ପୁଣି ଏକ କଳାକାରଙ୍କୁ ହରେଇଲା ବଲୀଉଡ, ନବ ବର୍ଷରେ ସମସ୍ତଙ୍କୁ କନ୍ଦାଇଲେ ଏହି ଅଭିନେତା! ସାରା ବଲିଉଡରେ ଶୋକର ଛାୟା ।

୮୧ ବର୍ଷ ବୟସରେ ଦେହାନ୍ତ ହୋଇଛି ବଲିଉଡର ଭେଟରାନ୍ କଳାକାର କାଦର୍ ଖାନ୍ ଙ୍କର । କାନାଡାରେ ଏକ ଡାକ୍ତରଖାନାରେ ଚାଲିଥିଲା ତାଙ୍କ ଚିକିତ୍ସା ।  ଆଉ ତାଙ୍କ ଅନ୍ତିମ ଯାତ୍ରା ବି ସେଠାରେ ସମ୍ପନ୍ନ ହୋଇଛି । କମେଡି ହେଉ କି ଇମୋସନାଲ୍ ସିନ୍ ସବୁ ଚିତ୍ର, ଚରିତ୍ରକୁ ବେଶ୍ ଆକର୍ଷଣୀୟ ଭାବେ ପରଦାରେ ତୋଳି ପାରିଛନ୍ତି ଏହି ମହାନ କଳାକାର । କେତେବେଳେ କନ୍ଦାଉ ଥିଲେ ତ’ ଆଉ କେତେବେଳେ ହସାଇ ହସାଇ ବେଦମ୍ କରି ଦେଉଥିଲେ ।

ରାଜେଶ ଖାନ୍ନାଙ୍କ ‘ଦାଗ୍’ ଫିଲ୍ମରୁ ଅଭିନୟ ଆରମ୍ଭ କରିଥିବା କାଦର ଖାନ୍, ୩ଶହରୁ ଅଧିକ ଫିଲ୍ମରେ ଅଭିନୟ, ୨୫୦ରୁ ଅଧିକ ଫିଲ୍ମରେ ସଂଳ୍ପାପ ଏବଂ ପ୍ରାୟ ୫୦ବର୍ଷ ଧରି ଫିଲ୍ମ ଦୁନିଆ ସହ ଜଡ଼ିଥିଲେ । ଯାହା ତାଙ୍କୁ ବଲିଉଡର ଜଣେ ଅପ୍ରତିିଦ୍ୱନ୍ଦୀ କଳାକାରର ପରିଚୟ ଦେଇଥିଲା । ଖଳନାୟକ ଭୂମିକାରୁ ଚରିତ୍ର ଅଭିନେତା ଓ ସଂଳାପରୁ ସ୍କ୍ରିନ୍ ପ୍ଳେ । ଫିଲ୍ମର ଏମିତି କିଛି ବିଭାଗ ନଥିଲା, ଯାହା ସହ ପରିଚିତ ନଥିଲେ କିମ୍ବଦନ୍ତୀ ଅଭିନେତା କାଦର ଖାନ୍ । ପ୍ରାୟ ୫ ଦଶନ୍ଧୀ ଧରି ଦର୍ଶକଙ୍କ ହୃଦୟ ଜିଣିଥିବା କାଦର ଖାନ୍, ଆଜି ସମସ୍ତଙ୍କ ଆଖିରେ ଲୁହ ଛାଡି ଯାଇଛନ୍ତି । ଆଉ କାଦର ଖାନଙ୍କ ନିଧନ ଆଜି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

କେବଳ ସେତିକି ନୁହେଁ ବାପ୍ ନମ୍ବରୀ ବେଟା ଦଶ୍ ନମ୍ବରୀ, ଜୁଦାୟୀ, ହମ୍, ହସିନା ମାନ୍ ଜାଏଗୀ, ଆଖିଓଁ ସେ ଗୋଲିମାରେ, ମୁକଦ୍ଦର କା’ ସିକନ୍ଦର, ସୁର୍ଯ୍ୟବଂଶମ୍, ରାଜାବାବୁ ଭଳି ବେଶ ଲୋକପ୍ରିୟ ସିନେମାରେ ଅଭିନୟ କରିଥିଲେ କାଦର ଖାନ୍ ।

Leave a Reply

Your email address will not be published. Required fields are marked *