Daman ଆସିଲା ବୋଲି ଓଡିଆ ଇଣ୍ଡଷ୍ଟ୍ରି ବଞ୍ଚିଗଲା, ମୁଁ ସେ କଥା ବିଶ୍ୱାସ କରିବିନି, Damanକୁ ନେଇ କାହିଁକି ଏମିତି କହିଲେ Siddhant, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଦମନ ଫିଲ୍ମ ଓଡିଆ ଇଣ୍ଡଷ୍ଟ୍ରିର ପୁରା ନକ୍ସା ଚେଞ୍ଜ କରି ଦେଇଛି । ଏବେ କେବଳ ଓଡିଶା ନୁହେଁ ସାରା ଭାରତରେ ଦମନ ଫିଲ୍ମକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ଗୋଟେ ସମୟ ଥିଲା ଯେତେବେଳେ ଓଡିଆ ଫିଲ୍ମକୁ ଥିଏଟର ମିଳୁ ନଥିଲା ହେଲେ ଦମନ ଆଜି କେବଳ ଓଡିଶା ନୁହେଁ ସାରା ଭାରତ ବର୍ଷରେ ରିଲିଜ ହେବାକୁ ଯାଉଛି । ଦମନର ହିନ୍ଦୀ ଭର୍ସନ ଭାରତର ୫୦୦ଟି ଥିଏଟରରେ ଆସନ୍ତା ଡିସେମ୍ବର ୧୬ ତାରିଖରେ ରିଲିଜ ହେବ । ଆଉ ଏହି ଫିଲ୍ମକୁ ନେଇ ଏବେ ଫ୍ୟାନ୍ସ ମାନେ ବେଶ ଆଗ୍ରହୀ ଅଛନ୍ତି ।

ତେବେ ଏହାରି ମଧ୍ୟରେ ଓଡିଆ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର ନିଜର ଆଗାମୀ ଫିଲ୍ମ ଯାହାର ନାମ ‘ପ୍ରତୀକ୍ଷା’ ରହିଛି ତାକୁ ନେଇ ଗଣମାଧ୍ୟମ ଆଗରେ ଏକ ବଡ ବୟାନ ଦେଇଛନ୍ତି । ସେ ନିଜ ଫିଲ୍ମ ସହ ଦମନ ଫିଲ୍ମ କୁ ନେଇ ମଧ୍ୟ ଏକ ବଡ ବୟାନ ଦେଇଛନ୍ତି । ସିଦ୍ଧାନ୍ତ ଗଣମାଧ୍ୟମ ଆଗରେ କହିଛନ୍ତି “ପ୍ରଥମେ ତ ମୁଁ କହିବି ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଯେମିତି ଦମନ ଫିଲ୍ମ ଏକ ସୁନ୍ଦର କାହାଣୀକୁ ନେଇ ହେଇଛି ସେମିତି ପ୍ରତୀକ୍ଷା ମଧ୍ୟ ଏକ ସୁନ୍ଦର କାହାଣୀକୁ ନେଇ ହେଇଛି ।

ଆମେ ଏହି ଫିଲ୍ମ କରିବା ପାଇଁ ଅନେକ ବର୍ଷ କଷ୍ଟ କରିଛୁ । ଦମନ ଆସିଲା ଓଡିଆ ଇଣ୍ଡଷ୍ଟ୍ରି ବୁଡି ଯାଉଥିଲା ଉଠି ଗଲା ବା ଅଣ୍ଟା ସଳଖି ଯାଉଥିଲା ମୁଁ ସେ କଥାରେ ବିଶ୍ଵାସ କରିବିନି ପ୍ରଥମ କଥା । ଏ ପ୍ରକାରର ଚଳଚିତ୍ର ଆମକୁ ଗୋଟିଏ ଜିନିଷ ଶିଖାଇଲା କି ଯଦି ଆମେ ଭଲ ଚଳଚିତ୍ରଟି ତିଆରି କରିବା ଲୋକଙ୍କ ହୃଦୟକୁ ଛୁଇଁବା ପାଇଁ ଯଦି ଆମେ ଚେଷ୍ଟା କରୁଛୁ ବା ଛୁଇଁପାରିବା ତା ହେଲେ ଚଳଚିତ୍ର ଜଗତ ଅଛି ଆମର ତାକୁ କେହି ବି ହେଲେ କହିବେନି ଇଣ୍ଡଷ୍ଟ୍ରି ବୁଡି ଯାଇଥିଲା ।

ଇଣ୍ଡଷ୍ଟ୍ରି ବୁଡି ଯାଇଥିଲା ବୋଲି କହିବା ବି କେହି ଉଚିତ ନୁହେଁ । ତେଣୁ ସବୁ ବେଳେ ଆଶା ରଖିବା ଉଚିତ । ଆମେ ମାନେ ଚିନ୍ତା କରିବା ଉଚିତ ଯେ, ଆମେ ଯେଉଁ ଚଳଚିତ୍ର ତିଆରି କରୁଛୁ ସେ ଚଳଚିତ୍ର ଦର୍ଶକ ମାନେ ଦେଖିବାର ଉପଯୋଗୀ ତ । ପ୍ରତୀକ୍ଷା ଫିଲ୍ମରେ ପରିବାରର ଇମୋସନାଲ ଯୋଡି ହୋଇ ରହିଛି । ଯଦି କଷ୍ଟ କରିଥିବେ ତେବେ ନିଶ୍ଚୟ ଫଳ ପାଇବେ । ଯଦି ଭଲ ସିନେମା କରିବାକୁ ଚାହିଁବେ ତେବେ ଅସମ୍ଭବ ନୁହେଁ ।

ଆମେ ତ ଚଳଚିତ୍ର କରି ଆମ ପାରିଶ୍ରମିକ ନେଇଯିବା ହେଲେ ଯେଉଁ ଦର୍ଶକ ଆସିବ ପଇସା ଖର୍ଚ୍ଚ କରି ସେ ଖୁସି ହେବ ତ । ଯେତେବେଳେ ଆପଣ ଜାଣିଲେ ଦର୍ଶକକୁ ଫିଲ୍ମ ଭଲ ଲାଗିଲା ସେତେବେଳେ ଆପଣ କହିବେ ଆପଣ ଠିକ କାମ କରିଛନ୍ତି । ଦର୍ଶକ ମାନେ ଯେଉଁ ପଇସା ଖର୍ଚ୍ଚ କରି ଆସୁଛନ୍ତି ଫିଲ୍ମ ଦେଖିବା ପାଇଁ ତାର ଲାଭ ଉଠୁଛି କି ନାହି ତାହା ପ୍ରତି ଧ୍ୟାନ ଦେବା ଉଚିତ” । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *