କାହା ପାଇଁ ଏତେ ବିଳମ୍ବରେ ବାହା ହେଲେ Riya Dey ? ସାମ୍ନାକୁ ଆସିଲା ଏହା ପଛର ବଡ କାରଣ…

ଦର୍ଶକ ବନ୍ଧୁ ସବୁଆଡେ ଖାଲି ଗୋଟିଏ ଚର୍ଚ୍ଚା ଓଡିଆ ହିରୋଇନ ରିୟା ଦେ ଙ୍କ ବାହାଘର ଚାଲିଛି । ତେବେ ରିୟା ଏତେ ଡେରି କାହିଁକି କରିଲେ ବାହା ହେବା ପାଇଁ ତାହାକୁ ନେଇ ଅନେକ କଥା ଚର୍ଚ୍ଚା ଧରୁଛି । କାରଣ ଏଥିପାଇଁ ରିୟା ଏବେ ବାହା ହୋଇଛନ୍ତି । ତେବେ ସୁନୀଲ ନାମକ ଜଣେ ବ୍ୟବସାୟୀ ଙ୍କୁ ରିୟା ଏବେ ବିବାହ କରିଛନ୍ତି । ରିୟା ଦେ “ପ୍ରେମ ଅଢେଇ ଅକ୍ଷର” ରୁ ନିଜର ଅଭିନୟ କ୍ୟାରିୟର ଓଡିଆ ଇଣ୍ଡଷ୍ଟ୍ରି ରେ ଆରମ୍ଭ କରିଥିଲେ ।

ଏହା ପରେ ସେ “କ୍ରିମିନାଲ”, “ଏମିତି ବି ପ୍ରେମ ହୁଏ”, “ତୁମେ ମୋ ଦେହର ଛାଇ’, “ରଘୁପତି ରାଘବ ରାଜାରାମ”, “ଗୋଲାପି ଗୋଲାପି”, “ପାଗଳ କରିଛୁ ତୁ, “କଳକି”, “ଦିୱାନା ହେଲି ତୋ ପାଇଁ”, “ରେମ ପାଇଁ ମହାଭାରତ” ଭଳି ଅନେକ ଫିଲ୍ମ ରେ ସେ ଅଭିନୟ କରିଥିଲେ । ହେଲେ ଏତେ ସମୟ ବୀତି ଯାଇଥିଲେ ମଧ୍ୟ ତାଙ୍କ ବିଷୟରେ କେହି କିଛି ଜାଣି ନ ଥିଲେ ଯେ ସେ କାହା ସମ୍ପର୍କରେ ଅଛନ୍ତି ।

ରିୟା କାହା ସହ ରିଲେସନସିପ ରେ ଅଛନ୍ତି ବା କାହାକୁ ପସନ୍ଦ କରୁଛନ୍ତି ବା ତାଙ୍କର ପ୍ରେମିକ କିଏ କୌଣସି ସୂଚନା କାହା ପାଖରେ ନ ଥିଲା । ଆଉ ଏବେ ସବୁଠାରୁ ଯେଉଁ କଥା ଉଠୁଛି ଯେ ରିୟା ଏତେ ଡେରି କାହିଁକି କରିଥିଲେ ବାହା ହେବା ପାଇଁ ? ତେବେ ଏଠାରେ କହି ରଖୁଛୁ କି ଯେତେବେଳେ ବାହାଘର କଥା ଉଠେ କୁହାଯାଏ ଜୀବନ ର ସବୁଠାରୁ ବଡ ନିସ୍ପତି ହେଉଛି ବାହାଘର । ତେବେ ବିବାହ କରିବା ପାଇଁ ସେଭଳି ଗୋଟେ ମଣିଷ ବି ଆବଶ୍ୟକ ହୋଇଥାଏ ଯିଏ ଆପଣଙ୍କର ଯତ୍ନ ନେବା ସହ ଆଗାମୀ ଭବିଷ୍ୟ ପାଇଁ ସବୁ ସଜାଡିବ ।

ଏମିତିକି ଆପଣଙ୍କ ଦୁଖ ସମୟରେ ସାଥ ଦେଉଥିବ । ଏଭଳି ମଣିଷ ଟି ଏ ଦୁନିଆରେ ମିଳିବା ସମସ୍ତଙ୍କୁ ଲାଗିଥାଏ ବହୁତ କଷ୍ଟ । ସେଭଳି ହୁଏ ତ ରିୟା ଙ୍କୁ ଏତେ ସମୟ ଲାଗି ଯାଇଥିଲା କେହି ମିଳି ନ ଥିଲା । କିନ୍ତୁ ଯେବେ ସୁନୀଲ ଆସିଲେ ସେତେବେଳେ ରିୟା ଙ୍କ ଜୀବନରେ ସବୁ କିଛି ବଦଳି ଯାଇଥିଲା । ଆଉ ଦୁହେଁ ନିସ୍ପତି ନେଇଥିଲେ ଆଗକୁ ଯାଇ ବାହା ହେବେ । ବାହାଘର ରେ ହୁଏ ତ ଡେରି ହୋଇପାରେ କିନ୍ତୁ ନିସ୍ପତି ଠିକ ନେଇଛନ୍ତି । କାରଣ ରିୟା ଙ୍କ ମୁହଁ ରେ ଯେଉଁ ହସ ଦେଖିବାକୁ ମିଳୁଛି ସେଥିରୁ ସ୍ପଷ୍ଟ ହେଉଛି ରିୟା ନିଜ ବାହାଘରକୁ ନେଇ କେତେ ଖୁସି ଅଛନ୍ତି ।

ତେବେ ଏଠାରେ କହି ରଖିବାକୁ ଚାହିଁବୁ  ଗତ ନଭେମ୍ବର ୧୧ ରେ ତାଙ୍କର ସୁନିଲ ଙ୍କ ସହ ନିର୍ବନ୍ଧ ଶେଷ ହୋଇଥିଲା । ଯେଉଁଥି ରେ ଉଭୟଙ୍କ ପରିବାର ଓ ଓଲିଉଡ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । କେକ କାଟି ଘର ଲୋକଙ୍କ ଗହଣରେ ସେ ନିଜ ରିଙ୍ଗ ସେରିମେନି ସେଲିବ୍ରେସନ କରିଥିଲେ । ଏବେ ରିୟା ନିଜ ରିଙ୍ଗ ସେରିମନି, ହଳଦୀ, ମେହେନ୍ଦି ରସମର ଭିଡିଓ ପୋଷ୍ଟ କରିଥିଲେ ଆଉ ଆଜି ସେ ବହୁତ ଖୁସି ଅଛନ୍ତି । ବନ୍ଧୁଗଣ ଆପଣଙ୍କର ରିୟା ଙ୍କ ବାହାଘରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *