କାନ୍ଦିଲା ପୁରା ଗାଁ, ଏକା ଥରକେ ଜାଲିଳା 5 ଜୁଇ… ପୁରା ଘଟଣା ଜାଣି ଛାତି ଫାଟି ଯିବ, ଦେଖନ୍ତୁ Video

ବନ୍ଧୁଗଣ ଦାଣ୍ଡ ଦୁଆରେ କେହି ଭୂମିରେ ପଡି ମୁଣ୍ଡ ବାଡେଇ କାନ୍ଦୁଛି ତ ଆଉ କିଏ ରାହା ଧରି କାନ୍ଦିକି ଗଡି ଯାଉଛି । ପୁଣି ଏହା ସହ ବନ୍ଧା ଯାଉଛି କୋକେଇ । ଜଣଙ୍କ ପରେ ଜଣେ ଶବକୁ ଘରୁ ଆଣି କୋକେଇରେ ବାନ୍ଧୁଛନ୍ତି ଗାଁ ଲୋକେ । ଏହି ଦୃଶ୍ୟ ଏତେ ହୃଦୟ ବିଦାରକ ଯେ ଯିଏ ଦେଖିବେ ସେ ବି କାନ୍ଦିବାକୁ ଲାଗିବ ଆଉ କହିବ ଭଗବନା ଏମିତି ଦିନ କାହାକୁ ନ ଦେଖାନ୍ତୁ । ଯେତେବେଳେ ୫ଟି ମଣିଷ ନିମିଷକ ମାତ୍ରେ ଲିଭି ଯାଉଛି ପରିବାର ଲୋକଙ୍କର କାନ୍ଦିବା ଛଡା ଆଉ କିଛି ଉପାୟ ନାହି । ଗାଁ ମଶାଣିରେ ଏକା ସହ ଜଳୁଛି ୫ ଟି ଚିତା ।

କିଏ କାହାକୁ ସାନ୍ତ୍ଵନା ଦେବ ତାହା ବୁଝି ହେଉନି । କାନ୍ଦ ବୋବାଳିରେ କମ୍ପନ କରୁଛି ପୁଡ଼ା ଗାଁ ର ପରିବେଶ । ସମସ୍ତଙ୍କ ମୁହଁ ରେ ଗୋଟେ କଥା ବିଧାଟା ତୁ ଏ କଣ କରିଲୁ ? ସବୁ କିଛି ଓଜାଡି ଦେଲୁ ମହୁଲ ପେଡିବା ପାଇଁ ଏମାନେ ସବୁ ତରତର ହୋଇ ବାହାରି ଆସିଥିଲେ । ତେଲ ଆଣି ନିଜର ପରିବାରର ଗୁଜାରା କରିବେ ବୋଲି ଭାବିଥିଲେ । ହେଲେ ଗୁଜୁରାଣ ମେଣ୍ଟିବ କଣ ପାଞ୍ଚ ପାଞ୍ଚୋଟି ପରିବାର ଛାରଖାର ହୋଇଗଲା । ଘରୁ ସିନା ଗୁଜୁରାଣ ମେଣ୍ଟାଇବା ପାଇଁ ବାହାରି ଯାଇଥିଲେ ହେଲେ ଫେରିଲେ ଶବ ହୋଇ ।

ଆଉ ଗାଁ ରେ ଶବ ପୋହଞ୍ଚିବା ପରେ ଗାଁ ରେ କାନ୍ଦ ବୋବାଳି ରେ ଚିତ୍କାର ଶୁଭିଥିଲା । କିଏ ବାପା କୁ ହରାଇ କାନ୍ଦୁଛି ତ ଆଉ କିଏ ଦାଦା କୁ ହରାଇ କାନ୍ଦୁଛି । ଆଉ ଜଣେ ସ୍ତ୍ରୀ ନିଜ ସ୍ଵାମିକୁ ହରାଇ କିଭଳି ଅଚେତ ହୋଇ ଯାଉଛି ସେହି ଦୃଶ୍ୟ ଦେଖିଲେ ଆପଣଙ୍କ ଆଖି ରେ ବି ଲୁହ ଆସିଯିବ । ବଡି ଭୋର ରୁ କାମାକ୍ଷା ନଗର ଜାତୀୟ ରାଜପଥ ରେ ଯେଉଁ ଘଟଣା ଘଟିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଅଟୋ କୁ ଟ୍ରକ ଧକ୍କା ଦେବା ପରେ ଲିଭି ଯାଇଛି ୫ଟି ଜୀବନ । ଏହି ଖବର ବ୍ୟାପିବା ପରେ ଲୋକାରଣ୍ୟ ହୋଇ ଉଠିଲା ପୁରା ଅଂଚଳ ।

କିନ୍ତୁ ସବୁ କିଛି ସଋ ଯାଇଥିଲା । ଅଟୋ ଧକ୍କା ହେବ ପରେ ଲୋକ ମାନଙ୍କର ଶବ ଏମିତି ଭାବେ ଛିନଭିନ୍ନ ହୋଇ ପଡିଛି ତାହା ଆଖି ରେ ଦେଖିବା ସମମ୍ଭ ହେଉ ନାହି । ତେବେ ମୃତକ ସବୁ ପରିବାରର ରୋଜଗାରିଆ ଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଦର୍ଶକ ବନ୍ଧୁ ମୃତ୍ୟୁ କେତେବେଳେ କାହାର ହେବ ତାହା କେହି କହି ପାରିବେ ନାହି ।

ହେଲେ ଏମିତି ଅକାଳ ମୃତ୍ୟୁ ହେଲେ ପରିବାରର ଆତ୍ମୀୟ ସ୍ଵଜନ ଙ୍କୁ କେତେ ଯେ କଷ୍ଟ ଦେଇଥାଏ ତାହା ହୁଏ ତ ଏହି ଦୃଶ୍ୟ ବୟାନ କରୁଛି । ମୃତକ ଙ୍କ ପରିବାରକୁ ସରକାର ଅନୁକମ୍ପନ ରାଶି ଘୋଷଣା କରି ଦେଲେ ହେଲେ ଯେଉଁ ୫ଟି ଜୀବନ ଚାଲିଗଲା ତାହାର ଭରଣ କିଏ କରିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *