କାହିଁକି ମନା କରାଯାଇଥାଏ କଢାଇରେ ଖାଇବା ପାଇଁ, ଏହା ପଛରେ ଅଛି ବହୁତ ବଡ କାରଣ

ଆପଣ ସବୁବେଳେ ଲୋକଙ୍କୁ କହୁଥିବାର ଶୁଣିଥିବେ କି ଯଦି କୁଆଁରୀ ଲୋକ କଢାଇରେ ଖାଦ୍ୟ ଖାଇଥାନ୍ତି ,ତାହେଲେ ତାଙ୍କ ବିବାହରେ ବର୍ଷା ହୋଇଥାଏ । ବିବାହିତ ଲୋକଙ୍କ ପାଇଁ କୁହାଯାଇ ଥାଏ କି ଯଦି ସେମାନେ କଢାଇରେ ଖାଦ୍ୟ ଖାଇଥାନ୍ତି ତାହେଲେ ତାଙ୍କ ଜୀବନରେ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ । ଆମ ସମାଜରେ ଏମିତି କିଛି ମାନ୍ୟତା ତିଆରି ହୋଇଛି । ବହୁତ ବର୍ଷ ପୂର୍ବରୁ ତିଆରି ହୋଇଥିବା ଏହି ମାନ୍ୟତା ପଛରେ କିଛି ନା କିଛି ବୈଜ୍ଞାନିକ କାରଣ ବି ଲୁଚି ରହିଥାଏ ।

ଆମ ସମାଜରେ ଲୋକ ଧାର୍ମିକ ମାନ୍ୟତାକୁ ବୈଜ୍ଞାନିକ ତଥ୍ୟ ଅପେକ୍ଷା ଅଧିକ ମହତ୍ଵ ଦେଇଥାନ୍ତି ।

ଏହି କାରଣରୁ କି ଯେତବେଳେ ଆମର ପୂର୍ବପୁରୁଷ ମାନଙ୍କୁ କିଛି ଏମିତି କଥା ବୁଝି ହେଉ ନଥିଲା ଯାହା ପଛରେ କିଛି ବୈଜ୍ଞାନିକ ରହସ୍ୟ ଲୁଚି ରହୁଥିଲା ,ସେତବେଳେ ଆମର ପୂର୍ବପୁରୁଷ ଏହାକୁ କୌଣସି ନା କୌଣସି ଧାର୍ମିକ ମାନ୍ୟତା ସହିତ ଯୋଡି ଦେଇଥାନ୍ତି ,ଏହା ଫାଇଦା ଏହା ହେଉଥିଲା କି ଲୋକ ସହଜରେ ଏହି ମାନ୍ୟତା ଗୁଡିକୁ ମାନି ଯାଉଥିଲେ ଏବଂ ଯାହା ବୈଜ୍ଞାନିକ ରୂପରେ ଲାଭକାରୀ ପ୍ରମାଣିତ ହେଉଥିଲା । କଢାଇରେ ନ ଖାଇବା ବାଲା ମାନ୍ୟତା ପଛରେ ବି ଏକ ଏମିତି ହିଁ ବୈଜ୍ଞାନିକ ରହସ୍ୟ ଲୁଚିଥିଲା । ଏହି ରହସ୍ୟକୁ ବହୁତ କମ ଲୋକ ଜାଣିଛନ୍ତି । ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ସେ ବୈଜ୍ଞାନିକ ରହସ୍ୟ ବିଷୟରେ କହିବାକୁ ଯାଉଛୁ ।

କଢାଇରେ ନ ଖାଇବା ପଛର ଯେଉଁ କାରଣ ଅଛି ,ତାହା ହେଉଛି ସ୍ୱାସ୍ଥ୍ୟ ବିଜ୍ଞାନ । ଯେମିତି କି ଆମେ ସମସ୍ତେ ଜାଣିଛେ କି ଘରର ମହିଳା ବା ଖାଇବା ତିଆରି କରୁଥିବା କାରିଗର ,ଘରର ସବୁ ସଦସ୍ୟଙ୍କୁ ଖାଇବା ଦେଇସାରିବା ପରେ ସବୁଠାରୁ ଶେଷରେ ଖାଦ୍ୟ ଖାଇଥାନ୍ତି । ସବୁବେଳେ ଏମିତି ଦେଖିବାକୁ ମିଳିଥାଏ କି ମହିଳାମାନେ ଖାଦ୍ୟ ଖାଇବାର ତରତର ରେ କଢାଇରେ ସବୁକିଛି ମିଶାଇ ଖାଇଥାନ୍ତି । ପ୍ରାଚୀନ କାଳରେ ବି ଏମିତି ହେଉଥିଲା । ପ୍ରାଚୀନ କାଳରେ ବାସନ ଢୋଇବା ପାଇଁ ବିଭିନ୍ନ ପ୍ରକାର ଉତ୍ପାଦ ନଥିଲା ,ବାସନ ମାଜିବା ପାଇଁ ସେମାନେ ମାଟିର ପ୍ରୟୋଗ କରୁଥିଲେ ।

ଏହା ଦ୍ଵାରା କଢାଇ ଠିକରେ ସଫା ହୋଇନଥାଏ ,ଯେଉଁ କାରଣରୁ ସ୍ଵାସ୍ଥ ସମସ୍ୟା ଦେଖା ଯାଇଥାଏ ।ଏବେ ଯଦି ଏହି କଥା ସମସ୍ତଙ୍କୁ କୁହାଯିବ ତାହେଲେ ଅଧା ଲୋକ ଏହି କଥାକୁ ବୁଝିପାରିବେ ଏବଂ ଆଉ ଅଧା ଲୋକ ଏହାକୁ ବୁଝିପାରିବେ ନାହିଁ । ଏଥିପାଇଁ କିଛି ଏମିତି ମାନ୍ୟତା ଲାଗୁକରିବା ପାଇଁ ଠିକ ହେଲା ଯାହାର ପାଳନ ସବୁଲୋକ କରିବେ । ଧର୍ମର ସାହାରା ନେଇ ଏହି ମାନ୍ୟତା ପ୍ରସାରିତ କରାଗଲା କି କଢାଇରେ ଖାଇଲେ ବିବାହରେ ବର୍ଷା ହେବ । ଆଜି ବି ଲୋକ ଏହି ମାନ୍ୟତାକୁ ପାଳନ କରୁଛନ୍ତି ।

Leave a Reply

Your email address will not be published. Required fields are marked *