ନମସ୍କାର ବନ୍ଧୁଗଣ ଜାତୀୟ ସ୍ତର ଭଳି ବିଭିନ୍ନ ରାଜ୍ୟ ରେ ଏବେ କରୋନା ସଂକ୍ରମଣ ର ହାର କମିଛି କିନ୍ତୁ ମୃତକ ଙ୍କ ସଂଖ୍ୟା ନ କମିବା ଏବେ ଅଧିକାଂଶ ରାଜ୍ୟ ପାଇଁ ଚିନ୍ତା ର ବିଷୟ ପାଲଟିଛି । ବର୍ତ୍ତମାନ ର କୋଭିଡ ସ୍ଥିତି କୁ ଦେଖି ପଶ୍ଚିମବଙ୍ଗ ସରକାର କଟକଣା ଅଧିକ ବଢ଼ାଇ ଦେଇଛନ୍ତି ।
ସଂକ୍ରମଣ କୁ ଦେଖି ପଶ୍ଚିମବଙ୍ଗ ରେ ଜୁନ ୧୫ ପର୍ଯ୍ୟନ୍ତ କଟକଣା କୁ ବଢ଼ାଇ ଦିଆ ଯାଇଛି । ମଇ ୩୧ ରେ ଲାକଡାଉନ ଅବଧି ଶେଷ ହୋଇ ଥାଆନ୍ତା କିନ୍ତୁ ପରିସ୍ଥିତି କୁ ଦେଖି ସେଠାରୁ ଜୁନ ୧୫ ପର୍ଯ୍ୟନ୍ତ ଲାକଡାଉନ କଟକଣା ବଢ଼ାଇ ଦିଆ ଯାଇଛି । ପଶ୍ଚିମବଙ୍ଗ ରେ ଆକ୍ଟିଭ କେଶ ଏକ ଲକ୍ଷ ରୁ ଅଧିକ ରହିଛି ଏବଂ ୨୪ ଘଂଟା ରେ ୧୬,୨୨୫ ଆକ୍ରାନ୍ତ ହୋଇଛନ୍ତି ଏବଂ ୧୫୩ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି । ଏହା ଛଡା ବାହାରୁ ଆସୁଥିବା ଲୋକଙ୍କ ର ଟେଷ୍ଟ କରାଯିବ ଏବଂ ରିପୋର୍ଟ ନେଗେଟିଭ ଆସିଲେ ହିଁ ରାଜ୍ୟ କୁ ଛଡ଼ାଯିବ ।
ଓଡିଶା ରେ କରୋନା ସଂକ୍ରମଣ ଘଟିଛି । ଏକ ମାସ ଭିତରେ ସବୁଠାରୁ ଦୈନିକ କମ କେଶ ଆସିଛି । ୨୪ ଘଂଟା ରେ ୬,୭୩୬ ଆକ୍ରାନ୍ତ ଚିନ୍ହଟ ହୋଇ ଛନ୍ତି ଏବଂ ୩୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ତେବେ ଅନ୍ୟ ରାଜ୍ୟ ଭଳି ଓଡିଶା ସରକାର କଣ ଲାକଡାଉନ କୁ ବଢ଼ାଇବେ ନା ଲାକଡାଉନ ହଟିବ ସେ ବିଷୟରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି । ଡାକ୍ତର ସୁନୀଲ କୋଟା ଙ୍କ ଅନୁସାରେ ଦୈନିକ କେଶ ର ହାର କୁ ଦେଖି ଆଗକୁ କିଛି ନିଷ୍ପତ୍ତି ନିଆ ଯାଇ ପାରିବ ।
ହୁଏତ ବାତ୍ୟା ପାଇଁ କମ ଟେଷ୍ଟ କରା ଯାଇଥିବ ତେବେ ଏ ସବୁର ହିସାବ କରିବା ପରେ ଏବଂ କରୋନା କେତେ ଦୂର କମିଛି କିମ୍ବା ଆମେ କେତେ ଦୂର ସୁରକ୍ଷିତ ଅଛୁ ସେସବୁ କୁ ଅନୁଧ୍ୟାନ କରା ଯାଇ ହିଁ ଲାକଡାଉନ ବଢିବ କିମ୍ବା ଉଠିବ ନିଷ୍ପତ୍ତି ନିଆ ଯାଇ ପାରିବ ତା ପୂର୍ବରୁ କିଛି ବି କହିବା ଅସମ୍ଭବ ଅଟେ । ଏହା ଛଡା ବାତ୍ୟା ସମୟରେ କିଛି ଲୋକ ମାନଙ୍କର ସମାଗମ ମଧ୍ୟ ଘଟିଛି ସେମାନଙ୍କ ଭିତରୁ ମଧ୍ୟ କାହାକୁ ହୋଇପାରେ ସେମାନଙ୍କର ମଧ୍ୟ ଟେଷ୍ଟ କରିବା ଉଚିତ ଏବଂ ଏହି ସବୁ ରିପୋର୍ଟ ପାଇଁ ଆହୁରି ୧୫ ଦିନ ଦେଖିବାକୁ ପଡ଼ିବ ଏବଂ ସତର୍କ ରହିବାକୁ ପଡିବ ।
ଏହାଛଡା ଅନ୍ୟ ରାଜ୍ୟ ଙ୍କ ଭଳି ଓଡ଼ିଶାରେ ମଧ୍ୟ ଲାକଡାଉନ କଟକଣା ର ଅବଧି କିଛି ଦିନ ବଢ଼ାଇବା ଉଚିତ । ଏହା ଛଡା ୧୮ ବର୍ଷ ରୁ ତଳେ ଥିବା ପିଲା ମାନେ ମଧ୍ୟ ଭ୍ୟାକ୍ସିନ ଗ୍ରହଣ କରି ନାହାନ୍ତି ସେ ଦୃଷ୍ଟି କୁ ଦେଖି ମଧ୍ୟ ସର୍ତକ ରହିବା ଆବଶ୍ୟକ । ଏବଂ ଏବେ ରାଜ୍ୟ ରେ ଯେଉଁ ସଂକ୍ରମିତ ଙ୍କ ସଂଖ୍ୟା କମ ରହିଛି ସେହି ଟ୍ରେଣ୍ଡ କୁ ବଜାୟ ରଖିବା ପାଇଁ ଆହୁରି କିଛିଦିନ ଲାକଡାଉନ ର ଅବଧି ବଢ଼ାଇବା ଉଚିତ । ଏହା ଦ୍ୱାରା ଏହି ଟ୍ରେଣ୍ଡ ବଜାୟ ରହିବ ନଚେତ ସଂକ୍ରମିତ ଙ୍କ ସଂଖ୍ୟା ବଢିବାର ମଧ୍ୟ ସମ୍ଭାବନା ରହିଛି ।
ତେବେ କଟକଣା ର ଅବଧି ବିଷୟରେ ସରକାର ହିଁ ଉଚିତ ନିଷ୍ପତ୍ତି ନେବେ । ତେବେ ଲାକଡାଉନ ର କଟକଣା ବୃଦ୍ଧି ହେଉ କିମ୍ବା ନ ହେଉ ଆପଣ ମାନେ ସର୍ତକତା ଅବଲମ୍ବନ ନିଶ୍ଚିତ କରିବେ ମୁହଁରେ ମାସ୍କ ପିନ୍ଧିବେ ଏବଂ ହାତ କୁ ସାନିଟାଇଜର କରିବେ ଏବଂ ସାମାଜିକ ଦୂରତା ବଜାୟ ରଖିବେ କୌଣସି ଜିନିଷ କୁ ଛୁଇଁବା ପରେ ହାତ କୁ ଭଲ ଭାବରେ ସଫା କରନ୍ତୁ । କାରଣ ଏହି ସବୁ ନିୟମ ଯୋଗୁଁ ହିଁ ଆପଣ ନିଜକୁ ସଂକ୍ରମଣ ରୁ ସୁରକ୍ଷିତ କରି ପାରିବେ ଏହା ଛଡା ଉପଯୁକ୍ତ ଏବଂ ପୋଷଣ ଖାଦ୍ୟ ର ସେବନ କରନ୍ତୁ । ନିଜର ସୁରକ୍ଷା ନିଜ ହାତରେ ହିଁ ରହିଛି ।