ମଶାଣିରୁ ଉଡିଆସି ଚାଳରେ ବସିଥିଲା ଏହି ଶାଗୁଣା, ଦେଖି ଭୟରେ ଦୌଡିଲେ ଗ୍ରାମବାସୀ, ଦେଖନ୍ତୁ video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଦେଶରେ ବିଭିନ୍ନ ପ୍ରକାରର ବା ବିଭିନ୍ନ ପ୍ରଜାତିର ପଶୁ ପକ୍ଷୀ ଦେଖା ଯାଇଥାନ୍ତି । ଯାହାକୁ ଦେଖିଲେ ମନରେ ଭୟ ବି ଆସିଥାଏ । ତେବେ ଶାଗୁଣା ଏମିତି ଏକ ପକ୍ଷୀ ଯାହାକୁ ଦେଖିବା ମାତ୍ରେ ଭୟ ଲାଗିଥାଏ । ତେବେ ଅନେକ ଲୋକ ମାନଙ୍କର ଧାରଣା ରହିଛି କି ଶାଗୁଣା ଦେଖିଲେ ଅଶୁଭ ହୋଇଥାଏ । ତେବେ ଏହି କଥା କେତେ ଦୂର ଯୁକ୍ତିଯୁକ୍ତ ତାହା ଏ ଯାଏଁ କିଛି ସ୍ପଷ୍ଟ ହୋଇ ନାହି ।

କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥି ରେ ଏକେ ବିରଳ ପ୍ରଜାତିର ଶାଗୁଣା ପକ୍ଷୀ କୁ ଉଧାର କରା ଯାଇଛି ଯାହା ସାଧାରଣ ପକ୍ଷୀ ଙ୍କ ଠାରୁ ଭିନ୍ନ ଅଟେ । ଆଜି ଆମେ ଆମେ ଆପଣଙ୍କୁ ସେହି ଖବର ବିଷୟରେ କହିବାକୁ ଯାଉଛୁ । ହଠାତ ବଡ ପକ୍ଷୀ ଉଡି ଆସିଲା, ଦେଖିଲା ବେଳକୁ ଶାଗୁଣା ଥିଲା । ଆଉ କିଛି ଦିନ ପୂର୍ବରୁ ଗାଁ ରେ ଜଣଙ୍କର ମୃ-ତ୍ୟୁ ହୋଇ ଯାଇଥାଏ । ଆଉ ଲୋକେ କହୁଥିଲେ ଏଇ ଶାଗୁଣା ଟା କୁଆଡେ ଗାଁ ମସାଣି ପାଖରେ ଘୁରି ବୁଲୁଥିଲା ।

ଆଉ ହଠାତ ଗାଁ କୁ ଆସିଲା ଶାଗୁଣା । ଗାଁ ଲୋକେ ଡର ଭୟ ରେ ସବୁ ଦୌଡିବାକୁ ଲାଗିଲେ । କାହିଁକି ନା ଶାଗୁଣା ବସିଲା ଲୋକଙ୍କ ଘର ଚାଳ ଉପରେ । ଆଉ ଏହି ଖବର ଯେବେ ବନ ବିଭାଗ କାନରେ ପଡିଲା ସେତେବେଳେ ବନ ବିଭାଗ ଭାବିଲା ଏତେ ବଡ ଶାଗୁଣା କୁଆଡୁ ଆସିଲା । ଏଭଳି ଚର୍ଚ୍ଚା ହେଉଥିବା ବେଳେ ଠିକ ସେତିକି  ବେଳେ ପ୍ରକୃତରେ ଶାଗୁଣା ଟା ଦେଖିବାକୁ ସାଧାରଣ ଆକାର ଠାରୁ ବହୁତ ବଡ ଥିଲା ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରି ବ୍ଲକ ନୀଳପଦା ଗାଁ ରୁ ଏଭଳି ବିରଳ ପ୍ରଜାତିର ଶାଗୁଣା ପକ୍ଷୀ ଉଧାର କରା ଯାଇଛି । ଯାଜପୁର ରୋଡ ବନ କାର୍ଜ୍ୟାଳୟ ରୁ ଶାଗୁଣା ପକ୍ଷୀ ଗଲା ନନ୍ଦକାନନ କୁ । ସୂଚନା ଅନୁଯାୟୀ ଗତ କାଲି ଯାଜପୁର ଜିଲ୍ଲା ପରି ବ୍ଲକ ନୀଳପଦା ଗାଁ ରେ ଏକ ପଡିଆରେ ବିରଳ ପ୍ରଜାତିର ଶାଗୁଣା ପଡିଥିବା ଗ୍ରାମ ବାସି ଦେଖିବାକୁ ପାଇଥିଲେ । ଏହା ସହ କଟକ ବନ ବିଭାଗ ଅଧିକାତି ସଞ୍ଜୟ କୁମାର ସ୍ଵାଇଁ ଙ୍କୁ ଜଣାଇ ଥିଲେ ।

ତେବେ ଶ୍ରୀ ସ୍ଵାଇଁଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ରୋଡ ବନ ବିଭାଗ ଅଧିକାରି ଜ୍ଯୋତି ରଞ୍ଜନ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ଶାଗୁଣା ପକ୍ଷୀ କୁ ଉଧାର କରି ଯାଜପୁର ରୋଡ ବନ କାର୍ଜ୍ୟାଳୟ କୁ ଆଣିଥିଲେ । ତେବେ ଆଜି କଟକ ବନ ଖଣ୍ଡ ଅଧିକାରୀ  ସଞ୍ଜୟ କୁମାର ସ୍ଵାଇଁ ଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ମହାପାତ୍ର ବିରଳ ପ୍ରଜାପତିର ଶାଗୁଣା ପକ୍ଷୀ କୁ ନନ୍ଦନକାନ କୁ ପଠାଇ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *