ରାଜା ମାନଙ୍କର ‘ଭୟାନକ’ ପ୍ରେମ, କାମନାର ଲାଳସା ଏମିତି କଲା ବରବାଦ କି କୋଉ କୁଳର ହେଲେ ନାହିଁ

ଭାରତୀୟ ଇତିହାସ ରାଜା ମାନଙ୍କର ବୀରତ୍ଵର କଥାରେ ଭରି ଯାଇଛି । କିନ୍ତୁ ଅନ୍ୟ ଭାଗରେ ସେମାନଙ୍କ ମଧ୍ୟରେ କିଛି ଏମିତି ରାଜା ଅଛନ୍ତି ଯିଏ ଭଲପାଇବା ପାଇଁ ନିଜକୁ ଏବଂ ନିଜର ରାଜ୍ୟକୁ ବରବାଦ କରି ଦେଇଛନ୍ତି । ଆଜି ଆମେ ଆପଣଙ୍କୁ ଇତିହାସର କିଛି ଏମିତି ଶାସକଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶରୀରର ଲାଳସା ବରବାଦ କରିଦେଲା । ତେବେ ଆସନ୍ତୁ ଜାଣିବା ସେହି ସବୁ ରାଜା ମାନଙ୍କ ପ୍ରେମ ବିଷୟରେ ।

୧ -ଶାହାଜାନ ଏବଂ ମୁମତାଜ

ଆପଣ ଶାହାଜାନ ଏବଂ ମୁମତାଜଙ୍କର ପ୍ରେମ କାହାଣୀ ବିଷୟରେ ଶୁଣିଥିବେ । ଏହି ଦୁଇଜଣଙ୍କ ପ୍ରେମ କାହାଣୀ ଦୁନିଆ ସାରା ଚର୍ଚିତ ଅଟେ । ଆଗ୍ରା ରେ ତାଜମହଲ ର ନିର୍ମାଣ ବି ଶାହାଜାନ ମୁମତାଜଙ୍କୁ ମନେ ରଖିବା ପାଇଁ କରିଥିଲେ ଏବଂ ଏହା ତାଙ୍କ ଭଲପାଇବାର ଚିହ୍ନ ଅଟେ ।ଯେତବେଳେ ଶାହାଜାନ ତାଜମହଲର ନିର୍ମାଣ କରୁଥିଲେ ,ସେତବେଳେ ସେ ନିଜର ସବୁ ମୁଗଲ ରାଜସ୍ୱ ଏଥିରେ ଖର୍ଚ କରି ଦେଇଥିଲେ । ଔରଙ୍ଗଜେବ ଙ୍କୁ ଏହି କଥା ଭଲ ଲାଗିଲା ନାହିଁ । ଏହି କାରଣରୁ ,ସେ ଶାହାଜାନଙ୍କୁ ଜେଲରେ ବନ୍ଦି କରିଥିଲେ ,ଯେଉଁଠି ଶାହାଜାନଙ୍କୁ ରୋଗର ସାମ୍ନା କରିବାକୁ ପଡିଲା ଏବଂ ସେ ଏଥିରେ ମରିଗଲେ ।

୨ -ପୃଥୀରାଜ ଚୌହାନ ଏବଂ ସଂଯୋଗୀତା

ପୃଥୀରାଜ ଚୌହାନ ଜଣେ ଏମିତି ଯୋଦ୍ଧା ଥିଲେ ,ଯିଏ ବିନା ଅସ୍ତ୍ରରେ ସିଂହର ମୁହଁକୁ ଫାଡି ଦେଉଥିଲେ । ସେ ଦିଲ୍ଲୀରେ ଶାସନ କରିବା ବାଲା ଶେଷ ହିନ୍ଦୁ ରାଜା ଥିଲେ । କିନ୍ତୁ ତାଙ୍କର ଜୟଚନ୍ଦଙ୍କ ଝିଅ ସହିତ ଭଲପାଇବା ହୋଇଗଲା ,ଯାହା ସହିତ ସେ ଗୋଟେ ଥର ପଳାଇ ବି ଯାଇଥିଲେ ,ଏବଂ ଏହି ରାଗରେ ସେ ମହମ୍ମଦ ଗୋରୀଙ୍କର ସମର୍ଥନ କରିଥିଲେ । ଏହା ତାଙ୍କ ଜୀବନର ସବୁଠାରୁ ବଡ ଭୁଲ ବୋଲି ପ୍ରମାଣିତ ହେଲା । ସେହି କାରଣରୁ ତାଙ୍କର ବି ମୃତ୍ୟୁ ହୋଇଗଲା ।

୩ -ବାଜିରାୱ ଏବଂ ମସ୍ତାନି

ବାଜିରାୱ ମସ୍ତାନି ବି ଗୋଟିଏ ଫିଲ୍ମ ହୋଇଯାଇଛି ,ଯାହା ବହୁତ ଲୋକପ୍ରିୟ ଥିଲା । ବାଜିରାୱ ମରାଠା ବ୍ରହ୍ମାଣ ଥିଲେ ,କିନ୍ତୁ ତାଙ୍କୁ ଜଣେ ଏମିତି ମହିଳାଙ୍କ ସହିତ ଭଲପାଇବା ହେଇଗଲା ,ଯିଏ ମୁସଲମାନ ଥିଲେ ଏବଂ ଏହା ମରାଠା ବ୍ରହ୍ମାଣ ସମାଜ ଏବଂ ବାଜିରାୱ ପରିବାର ରାଜି ନଥିଲେ । କିନ୍ତୁ ସେ ମସ୍ତାନିଙ୍କୁ ଛାଡିବା ପାଇଁ ଜମାବି ରାଜିନଥିଲେ ଏବଂ ସେ ବିବାହ କରିବାକୁ ଚାହୁଁଥିଲେ । ମସ୍ତାନିଙ୍କ ପାଇଁ ବାଜିରାୱଙ୍କ ଦ୍ଵାରା ଏକ ମହଲ ବି ତିଆରି ହୋଇଥିଲା । କିନ୍ତୁ ଯେତବେଳେ ସେ ଲଢାଇ କରିବା ପାଇଁ ଦୂରକୁ ଯାଇଥିଲେ ସେତବେଳେ ମସ୍ତାନିଙ୍କୁ ତାଙ୍କର ପରିବାର ଲୋକ ବନ୍ଦି କରିଥିଲେ । ଯେତବେଳେ ତାଙ୍କୁ ଏହା ବିଷୟରେ ଜଣାପଡିଲା ତାଙ୍କୁ ବହୁତ ଦୁଖଃ ହେଲା । ତାଙ୍କୁ ବହୁତ ଜ୍ଵର ବି ଥିଲା ,ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଗଲା ।

Leave a Reply

Your email address will not be published. Required fields are marked *