କଳ୍କୀ ଅବତାର ବିଷୟରେ ମିଳିଲା ତଥ୍ୟ, କେଉଁ ସ୍ଥାନରେ ଜନ୍ମ ନେବେ ଓ କେବେ ଅବତାର ନେବେ- Malika Bachana

ଆପଣ ସମସ୍ତେ ମାଳିକା ବିଷୟରେ ଅଳ୍ପ ବହୁତ ଜାଣିଥିବେ । ଯେଉଁଥିରେ ଭବିଷ୍ୟତରେ କଣ ସବୁ ଘଟିବ ସେହି ବିଷୟରେ ଉଲ୍ଲେଖ କରାଯାଇଛି । କିନ୍ତୁ ଏହା କେବେ ଓ କେଉଁ ସମୟରେ ହେବ ଏହା ବିଷୟରେ ସଠିକ ସୂଚନା ନାହିଁ । କହିବାକୁ ଗଲେ ମାଳିକାରେ ଏହିଭଳି ବହୁତ ଘଟଣା ଓ ଅଘଟଣ ବିଷୟରେ କୁହାଯାଇଛି । ଏହା ସହିତ ଲୋକମାନଙ୍କୁ ସତ ମାର୍ଗରେ ବି ଯିବା ପାଇଁ ଉପଦେଶ ଦିଆଯାଇଛି । ଏହା ଛଡା ଆପଣମାନେ ମାଳିକାରେ ବର୍ଣିତ କ-ଳ୍କୀ ଅବତାର ବିଷୟରେ ଶୁଣିବେ ।

କୁହାଯାଏ କି କଳିଯୁଗର ଶେଷ ସମୟରେ ଭଗବାନ ଏହି ସଂସାରରେ କ-ଳ୍କୀ ଅବତାର ନେବେ ଓ ସମସ୍ତ ପାପକୁ ସମାପ୍ତ କରିବେ । ଏମିତିରେ ଆଜି ଆମେ ଆପଣଙ୍କୁ ଜଣେ ବାବାଙ୍କ ବିଷୟରେ କହିବୁ । ଯିଏକି କ-ଳ୍କୀ ଅବତାରକୁ ନେଇ ନିଜର ଭିନ୍ନ ମତ ପ୍ରକାଶ କରିଛନ୍ତି ।

କ-ଳ୍କୀ ଅବତାର ରୂପରେ ବା କହିଲେ କି ଯିଏ ୨୧ ଫୁଟର ଜଣେ ବ୍ୟକ୍ତି ହୋଇଥିବ । ୧୫ ଫୁଟର ଗୋଟିଏ ଘୋଡା ଦରକାର । ୧୨ ହାତ ଖଣ୍ଡା ଧରିବା ଭଳି ଜଣେ ବ୍ୟକ୍ତି ଦରକାର । ଏହିଭଳି ବ୍ୟକ୍ତି ବର୍ତ୍ତମାନ ସମୟରେ ସମ୍ଭବ ନୁହେଁ । ବାବା କହିଲେ କି କ-ଳ୍କୀର ଅର୍ଥ ହେଉଛି ଯିଏ ସବୁ କଳଙ୍କକୁ ଛଡାଇ ପାରିବେ ତାକୁ ହିଁ ଆମେ କହିବା କ-ଳ୍କୀ । କ-ଳ୍କୀଙ୍କ ଆଚାର, ବିଚାର ବ୍ୟବହାର ଓ ଶିକ୍ଷା ମାନବ ସମାଜକୁ ଏହିଭଳି ରୂପରେ ଦେବେ ଯାହାକୁ ଦେଖିବା ପରେ ମନୁଷ୍ୟ ଆପେ ଆପେ ପରିବର୍ତ୍ତନ ହୋଇଯିବ ।

ମନୁଷ୍ୟ ଭିତରେ ଯେଉଁ କଳଙ୍କ ରହିଛି ଅର୍ଥାତ ଲୋଭ, ମୋହ, କାମ, କ୍ରୋଧ ଇତ୍ୟାଦିରେ ଯିଏ ବୁଡି ରହିଛି ତାକୁ ସତ ମାର୍ଗରେ ଯିଏ ନେଇ ଆସିବ ଓ ସତ ଶିକ୍ଷା, ସତ ବୁଦ୍ଧି ଆପଣାଇ ଭଗବାନ ଶରଣରେ ଆସିବ । ସମସ୍ତଙ୍କୁ ନିଜର କହି ଚାଲିବ । ଏହିଭଳି କଥା ଯିଏ କହିବ ଓ ଏହି ସମସ୍ତ କଳଙ୍କଙ୍କୁ ଯିଏ ବିନାଶ କରି ପାରିବ ସେ ହେଉଛନ୍ତି କ-ଳ୍କୀ ।

ବାବା ଶାସ୍ତ୍ର ବିଷୟରେ ବହୁତ କିଛି କହିଲେ । ଶାସ୍ତ୍ର ଦ୍ଵାରା ଆପଣ ଜଣେ ବ୍ୟକ୍ତିର ଭବିଷ୍ୟତ ବିଷୟରେ ବି ଜାଣି ପାରିବେ । ଶାସ୍ତ୍ର ଗୁଡିକ ମଧ୍ୟମରେ ଲୋକମାନଙ୍କର ସମସ୍ୟା ଗୁଡିକର ସମାଧାନ ବି ହୋଇ ପାରିବ । ଶାସ୍ତ୍ର ମାଧ୍ୟମରେ ରୋଗ, ଶୋକ ଓ ଦୁଃଖ ଏହି ତିନୋଟିକୁ ଦୂର କରି ଆପଣ ଶାନ୍ତି ପାଇ ପାରିବେ । ବାବାଙ୍କ ଅନୁସାରେ ସମସ୍ତେ ଭଗବାନଙ୍କୁ ମାନନ୍ତୁ ଓ ତାଙ୍କ ଶରଣରେ ଯାଆନ୍ତୁ ।

Leave a Reply

Your email address will not be published. Required fields are marked *