ନୂଆ ନୂଆ ବାହା ହୋଇଥିବା ଓଡିଆ ହେରୋଇନ ମାନେ ଶାଶୁଘରେ କିପରି ଅଛନ୍ତି

କାରୋନା କାଳ ସମୟରେ ଯେପରି ଚଳଚିତ୍ର ଓ ଧାରାବାହିକ ଜଗତ ସମ୍ପୂର୍ଣ ଠପ ହୋଇ ଯାଇଛି । କିନ୍ତୁ ଏହି ସମୟରେ ଆମର ଓଡିଆ କଳାକାର ମାନେ ନିଜର ବ୍ୟକ୍ତିଗତ ଜୀବନ ଖୁବ ଭଲ ଭାବେ ଅତିବାହିତ କରୁଛନ୍ତି ।

ଆପଣମାନେ ଜାଣିଥିବେ ଏବେ ଏହି ଲକଡାଉନ ସମୟରେ ଆମର ବହୁ ଚର୍ଚିତ ଓଲିଉଡ ନାୟିକା ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ତେବେ ବେଳେ ବେଳେ ଦର୍ଶକଙ୍କ ମନରେ ପ୍ରଶ୍ନ ଆସିଥାଏ ଯେ ତାଙ୍କ ପ୍ରିୟ ଅଭିନେତ୍ରୀ ମାନେ ବିବାହ ପରେ କିପରି ନିଜର ଜୀବନ ଅତିବାହିତ କରୁଛନ୍ତି । ତେବେ ଏମିତି କିଛି ଚର୍ଚିତ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ଯେଉଁମାନେ ନିକଟ ଅତୀତରେ ବିବାହ କରିଛନ୍ତି । ସେମାନଙ୍କ ବୈବାହିକ ଜୀବନ କିପରି କଟୁଛି ଜାଣିବା ଏହି ଅନୁଛେଦ ମାଧ୍ୟମରେ ।


୧ । ଦିପ୍ତିରେଖା:-

ତେବେ ଏହି ସୁଚିରେ ପ୍ରଥମ ଧାଡିରେ ଆସୁଛନ୍ତି ଆମର ଅତି ଲୋକପ୍ରିୟ ଗାଇକା ଦିପ୍ତିରେଖା । ସେ ତାଙ୍କ କ୍ଯାରିଆର ଓଡିଆ ଚଳଚିତ୍ର ‘ଲଭ ଡଟ କମ’ ରୁ ଆରମ୍ଭ କରି ତା ପରେ ବହୁତ ଗୁଡିଏ ଚଳଚିତ୍ରରେ ନିଜର ହିଟ ଗୀତ ଦେଇଛନ୍ତି । ସେଥି ମଧ୍ୟରୁ ‘ହାଏ ତୋ ପ୍ରେମ ଗଜଲ’, ହାଏ ତୋ ପ୍ରେମର ରଙ୍ଗୋଲି’, ‘ଲାଲ ଗୁଲାବି’ ଓ ‘ତୁ ମୋ ଲଭ ଷ୍ଟୋରି’ ଅନ୍ଯତମ । ସେ ନିକଟ ଅତୀତରେ ଭୁବନେଶ୍ବରର ଶିଲ୍ପପତି ସୌମ୍ଯରଞ୍ଜନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏବଂ ସେ ବିବାହ ପରେ ନିଜର ଶ୍ଵଶୁର ଘରେ ସ୍ଵାମୀଙ୍କ ପାଖରେ ରହୁଛନ୍ତି ।

2 । ଜ୍ୟାକଲିନ:-

ଜ୍ୟାକଲିନ ଓ ତାଙ୍କ ଭଉଣୀ ସୋମାଲି ଦୁହେଁ ଯାଁଳା ଭଉଣୀ ଅଟନ୍ତି । ଦୁହେଁ ଓଡିଆ ଜଗତର ଖୁବ ଚର୍ଚିତ ଓ ସୁନ୍ଦର ଅଭିନେତ୍ରୀ ଅଟନ୍ତି । ଜ୍ୟାକଲିନ ତାଙ୍କ ଅଭିନୟ, ନ୍ର୍ଯୁତ୍ୟ, ଗୀତ ମାଧ୍ୟମରେ ଦର୍ଶକଙ୍କ ମନକୁ ଜିତି ପାରିଛନ୍ତି । ସେ ଜଣେ ସୁନ୍ଦର ଅଭିନେତ୍ରୀ ସହ ସେ ସୁନ୍ଦର ଗୀତ ଓ ନୃତ୍ୟ କରି ପାରନ୍ତି । ନିକଟରେ ସେ ମ୍ୟୁଜିକ ଆଲବମ ‘ପ୍ରେମ ହୁଏ ନାହିଂରେ” ପ୍ରକାଶିତ ହୋଇଛି, ଯେଉଁଥିରେ ସେ ଓ ତାଙ୍କର ଟ୍ଵିନ୍ସ ଭଉଣୀ ସୋମାଲି ଅଭିନୟ କରିଛନ୍ତି ।

ଏହା ସହ ସେ ପୂର୍ବରୁ ଓଡିଆ ଧାରାବାହିକ ‘ମୋ ଜେଜେ ମା’ରେ ସୁନ୍ଦର ଅଭିନୟ କରି ସାରିଛନ୍ତି । ସେ ମଧ୍ୟ ସାର୍ଥକ ଟିଭି ପ୍ରଚଳିତ ରଜ କୁଇନ ୨୦୧୬ ର ବିଜେତା ଅଟନ୍ତି । ସେ ବର୍ତମାନ ଓଡିଆ ଧାରାବାହିକ ‘ହେ ପ୍ରଭୁରେ’ ଅଭିନୟ କରୁଛନ୍ତି । ନିକଟ ଅତୀତରେ ଜ୍ୟାକଲିନ ପରିଡା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଓଲିଉଡର ପ୍ରସିଦ୍ଧ ଧାରାବାହିକ ‘ମୋ ଜେଜେ ମା’ ର ନାୟକ ଅରବିନ୍ଦଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

3 । ଅର୍ଚିତା:-

ଆମର ଚୁଲବୁଲ ନାଇକା ଆରଚିତାଙ୍କ ବିଷୟରେ କିଏ ବା ଜାଣି ନଥିବା । ସେ ତାଙ୍କ ସୁନ୍ଦର ଅଭିନୟ ଓ ନିଜର ଅନେକ ସୁପେରହିଟ ଚଳଚିତ୍ର ମାଧ୍ୟମରେ ଦର୍ଶକଙ୍କ ମନ ଜିତ୍ୟ ପାରିଛନ୍ତି । ଶୁଟିଙ୍ଗ ସେଟରୁ ପ୍ରସିଦ୍ଧ ନାୟକ ତଥା ଓଡିଶାର ଶୋନୁ ସୂଦ ନାମରେ ବିଖ୍ୟାତ ଅରବିନ୍ଦଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ସେମାନେ ମାର୍ଚ 1 ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

୪ । ପ୍ରିୟଙ୍କା;-

ପ୍ରିୟାଙ୍କା ଅନେକ ଗୁଡିଏ ଓଡିଆ ଧାରାବାହିକରେ କାମ କରିସାରିଛନ୍ତି । ସେ ନିକଟ ଅତୀତରେ ଭୁବନେଶ୍ବରର ଜେନ ଶିଳ୍ପପତିଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କିନ୍ତୁ ବିବାହ ପରେ ସେ ଏବେ ଅଭିନୟ ଦୁନିଆରୁ ଦୂରରେ ଅଛନ୍ତି ।


୫ । ଶୁଭସ୍ମିତା:-

ସୁଭାସମିତାଙ୍କୁ ମଧ୍ୟ ଆପଣ ମାନେ ଅନେକ ଓଡିଆ ଚଳଚିତ୍ର ଓ ଧାରାବାହିକରେ ଅଭିନୟ କରିଥିବା ଦେଖିଥିବେ । କିନ୍ତୁ ନିକଟ ଅତୀତରେ ବିବାହ କରିବା ପରେ ସେ ଅଭିନୟ ଦୁନିଆରୁ ଦୂରରେ ଅଛନ୍ତି ।

୬ । ଯାଜ୍ଞସେନୀ:-

ଓଡିଆ ଧାରାବାହିକ ‘କୁଆଁରୀ ବୋହୁ’ରେ ଯାଜ୍ଞସେନୀଙ୍କ ଚମତ୍କାର ଅଭିନୟ ଆପଣ ଦେଖିଥିବେ । ତେବେ ଏହି ଧାରାବାହିକରେ ସିବା ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତିଙ୍କ ସହ ସେ ନିକଟରେ ବିବାହ କରିଛନ୍ତି ।


୭ । ଭୈରବୀ ଖୁଡୀ:-

ତୁ ମୋ ଜୀବନ ସାଥି ଧାରାବାହିକରେ ଅଭିନେତ୍ରୀ ଭୈରବୀ ଖୁଡୀ ସେହି ଧାରାବାହିକରେ ଅଭିନୟ କରୁଥିବା ରାଜଙ୍କ ସହ ନିକଟରେ ବିବାହ କରିଛନ୍ତି ଓ ସେ ବିବାହ ପରେ ଏବେ ନିଜ ସାସୁ ଘରେ ରହୁଛନ୍ତି ।

୮ । ମାହି:-

ମାହି ଓ ଜଗନଙ୍କ ଯୋଡି ବିଷୟରେ ଆପଣ ସବୁ ଅବଗତ ଥିବେ । ତେବେ ଶୁଟିଙ୍ଗ ସେଟରୁ ପରସ୍ପରକୁ ଭଲ ପାଇବା ପରେ ଦୁହେଁ ବିବାହ କରିଥିଲେ ଏବଂ ଏବେ ତାଙ୍କର ଗୋଟେ କୁନି ଝିଅ ଅଛି । ତେବେ ସମସ୍ତେ ନିଜ ନିଜ ଶାଶୁଘରେ ବହୁତ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *