରୀଚ ଗୁଣ୍ଡା ପକାଇଦେବା । ଏହାପରେ ଏହା ଉପରେ କିଛି କଳା ଲୁଣ ପକାଇଦେବା ଏବଂ ଏହାକୁ ଗରମ ହେବାକୁ ଦେବା ।

କିଛି ସମୟ ପରେ ଏହି ଲେମ୍ବୁକୁ ଆଣି ଏହାର ରସକୁ ପାନ କରିବା । ଏହି ପ୍ରକ୍ରିୟା ଦିନରେ ତିନି ଥର ପ୍ରୟୋଗ କରିବା ଯାହାଦ୍ୱାରା ଆପଣଙ୍କୁ ଭୋକ ଲାଗିବା ସହ ମୁଖର ସ୍ଵାଦ ଭଲରେ ଯାନାପଡିବା ଏବଂ ଆପଣଙ୍କୁ ଖାଦ୍ଯରେ ରୁଚି ଆସିବା । କିନ୍ତୁ ଧ୍ୟାନ ଦେବେ ଏହି ପ୍ରଣାଳୀକୁ ୭ ବର୍ଷରୁ କମ ବୟସ୍କ ଶିଶୁଙ୍କୁ ଦେବେନାହିଂ ।

ଅନ୍ୟ ଏକ ପ୍ରଣାଳୀ ହେଲା ଆପଣ ବହଜାରରୁ କିଛି ମୁନାକା ନେଇ ଆସନ୍ତୁ । ଏଥିରୁ କିଛି ମୁନାକା ଦାନାକୁ ତାୱାରେ ଭାଜନ୍ତୁ । ଏହା ପରେ ଏଥିରୁ ମଞ୍ଜି ବାହାର କରି ଏହାକୁ ଗୋଲ ମରୀଚ ଗୁଣ୍ଡ ଓ କଳା ଲୁଣରେ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାକୁ ଚକୋଲେଟ ପରି ସେବନ କରନ୍ତୁ ।

ଏହାକୁ ସମସ୍ତ ବଯସର ମଣିଷ ବ୍ୟବହାର କରିପାରିବେ । ଏହା କରିବା ଦ୍ଵାରା ଆପଣଙ୍କ ମୁଖର ସ୍ଵାଦ ଆସିବା ସହିତ ଆପଣକୁ ବହୁତ ଭୋକ ଲାଗିବା । ଅନ୍ୟ ଏକ ପ୍ରଣାଳୀ ହେଲା ଆପଣ କିଛି ଜଳରେ ଲେମ୍ବୁ କାଟି ପକାଇ ଦିଅନ୍ତୁ ଏବଂ ସେହି ପାଣିକୁଆ କୁଳି କରନ୍ତୁ । ଏହା କରିବା ଦ୍ଵାରା ଏହା ମୁଖର ପିଏଚ ବୃଦ୍ଧି କରିବା ଏବଂ ଆପଣ ଉପୁଜିଥିବା ଭୋକ ସମସ୍ୟାରୁ ମୁକ୍ତି ପାଇପାରିବେ ।

Leave a Reply

Your email address will not be published. Required fields are marked *