କାହିଁକି ମେ’ ମାସରେ ହିଁ ହେଉଛି ବାତ୍ୟା, କ୍ରମାଗତ ତିନି ବର୍ଷରେ 3ଟି Cyclone

କହିବାକୁ ଗଲେ ୨୬ ତାରିଖ ଦିନ ବାତ୍ୟା ୟାସ ଓଡିଶାର ସ୍ଥଳଭାଗକୁ ଛୁଇଁଥିଲା, ଯାହାର ପ୍ରଭାବରେ ଉତ୍ତର ଓଡିଶାର ପ୍ରାୟତଃ ସବୁ ଜିଲ୍ଲା ଗୁଡିକ ଭୟଙ୍କର ରୂପରେ ପ୍ରଭାବବିତ ହୋଇଛନ୍ତି । କେତେକ ଜିଲ୍ଲାରେ ଗାଁ ଗୁଡିକରେ ତ ପାଣି ମଧ୍ୟ ପସିଯାଇଛି ।

ଏହା ସହିତ ବାତ୍ୟା ୟାସ ପ୍ରାୟତଃ ଲୋକମାନଙ୍କର ଘର ଗୁଡିକ ବି ନଷ୍ଟ କରି ଦେଇଛି । ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ଏହା ବାତ୍ୟା ସମୟର ଏକ ସାଧାରଣ କଥା ଅଟେ । କିନ୍ତୁ ଏହା ଦ୍ଵାରା କାହାର ଜୀବନ ଯିବା ଏହା ଏକ ଦୁଖ ଦାୟକ କଥା ଅଟେ । କହିବାକୁ ଗେଲ ବାତ୍ୟା ୟାସର ବିପଦ ଟଳି ଯାଇଛି କିନ୍ତୁ ବାତ୍ୟା ୟାସ ନିଜର କିଛି ଚିହ୍ନ ଛାଡି ଦେଇଛି । ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ବି କେତେକ ସ୍ଥାନରେ ରିଲିଫ ଦିଆଯାଉଛି ତ ଅନ୍ୟ କେତେକ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଚାଲିଛି ।

କିନ୍ତୁ ଆପଣମାନେ କେବେ ଗୁରୁତ୍ଵ ଦେଇଛନ୍ତି କି ଗତ ୩ ବର୍ଷ ହେବ ମେ ମାସରେ ହିଁ କାହିଁକିବାତ୍ୟା ଆସୁଛି । ପ୍ରଥମେ ଅମ୍ପାନ, ଏହା ପରେ ଫନି ଓ ଏହି ବର୍ଷ ୟାସ । କହିବାକୁ ଗଲେ ମେ ମାସ ଆସିବା ମାତ୍ରେ ହିଁ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ରହୁଥିବା ଲୋକମାନଙ୍କ ମନରେ ଭୟ ଚାଲିଆସେ । ପାଣିପାଗ ବିଭାଗ ଅନୁସାରେ ମୌସମି ଆସିବାର ପୂର୍ବ ମାସ ଓ ମୌସମି ଯିବା ପର ମାସରେ ଅଧିକ ବାତ୍ୟା ଦେଖାଯାଉଥିଲା କିନ୍ତୁ ବର୍ତ୍ତମାନ କିଛି ବର୍ଷ ହେବ ମେ ମାସରେ ବଡ ବଡ ବାତ୍ୟା ଆସୁଛି ।

ଏହା ପଛର ମୁଖ୍ୟ କାରଣ ହେଉଛି ଜଳବାୟୁରେ ଆସୁଥିବା ନିରନ୍ତର ପରିବର୍ତ୍ତନ ଓ କେବଳ ଏତିକି ନୁହେଁ ପୃଥିବୀର ତାପମାତ୍ରା ବୁଦ୍ଧି ବି ଏହି ବାତ୍ୟା ଆସିବାର ମୁଖ୍ୟ କାରଣ ଅଟେ । କହିଦେଉଛୁ କି ଲଗାତାର ୩ ବର୍ଷ ହେବ ଆରବ ସାଗର ଓ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେଉଛି ଓ ଏହା ପରେ ଏହା ଅଧିକ ଘନୀଭୂତ ହୋଇ ମହାବାତ୍ୟାର ରୂପ ନେଉଛି । ଏହି ବର୍ଷ ପୁଣି ଦୁଇଟି ଦୁଇଟି ବାତ୍ୟା କେବଳ ମେ ମାସରେ । ଗୋଟିଏ ପଟେ ତାଉ – ତେ ତ ଅନ୍ୟ ପଟେ ୟାସ ।

କିନ୍ତୁ ୨୦୧୯ ପୂର୍ବରୁ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ବାତ୍ୟା ଆସୁଥିଲା । କିନ୍ତୁ କିଛି ବର୍ଷ ହେବ ମେ ମାସରେ ବାତ୍ୟା ଆସୁଛି । ପାଣି ପାଗ ବିଭାଗ ଅନୁସାରେ ଏହି ମାସରେ ସୃଷ୍ଟି ହେଉଥିବା ବାତ୍ୟା ଅଧିକ ଘନୀଭୂତ ହୋଇଥିବାରୁ ଅଧିକ ଶକ୍ତିଶାଳି ହୋଇଥାଏ । ବାରମ୍ବାର ବାତ୍ୟା କାହିଁକି ଆସିଥାଏ ଏହା ପଛରେ ବହୁତ କିଛି କାରଣ ମଧ୍ୟ ଅଛି ।

ସେ ଗୁଡିକ ହେଲା ଜଳବାୟୁରେ ବାରମ୍ବାର ପରିବର୍ତ୍ତନ ହେବା, ସମୁଦ୍ରର ଉପର ସ୍ତରରେ ତାପମାତ୍ରାର ବୁଦ୍ଧି, ସମୁଦ୍ର ଭିତରେ ଏଲିନୋର ପ୍ରଭାବ, ବାତ୍ୟା ଅନୁକୂଳ ପରିବେଶ ଓ ଭୌଗଳିକ ସ୍ଥିତି ଯୋଗୁ ବି ଓଡିଶାରେ ବାରମ୍ବାର ବାତ୍ୟା ଆସିଥାଏ । ଭୌଗୌଳିକ ସ୍ଥିତି କିଛି ଏହିଭଳି ହୋଇଛି କି ଯାହା ଦ୍ଵାରା ବଙ୍ଗୋପସାଗରେ ସୃଷ୍ଟି ହେଉଥିବା ସମସ୍ତ ବାତ୍ୟାର ପ୍ରଭାବ ଓଡିଶାରେ ନିଶ୍ଚିତ ରୂପରେ ପଡୁଛି ।

Leave a Reply

Your email address will not be published. Required fields are marked *