ସ୍ତ୍ରୀ ର ମୃତ୍ୟୁ ପରେ ବାପା ଝିଅକୁ କରୁଥିଲା କାମନା ର ଶିକାର, ବିରୋଧ କରିବାରୁ ଦେଉଥିଲା ଧମକ

କଳିଯୁଗ ର ବାପାଙ୍କ ଦ୍ଵାରା ଝିଅକୁ ଗତ ଏକ ବର୍ଷରୁ ବଳାତ୍କାର କରିବାର ଘଟଣା ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗରେ ପୋଲିସ ଅଭିଯୁକ୍ତ ବାପାକୁ ଥାନାକୁ ନେଇ ଯାଇଛନ୍ତି । ପୋଲିସ କହିଛନ୍ତି କି ଅଭିଯୁକ୍ତ ଙ୍କର ୪ ପିଲା (୨ଝିଅ ଏବଂ ୨ପୁଅ) ଅଛନ୍ତି । ତାଙ୍କୁ ମଦ ପିଇବା ଏବଂ ଜୁଆ ଖେଳିବାର ଅଭ୍ୟାସ ଅଛି । ପୋଲିସଙ୍କୁ ୧୨ ବୟସର ପୀଡ଼ିତା କହିଛି କି ସେ ୪ ଭାଇ ଭଉଣୀ ଅଟନ୍ତି । ଏକ ବର୍ଷ ପୂର୍ବେ ତାଙ୍କ ମାଆଙ୍କର ମୃତ୍ୟୁ ହେଇଥିଲା ।

ସେବେଠାରୁ ନେଇ ଏବେ ପର୍ଯ୍ୟନ୍ତ ତାଙ୍କ ବାପା ତାକୁ ବଳାତ୍କାର କରି ଆସୁଛି । ସେ ଯେବେ ବି ବିରୋଧ କରୁଥିଲା ତା ବାପା ତାକୁ ଭାଇ ଭଉଣୀଙ୍କୁ ଜୀବନରୁ ମାରି ଦେବାର ଧମକ ଦେଉଥିଲେ ।

ଅନ୍ୟ ପଟେ ପୋଲିସ କହିଛି କି ପୀଡ଼ିତା ଙ୍କର ଡାକ୍ତରୀ ପରୀକ୍ଷା କରାଯାଉଛି । ରିପୋର୍ଟ ଆସିବା ପରେ ହିଁ ଅପରାଧୀ ଉପରେ ମାମଲା ଦର୍ଜ କରାଯିବ । ସଂସାରରେ ଏହିଭଳି ବାପା ଥିବା ଯାହା ନ ଥିବା ସେଇଆ । ଏହିଭଳି କିଛି ଲୋକଙ୍କ ପାଇଁ ସାରା ଦୁନିଆ ଏକ ପବିତ୍ର ସମ୍ପର୍କ ଉପରେ ଆକ୍ଷେପ କରୁଛି । ଏହିଭଳି ଲୋକଙ୍କୁ  କେବଳ ସଶ୍ରମ କାରାଦଣ୍ଡ ବା ଫାଶୀ ଦରକାର । ଯିଏ ବାପ ଝିଅର ସମ୍ପର୍କକୁ ବି କଳଙ୍କିତ କରିବାକୁ ପଛଉ ନାହାନ୍ତି । କିଛି ଲୋକ କହିବେ ଏହି ଭଳି ନ୍ୟୁଜ ସମାଜ ଉପରେ ଖରାପ ପ୍ରଭାବ ପକାଉଚି ।

କିନ୍ତୁ ଆମ ମତରେ ସାରା ଦୁନିଆକୁ ଜାଣିବା ଦରକାର କି ଏହିଭଳି ଲୋକ ବି ସଂସାରରେ ଅଛନ୍ତି ତେଣୁ ସତର୍କ ରହିବା ନିତ୍ୟାନ୍ତ ଅବଶ୍ୟକ । ଯେଉଁ ଲୋକ ନିଜ ଝିଅକୁ ଛାଡୁନି ସେ ଅନ୍ୟ ମାନକ ପାଇଁ କେତେ କ୍ଷତିକାରକ । ଯଦି ଏହିଭଳି ନ୍ୟୁଜ ସମାଜ ସମ୍ମୁଖରେ ନ ରଖା ଯାଏ ତେବେ ସେହି ଝିଅ ଭଳି ଅନେକ ଝିଅ ଏମିତି ଦୁଷ୍କର୍ମର ଶିକାର ହେବେ ଓ କେହି ଜାଣିବି ପରିବେନି କି ସଂସାରରେ ଏମିତି  ବି କିଛି ହେଉଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *